Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନଭେମ୍ବର ୨୬ ସୁଦ୍ଧା ୨୩.୨୪ କୋଟି ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ଏମଏସଏମଇ: ଅର୍ଥନୈତିକ ସର୍ଭେ
ଆଜିର ଖବର

ନଭେମ୍ବର ୨୬ ସୁଦ୍ଧା ୨୩.୨୪ କୋଟି ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ଏମଏସଏମଇ: ଅର୍ଥନୈତିକ ସର୍ଭେ

January 31, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଉପସ୍ଥାପିତ କରିଥିବା ଅର୍ଥନୈତିକ ସର୍ଭେ ୨୦୨୪-୨୫ରେ ଉଲ୍ଲେଖ କରିଛନ୍ତି ଯେ ଭାରତର ପ୍ରଗତି ପାଇଁ ଏମଏସଏମଇ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ। ଅର୍ଥନୈତିକ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ସରକାର ସମଗ୍ର ଦେଶରେ କ୍ଲଷ୍ଟର ବିକାଶ ପାଇଁ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗ-କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ (ଏମଏସଇ-ସିଡିପି) କାର୍ଯ୍ୟକାରୀ କରୁଛନ୍ତି। ଏହା ଅଧୀନରେ, କମନ୍ ଫେସିଲିଟି ସେଣ୍ଟର (ସିଏଫସି) ଏମଏସଇମାନଙ୍କ ପାଇଁ ଟେକ୍ନୋଲୋଜିର ଉନ୍ନତି, ଦକ୍ଷତା, ଗୁଣବତ୍ତା ଭଳି ସାଧାରଣ ସମସ୍ୟାର ସମାଧାନ ପାଇଁ ଚ୍ୟାନେଲ ଅଟେ।

ଏହି ସର୍ଭେରେ ଏମଏସଏମଇଗୁଡ଼ିକୁ ଇକ୍ୱିଟି ପାଣ୍ଠିର ଗୁରୁତ୍ୱ ବିଷୟରେ ମଧ୍ୟ କୁହାଯାଇଛି। ସରକାର ଆତ୍ମନିର୍ଭର ଭାରତ (ଶ୍ରୀ) ପାଣ୍ଠିର ଶୁଭାରମ୍ଭ କରିଛନ୍ତି ଯେଉଁଥିରେ ୫୦,୦୦୦ କୋଟି ଟଙ୍କାର ପାଣ୍ଠି ରହିଛି। ସର୍ଭେ ଅନୁଯାୟୀ, ଏହି ପାଣ୍ଠିରେ ସରକାରଙ୍କ ପକ୍ଷରୁ ୧୦,୦୦୦ କୋଟି ଟଙ୍କା ଏବଂ ଘରୋଇ ଇକ୍ୱିଟି/ଭେଞ୍ଚର କ୍ୟାପିଟାଲ ଫଣ୍ଡ ଜରିଆରେ ୪୦,୦୦୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି।

ଅର୍ଥନୈତିକ ସର୍ବେକ୍ଷଣ ୨୦୨୪-୨୫ରେ ଦର୍ଶାଯାଇଛି ଯେ ଏମଏସଏମଇ ସମାଧାନ ଏବଂ ଚାମ୍ପିୟନ୍ସ (ଉତ୍ପାଦନ ଏବଂ ଜାତୀୟ ଶକ୍ତି ବୃଦ୍ଧି ପାଇଁ ଆଧୁନିକ ପ୍ରକ୍ରିୟାର ସୃଷ୍ଟି ଏବଂ ସମନ୍ୱିତ ପ୍ରୟୋଗ) ପୋର୍ଟାଲ ମାଧ୍ୟମରେ ଏମଏସଏମଇର ସମସ୍ୟାର ସମାଧାନ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଅର୍ଥନୈତିକ ସର୍ବେକ୍ଷଣ ରେ କୁହାଯାଇଛି ଯେ ଏମଏସଏମଇ ସମନ୍ୱୟ ପୋର୍ଟାଲ ଆରମ୍ଭ ହେବା ଦିନଠାରୁ ଏମଏସଇଗୁଡିକ ଦ୍ୱାରା ୨,୨୦,୭୦୪ ଟି ଆବେଦନ ଦାଖଲ କରାଯାଇଛି, ସେଥିମଧ୍ୟରୁ ୨୦୬୫୨ ଟି ପାରସ୍ପରିକ ଭାବରେ ସମାଧାନ ହୋଇଛି, ୫୩୪୯୩ ଟି ଏପର୍ଯ୍ୟନ୍ତ ଏମଏସଇଏଫସି ଦ୍ୱାରା ଦେଖାଯାଇନାହିଁ, ୬୦୭୧୪ ଟି ଖାରଜ ହୋଇଛି, ୪୫୯୫୨ ଟି ମାମଲାର ସମାଧାନ ହୋଇଛି ଏବଂ ୩୯୮୯୩ ଟି ମାମଲା ବିଚାରାଧୀନ ଅଛି। ବର୍ତ୍ତମାନ ସୁଦ୍ଧା ଏହି ପୋର୍ଟାଲ ୧୧ଟି ଆଞ୍ଚଳିକ ଭାଷାରେ ସୂଚନା ପ୍ରସାରିତ କରୁଛି।

ଅର୍ଥନୈତିକ ସର୍ବେକ୍ଷଣ ୨୦୨୪-୨୫ ଅନୁଯାୟୀ, ୨୦୨୪ ନଭେମ୍ବର ୨୬ ସୁଦ୍ଧା ଏମ୍ଏସ୍ଏମ୍ଇଗୁଡ଼ିକ ୨୩.୨୪ କୋଟି ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ଏମଏସଏମଇ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରିବା ଏବଂ ବ୍ୟବସାୟ କରିବାରେ ସହଜତା ଆଣିବା ପାଇଁ ସର୍ଭେରେ ଦର୍ଶାଯାଇଛି ଯେ ସରକାର ଜୁଲାଇ ୨୦୨୦ରେ ଉଦ୍ୟମ ପଞ୍ଜୀକରଣ ପୋର୍ଟାଲ ଆରମ୍ଭ କରିଥିଲେ। ଏହି ଅନଲାଇନ୍, ସ୍ୱୟଂ ଘୋଷଣା ଭିତ୍ତିକ ବ୍ୟବସ୍ଥାରେ ପଞ୍ଜୀକରଣ ପାଇଁ ପାନ୍ କାର୍ଡ଼ର ର ଆବଶ୍ୟକତା ରହିଛି। ଅନୌପଚାରିକ ମାଇକ୍ରୋ ଏଣ୍ଟରପ୍ରାଇଜେସ୍ (ଆଇଏମ୍ଇ)କୁ ଆନୁଷ୍ଠାନିକ ରୂପ ଦେବା ପାଇଁ ସରକାର ସିଡବି ସହଯୋଗରେ ଜାନୁଆରି ୨୦୨୩ରେ ‘ଉଦ୍ୟମ ଆସିଷ୍ଟ ପ୍ଲାଟଫର୍ମ’ (ୟୁଏପି) ଆରମ୍ଭ କରିଥିଲେ।

ଏମ୍ଏସ୍ଏମ୍ଇଗୁଡ଼ିକୁ ଋଣ ପ୍ରଦାନ କରିବା ଦିଗରେ ସର୍ଭେରେ ଉଲ୍ଲେଖ କରାଯାଇଛି ଯେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ (ସିଜିଟିଏମ୍ଏସ୍ଇ)ର ପୁନର୍ଗଠନ ଏମ୍ଏସ୍ଇ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟର ପାଣ୍ଠିରେ ୯,୦୦୦ କୋଟି ଟଙ୍କା ବ୍ୟୟରେ କରାଯାଇଥିଲା। ଏହା ଦ୍ୱାରା ଏମଏସଇଗୁଡ଼ିକୁ କମ୍ ସୁଧ ହାରରେ ଅତିରିକ୍ତ ୨ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏମଏସଏମଇଗୁଡ଼ିକୁ ଉପକୃତ କରିବା ଏବଂ ଅପେକ୍ଷାକୃତ କମ୍ ଆର୍ଥିକ ଖର୍ଚ୍ଚରେ ସେମାନଙ୍କ ପ୍ରାପ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଉପଲବ୍ଧ କରାଇବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଟିଆରଇଡିଏସର ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସର୍ଭେରେ କୁହାଯାଇଛି। ଟିଆରଇଡିଏସ, ଏକ ବଜାର ଯାହା ସରକାରୀ ବିଭାଗ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, କର୍ପୋରେଟ ଇତ୍ୟାଦି କ୍ରେତାମାନଙ୍କୁ ଏମଏସଏମଇଡି ଆଇନ ୨୦୦୬ ଅନୁଯାୟୀ ସେମାନଙ୍କ ଏମଏସଏମଇ ଯୋଗାଣକାରୀଙ୍କୁ ଠିକ୍ ସମୟରେ ଦେୟ ପ୍ରଦାନ କରିବାକୁ ସକ୍ଷମ କରେ।

ଅର୍ଥନୈତିକ ସର୍ଭେ ଆତ୍ମନିର୍ଭର ଭାରତ ଏମଏସଏମଇ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇପିଏଲ-୨୦୨୬ ରେ ଦଳ ବଦଳାଇବେ କେଏଲ ରାହୁଲ?: ମିଳିପାରେ ଅଧିନାୟକ ପଦ

September 8, 2025

ଭାରତୀୟ ଅର୍ଥନୀତିକୁ ମିଳିବ ବୁଷ୍ଟର ଡୋଜ୍, ମାତ୍ର ୩ ମାସ ମଧ୍ୟରେ ଖର୍ଚ୍ଚ ହେବ ୨.୧୯ ଲକ୍ଷ କୋଟି

September 8, 2025

ଉପରାଷ୍ଟ୍ରପତି ନିର୍ବାଚନରେ ​​କେଉଁ ଦଳ ବଦଳାଇ ପାରନ୍ତି ପକ୍ଷ, BJD, YSR ର ମତ କଣ ହେବ?

September 8, 2025

ଆରେ ହେ…ପ୍ରଧାନମନ୍ତ୍ରୀ କଣ ପଛ ଧାଡିରେ ବସିଛନ୍ତି !!! ଏହା ସତ ନା ମିଛ ?

September 8, 2025
Latest News

ଆଇପିଏଲ-୨୦୨୬ ରେ ଦଳ ବଦଳାଇବେ କେଏଲ ରାହୁଲ?: ମିଳିପାରେ ଅଧିନାୟକ ପଦ

September 8, 2025

ଭାରତୀୟ ଅର୍ଥନୀତିକୁ ମିଳିବ ବୁଷ୍ଟର ଡୋଜ୍, ମାତ୍ର ୩ ମାସ ମଧ୍ୟରେ ଖର୍ଚ୍ଚ ହେବ ୨.୧୯ ଲକ୍ଷ କୋଟି

September 8, 2025

ଆରମ୍ଭ ହେଲା ପିତୃପକ୍ଷ, ବିଭିନ୍ନ ସ୍ଥାନରେ ଶ୍ରାଦ୍ଧ ଦେବାପାଇଁ ଶ୍ରଦ୍ଧାଳୁଙ୍କ ଭିଡ

September 8, 2025

ଉପରାଷ୍ଟ୍ରପତି ନିର୍ବାଚନରେ ​​କେଉଁ ଦଳ ବଦଳାଇ ପାରନ୍ତି ପକ୍ଷ, BJD, YSR ର ମତ କଣ ହେବ?

September 8, 2025

ଆରେ ହେ…ପ୍ରଧାନମନ୍ତ୍ରୀ କଣ ପଛ ଧାଡିରେ ବସିଛନ୍ତି !!! ଏହା ସତ ନା ମିଛ ?

September 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.