Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀ-କୋଣାର୍କ ବୁଲିଲେ ଷୋଡ଼ଶ ଅର୍ଥ କମିଶନ, ପୁରୀ ସହରର ଉନ୍ନତିକରଣ ନେଇ ଆଲୋଚନା
ଆଜିର ଖବର

ପୁରୀ-କୋଣାର୍କ ବୁଲିଲେ ଷୋଡ଼ଶ ଅର୍ଥ କମିଶନ, ପୁରୀ ସହରର ଉନ୍ନତିକରଣ ନେଇ ଆଲୋଚନା

February 5, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୁରୀ-କୋଣାର୍କ ବୁଲିଲେ ଷୋଡ଼ଶ ଅର୍ଥ କମିଶନ, ପୁରୀ ସହରର ଉନ୍ନତିକରଣ ନେଇ ଆଲୋଚନା

ଭୁବନେଶ୍ୱର: ଓଡିଶାକୁ ଚାରିଦିନିଆ ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ଦ୍ଵିତୀୟ ଦିନରେ ଶ୍ରୀକ୍ଷେତ୍ର ପୁରୀ ଗସ୍ତରେ ଆସି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ କମିଶନର ସଦସ୍ୟମାନେ ପୁରୀ ରାଜଭବନରେ ସ୍ଥାନୀୟ ପୌର ପ୍ରଶାସନ ସହିତ ସହରର ଉନ୍ନତିକରଣ, ଭିତ୍ତିଭୂମି ବିକାଶ ଏବଂ ନାଗରିକ ସୁବିଧା ବୃଦ୍ଧି ପାଇଁ ଆବଶ୍ୟକ ଆର୍ଥିକ ଆବଣ୍ଟନ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ ।
ବୈଠକରେ ପୌର ପ୍ରଶାସନ ଶ୍ରଦ୍ଧାଳୁ ଓ ଜନସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟକରି ସହରର ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ଆଲୋକୀକରଣ ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ଆହୁରି ଅଧିକ ବ୍ୟବସ୍ଥିତ ଓ ପରିମାର୍ଜିତ କରାଯିବାର ଆବଶ୍ୟକତା ରହିଛି ବୋଲି କମିଶନଙ୍କୁ ଅବଗତ କରିଥିଲେ ।

ଅର୍ଥ କମିଶନ ପୁରୀର ସମୃଦ୍ଧ ଐତିହ୍ୟକୁ ସଂରକ୍ଷିତ ରଖାଯାଇ ସାମଗ୍ରିକ ସହରାଞ୍ଚଳ ବିକାଶ ସୁନିଶ୍ଚିତ କରିବା ପାଇଁ ସମୁଚିତ ସମ୍ବଳ ବଣ୍ଟନ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଅପରାହ୍ନରେ ଅର୍ଥ କମିଶନର ସଦସ୍ୟମାନେ ବ୍ଲୁ ଫ୍ଲାଗ୍ ବେଳାଭୂମି ପରିଦର୍ଶନ କରିଥିଲେ ​​। ସନ୍ଧ୍ୟାରେ ୟୁନେସ୍କୋଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ ଘୋଷିତ କୋଣାର୍କର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ଏହାର ଇତିହାସ ସମ୍ବନ୍ଧରେ ଶୁଣି ଓ କାରୁକାର୍ଯ୍ୟଦେଖି ଅଭିଭୂତ ହୋଇଥିଲେ ।

ଓଡିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ପୌର ପ୍ରଶାସକ ତଥା ନଗର ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ଅରିନ୍ଦମ ଡାକୁଆ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପୁରୀ ଆରକ୍ଷୀ ଅଧିକ୍ଷକ ବିନିତ ଅଗ୍ରୱାଲ, କମିଶନର ସଦସ୍ୟ ଆନି ଜର୍ଜ ମାଥ୍ୟୁ, ଅଜୟ ନାରାୟଣ ଝା, ଡ଼ଃ ମନୋଜ ପଣ୍ଡା ପ୍ରମୁଖ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ।

ଷୋଡ଼ଶ ଅର୍ଥ କମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

“କଂଗ୍ରେସର ପରିଚୟ ହିଁ ରାମ ବିରୋଧୀ,” ନାନା ପଟୋଲେଙ୍କ ବୟାନକୁ ଟାର୍ଗେଟ କଲେ ସଞ୍ଜୟ ନିରୁପମ

January 1, 2026

ସ୍କୁଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା: ଦୁଇ ମୃତ, ତିନି ଗୁରୁତର

January 1, 2026

ନିଯୁକ୍ତି ନାମରେ ଠକେଇ: ୩ ଅଭିଯୁକ୍ତ କୋର୍ଟ ଚାଲାଣ

January 1, 2026

BCCIର ସମ୍ଭାବ୍ୟ 2026 କେନ୍ଦ୍ରୀୟ ଚୁକ୍ତି: ରୋହିତ, ବିରାଟଙ୍କୁ ଲାଗିପାରେ ଝଟକା

January 1, 2026
Latest News

“କଂଗ୍ରେସର ପରିଚୟ ହିଁ ରାମ ବିରୋଧୀ,” ନାନା ପଟୋଲେଙ୍କ ବୟାନକୁ ଟାର୍ଗେଟ କଲେ ସଞ୍ଜୟ ନିରୁପମ

January 1, 2026

ସ୍କୁଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା: ଦୁଇ ମୃତ, ତିନି ଗୁରୁତର

January 1, 2026

ନିଯୁକ୍ତି ନାମରେ ଠକେଇ: ୩ ଅଭିଯୁକ୍ତ କୋର୍ଟ ଚାଲାଣ

January 1, 2026

BCCIର ସମ୍ଭାବ୍ୟ 2026 କେନ୍ଦ୍ରୀୟ ଚୁକ୍ତି: ରୋହିତ, ବିରାଟଙ୍କୁ ଲାଗିପାରେ ଝଟକା

January 1, 2026

ବିମାନ ଉଡ଼ାଣ ପୂର୍ବରୁ ମଦ୍ୟପାନ କରିବା ମହଙ୍ଗା ପଡିଲା; ଏୟାର ଇଣ୍ଡିଆର ପାଇଲଟ୍ ଅଟକ

January 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.