Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାକାଶରୁ ମହାକୁମ୍ଭ ୨୦୨୫ର ଚମତ୍କାର ଫଟୋ ଉଠାଇଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର
ଆଜିର ଖବର

ମହାକାଶରୁ ମହାକୁମ୍ଭ ୨୦୨୫ର ଚମତ୍କାର ଫଟୋ ଉଠାଇଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର

January 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ଧାର୍ମିକ ଓ ମାନବୀୟ କାର୍ଯ୍ୟକ୍ରମ ମହାକୁମ୍ଭ ମେଳାର ଫଟୋ କେବଳ ଭୂପୃଷ୍ଠରୁ ନୁହେଁ, ମହାକାଶରୁ ମଧ୍ୟ ଉଠାଯାଉଛି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ରବିବାର ରାତିରେ ମହାକାଶରୁ ମହାକୁମ୍ଭର ମନଲୋଭା ଫଟୋ ଉଠାଇଛି। ଏହି ଫଟୋଗୁଡ଼ିକରେ ମହାକୁମ୍ଭ ମେଳାର ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳୁଛି, ଏଥିରେ ଗଙ୍ଗା ନଦୀ କୂଳରେ ବିଶ୍ୱର ସର୍ବବୃହତ ମାନବ ସମାବେଶ ଉଜ୍ଜଳ ଆଲୋକରେ ଜାଜ୍ଜ୍ୱଲ୍ୟମାନ ଦେଖାଯାଉଛି। ଆଇଏସଏସର ମହାକାଶଚାରୀ ଡନ୍ ପେଟିଟ୍ ଏହି ଫଟୋଗୁଡ଼ିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେୟାର କରିଛନ୍ତି।

ଫଟୋରେ ମହାକୁମ୍ଭ ମେଳାର ଭବ୍ୟ ଆଲୋକ ଓ ପ୍ରବଳ ଜନସମାଗମ ଦେଖାଯାଉଛି, ଯାହାକି ଗଙ୍ଗା ନଦୀ କୂଳକୁ ଏକ ଚମତ୍କାର ଦୃଶ୍ୟରେ ପରିଣତ କରୁଛି। ମହାକାଶରୁ ନିଆଯାଇଥିବା ଫଟୋ ପୃଥିବୀରେ ଏହି ଧାର୍ମିକ ସମାବେଶର ବିଶାଳତାକୁ ଦର୍ଶାଉଛି।

ମହାକୁମ୍ଭ ହେଉଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ଉତ୍ସବ, ଯେଉଁଥିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ନଦୀରେ ସ୍ନାନ କରି ଆଧ୍ୟାତ୍ମିକ ଶାନ୍ତି ଲାଭ କରିଥାନ୍ତି। ବର୍ତ୍ତମାନ ସୁଦ୍ଧା ୧୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରି ଏହି ସୁଖଦ ଓ ଧାର୍ମିକ ଅନୁଭୂତିକୁ ଅନୁଭବ କରିସାରିଥିବା ବେଳେ ଏଠାରୁ ଆସୁଥିବା ଫଟୋ ଦେଖି ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଛି। ମହାକାଶରୁ ନିଆଯାଇଥିବା ଏହି ଫଟୋ ମହାକୁମ୍ଭକୁ ନେଇ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ନିଶ୍ଚିତ। ଫଟୋ ଶେୟାର କରି ଡନ୍ ପେଟିଟ୍ ଲେଖିଛନ୍ତି ଯେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରୁ ନିଆଯାଇଥିବା ଫଟୋରେ ୨୦୨୫ ମହାକୁମ୍ଭ ମେଳାର ଏକ ଅବିଶ୍ବସନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ଗଙ୍ଗା ନଦୀ କୂଳରେ ବିଶ୍ୱର ସର୍ବବୃହତ ମାନବ ସମାବେଶ ଚମକୁଛି।

ଡୋନାଲ୍ଡ ରୟ ପେଟିଟ୍

ଆମେରିକୀୟ ମହାକାଶଚାରୀ ତଥା ରାସାୟନିକ ଇଞ୍ଜିନିୟର ଡୋନାଲ୍ଡ ରୟ ପେଟିଟ୍ ଆଷ୍ଟ୍ରୋ-ଫଟୋଗ୍ରାଫି ଏବଂ ମହାକାଶରେ ଉଦ୍ଭାବନ ପାଇଁ ପ୍ରସିଦ୍ଧ । ପେଟିଟ୍ ମହାକାଶରେ ସୃଷ୍ଟି ହୋଇଥିବା ପ୍ରଥମ ପେଟେଣ୍ଟ ବସ୍ତୁ ‘ଜିରୋ ଜି କପ୍’ର ଉଦ୍ଭାବକ। ୬୯ ବର୍ଷ ବୟସରେ ସେ ହେଉଛନ୍ତି ନାସାର ସବୁଠାରୁ ବୟସ୍କ ସକ୍ରିୟ ମହାକାଶଚାରୀ।

ମହାକାଶ ମହାକୁମ୍ଭ ୨୦୨୫ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ: ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

August 27, 2026

ମାଲଦା ମେଡିକାଲ କଲେଜରେ ଗୋଟିଏ ଦିନରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ

August 27, 2026

ଆମେରିକାରେ ମୋହନ ଭାଗବତଙ୍କ କାର୍ଯ୍ୟକ୍ରମ ପୂର୍ବରୁ କାର୍ଯ୍ୟାନୁଷ୍ଠାନ: X ଆକାଉଣ୍ଟ ସସପେଣ୍ଡ

August 27, 2026

ଡବ୍ଲୁଟିସିରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଜାଣନ୍ତୁ ବର୍ତ୍ତମାନ ସ୍ଥିତି

August 27, 2026
Latest News

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ: ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

August 27, 2026

ମାଲଦା ମେଡିକାଲ କଲେଜରେ ଗୋଟିଏ ଦିନରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ

August 27, 2026

ଆମେରିକାରେ ମୋହନ ଭାଗବତଙ୍କ କାର୍ଯ୍ୟକ୍ରମ ପୂର୍ବରୁ କାର୍ଯ୍ୟାନୁଷ୍ଠାନ: X ଆକାଉଣ୍ଟ ସସପେଣ୍ଡ

August 27, 2026

ଆରଏସଏସ ତରଫରୁ ବାଣପୁରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

August 27, 2026

ଡବ୍ଲୁଟିସିରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଜାଣନ୍ତୁ ବର୍ତ୍ତମାନ ସ୍ଥିତି

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.