Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ପୋଲିସ ପକ୍ଷରୁ ଏହି ପତାକା ଅବତରଣ ଉତ୍ସବ ପାଳିତ
ଆଜିର ଖବର

ଓଡିଶା ପୋଲିସ ପକ୍ଷରୁ ଏହି ପତାକା ଅବତରଣ ଉତ୍ସବ ପାଳିତ

February 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏକତା ଏବଂ ଶୃଙ୍ଖଳାର ପ୍ରତୀକ ହେଉଛି ପତାକା ଅବତରଣ ଉତ୍ସବ। ପ୍ରତିବର୍ଷ ଜାନୁଆରୀ ୩୧ ତାରିଖରେ ଓଡିଶା ପୋଲିସ ପକ୍ଷରୁ ଏହି ପତାକା ଅବତରଣ ଉତ୍ସବ ପାଳିତ ହେଉଥିବା ବେଳେ ଭାରତର ସଶସ୍ତ୍ର ବାହିନୀର ସମନ୍ୱୟ ଏବଂ ଶୃଙ୍ଖଳାକୁ ଏହା ପ୍ରଦର୍ଶିତ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ପୋଲିସ ପକ୍ଷରୁ ଆୟୋଜିତ ସପ୍ତମ ବାଟାଲିୟନ ଭୁବନେଶ୍ୱରଠାରେ ଆୟୋଜିତ ପତାକା ଅବତରଣ ଉତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ରାଜ୍ୟ ପୋଲିସ ବାହିନୀର ସମନ୍ୱୟ ଏବଂ ଶୃଙ୍ଖଳାର ଏହା ଏକ ଅନନ୍ୟ ପ୍ରତୀକ। ଭାରତୀୟ ସୈନିକ ଏବଂ ରାଜ୍ୟ ପୋଲିସ ବାହିନୀଙ୍କ ସାହସ ଏବଂ ବଳିଦାନକୁ ମଧ୍ୟ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥାଏ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

ଏହି ଅବସରରେ ରାଜ୍ୟ ପୋଲିସର ବିଭିନ୍ନ ବାଟାଲିୟନରୁ ଆସିଥିବା ବ୍ୟାଣ୍ଡ ପାର୍ଟି ମାନେ ଦେଶାତ୍ମବୋଧ ସଂଗୀତର ତାଳେ ତାଳେ ଚିତ୍ତାକର୍ଷକ ସାମରିକ ବ୍ୟାଣ୍ଡ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ଜାତୀୟ ସଂଗୀତ, ଏଇ ଦେଶ ଏଇ ମାଟି, ଆର୍ଯ୍ୟ ଭୂମି, ସାରେ ଯାହାଁ ସେ ଆଚ୍ଛା, ବନ୍ଦେ ମା ତରମ, କଦମ କଦମ, ତେରା ପ୍ୟାର ଅମର, ରୋଜା କାଶ୍ମୀର, ଓଡିଶା ପୋଲିସର ଥିମ ସଙ୍ଗୀତ, ପ୍ରଳମ୍ବ ବାଦ୍ୟ ଏବଂ ଓଡିଶା ମୋ ଓଡିଶା ଭଳି ସଙ୍ଗୀତରେ ବ୍ୟାଣ୍ଡ ପ୍ରଦର୍ଶନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ, ସତ୍ୟବ୍ରତ ସାହୁ, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ, ପୋଲିସ କମିଶନର ଡ଼ଃ ଏସ. ଦେବଦତ୍ତ ସିଂଙ୍କ ସମେତ ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ, ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।

ଓଡିଶା ପୋଲିସ ଭୁବନେଶ୍ୱର ମୋହନ ଚରଣ ମାଝୀ ରାଜ୍ୟ ପୋଲିସ ସଶସ୍ତ୍ର ବାହିନୀ
Share. Facebook Twitter LinkedIn Email WhatsApp Copy Link

Related Posts

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025
Latest News

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.