Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେଦବହୁଳତା ବିରୋଧରେ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଡାକ୍ତର ଓ କ୍ରୀଡାବିତ୍‌ଙ୍କ ସମେତ ବିଭିନ୍ନ କ୍ଷେତ୍ରରୁ ସମର୍ଥନ
ଆଜିର ଖବର

ମେଦବହୁଳତା ବିରୋଧରେ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଡାକ୍ତର ଓ କ୍ରୀଡାବିତ୍‌ଙ୍କ ସମେତ ବିଭିନ୍ନ କ୍ଷେତ୍ରରୁ ସମର୍ଥନ

February 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମେଦବହୁଳ
ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ମେଦବହୁଳ, ସରଳ ଓଜନ ହ୍ରାସ ଟିପ୍ସ ପ୍ରଦାନ କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ମେଦବହୁଳତା ବିରୋଧରେ ଲଢ଼େଇ ଏବଂ ତେଲ ବ୍ୟବହାର କମାଇବା ପାଇଁ ଆହ୍ୱାନ ଦେଇଛନ୍ତି। ଏହାକୁ ଡାକ୍ତର, କ୍ରୀଡାବିତ୍ ତଥା ଜୀବନର ବିଭିନ୍ନ ବର୍ଗର ଲୋକମାନଙ୍କ ନିକଟରୁ ବ୍ୟାପକ ସମର୍ଥନ ମିଳିଛି।

ଡେରାଡୁନ୍‌ରେ ୩୮ତମ ଜାତୀୟ ଖେଳ ଉଦ୍‌ଘାଟନୀ ସମାରୋହରେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଦେଶରେ ଦୃତ ଗତିରେ ବୃଦ୍ଧି ପାଉଥିବା ମେଦବହୁଳତାର ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହା ଏବେ ଚିନ୍ତାର ବିଷୟ, କାରଣ ମେଦବହୁଳତା ମଧୁମେହ, ହୃଦରୋଗ ଭଳି ରୋଗର ଆଶଙ୍କା ବଢ଼ାଇଥାଏ। ଫିଟ୍ ଇଣ୍ଡିଆ ମୁଭ୍‌ମେଣ୍ଟ୍ ଉପରେ ଆଲୋଚନା କରି ସେ ସନ୍ତୁଳିତ ଖାଦ୍ୟ ଉପରେ ଧ୍ୟାନ ଦେବା ସହ ବ୍ୟାୟାମ ଏବଂ ଖାଦ୍ୟର ଗୁରୁତ୍ୱ ବିଷୟରେ କହିଥିଲେ। ଖାଦ୍ୟରେ ଅସ୍ୱାସ୍ଥ୍ୟକର ଚର୍ବି ଏବଂ ତେଲ ହ୍ର୍ରାସ କରିବାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ ଓ ଦୈନିକ ତେଲ ବ୍ୟବହାର ୧୦% କମାଇବାକୁ ପରାମର୍ଶ ଦେଇଥିଲେ।

ଅଭିନେତା ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ପ୍ରଶଂସା କରିବା ସହ ଉତ୍ତମ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସ୍ୱାସ୍ଥ୍ୟଜଗତ ବହୁ ସଂଖ୍ୟାରେ ସମର୍ଥନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦକ୍ଷିଣ-ପୂର୍ବ ଏସିଆ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ନିୟମିତ ଶାରୀରିକ କାର୍ଯ୍ୟକଳାପ ଏବଂ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ପାଇଁ ଆହ୍ୱାନକୁ ଉଲ୍ଲେଖ କରାଯାଇଛି।

ହିନ୍ଦୁଜା ହସ୍ପିଟାଲ୍‌ର ସିଇଓ ଗୌତମ ଖନ୍ନା ଏହାକୁ ମେଦବହୁଳତା ଏବଂ ଏଥିସହ ଥିବା ଆନୁସଙ୍ଗିକ ବିପଦକୁ ହ୍ରାସ କରିବାର ଗୁରୁତ୍ୱ ଉପରେ ଏହା ଏକ ସାମୟିକ ସନ୍ଦେଶ ବୋଲି କହିଛନ୍ତି।

ମହାଜନ ଇମେଜିଂ ଆଣ୍ଡ୍ ଲ୍ୟାବ୍ସର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ହର୍ଷ ମହାଜନ ମେଦବହୁଳତା ବିରୋଧରେ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ପ୍ରଶଂସା କରିଛନ୍ତି।

ଉଜାଲା ସିଗ୍ନସ୍ ସ୍ୱାସ୍ଥ୍ୟ ସେବାର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡ. ଶୁଚିନ୍ ବଜାଜ କହିଛନ୍ତି ଯେ, ମେଦବହୁଳତା ଏକ ଗୁରୁତର ଆହ୍ୱାନ, ଯାହା ବିରୋଧରେ ଏକ ଦେଶ ଭାବରେ ଆକୁ ତୁରନ୍ତ ଏବଂ ଏକତ୍ର ଲଢ଼ିବାକୁ ପଡିବ।

ମେଦବହୁଳତା ବିପଦର ମୁକାବିଲା କରିବାର ଗୁରୁତ୍ୱକୁ ସମର୍ଥନ କରି ଅନ୍ୟ ବହୁ ଡାକ୍ତର ମଧ୍ୟ ନିଜର ମନ୍ତବ୍ୟ ଦେଇଛନ୍ତି।

ଇଣ୍ଡିଆନ୍ ଡେଣ୍ଟାଲ୍ ଆସୋସିଏସନ୍‌, ଟାଟା ମେମୋରିଆଲ୍ ହସ୍ପିଟାଲ୍‌, ଦିଲ୍ଲୀର ଏଣ୍ଡୋକ୍ରାଇନ୍ ସୋସାଇଟି ସମେତ ଅନେକ ହସ୍ପିଟାଲ୍ ଓ ଆସୋସିଏନ୍ ମେଦବହୁଳତା ବିରୋଧରେ ଆନ୍ଦୋଳନର ସମର୍ଥନରେ ଆଗକୁ ଆସିଛନ୍ତି।

ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ କ୍ରୀଡାବିତ୍‌ମାନେ ମଧ୍ୟ ସମର୍ଥନ କରିଛନ୍ତି। ବକ୍ସର ବିଜେନ୍ଦର ସିଂହ କହିଛନ୍ତି ଯେ, ସନ୍ତୁଳିତ ଖାଦ୍ୟ, ବ୍ୟାୟାମ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିôବା ଅଭିଯାନ ପ୍ରଶଂସନୀୟ।

ଫିଟ୍‌ନେସ୍ କୋଚ୍ ମିକି ମେହତା ଏବଂ ବିଶ୍ୱ ଚାମ୍ପିଅନ୍‌ସିପ୍ ବ୍ରୋଞ୍ଚପଦକ ବିଜେତା ବକ୍ସର୍ ଗୌରବ ବିଘୁଡି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସମର୍ଥନ କରିଛନ୍ତି।

ଅକ୍ଷୟ କୁମାର ଉତ୍ତମ ସ୍ୱାସ୍ଥ୍ୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ମେଦବହୁଳତା
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026
Latest News

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.