Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ଭାରତରେ ବିଶ୍ୱର ସର୍ବଶ୍ରେଷ୍ଠ ଏଆଇ ଭିତ୍ତିଭୂମି ପ୍ରସ୍ତୁତ କରୁଛି: ମୁକେଶ ଅମ୍ବାନୀ
ଆଜିର ଖବର

ଜିଓ ଭାରତରେ ବିଶ୍ୱର ସର୍ବଶ୍ରେଷ୍ଠ ଏଆଇ ଭିତ୍ତିଭୂମି ପ୍ରସ୍ତୁତ କରୁଛି: ମୁକେଶ ଅମ୍ବାନୀ

February 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୋଲକାତା: ରିଲାଏନ୍ସ ଜିଓ ଭାରତରେ ବିଶ୍ୱର ସର୍ବଶ୍ରେଷ୍ଠ ଏଆଇ ଭିତ୍ତିଭୂମି ପ୍ରସ୍ତୁତ କରୁଛି ଏବଂ ଏକ ଅତ୍ୟାଧୁନିକ ମାନୁଫାକଚରିଙ୍ଗ କ୍ଷମତା ସହିତ ଡିପ୍ ଟେକ୍ନୋଲୋଜି ସମ୍ପନ୍ନ ଦେଶ ହେବାପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଗୁରୁତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ୍ୟ ମୁକେଶ ଅମ୍ବାନୀ।

ଅଷ୍ଟମ ବେଙ୍ଗଲ ଗ୍ଲୋବାଲ ବିଜିନେସ ସମ୍ମିଳନୀରେ ଏହା ପ୍ରକାଶ କରିବା ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆସନ୍ତା ୧୦ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ନିଜର ପୁଞ୍ଜିନିବେଶକୁ ଦ୍ୱିଗୁଣିତ କରିବ ବୋଲି ସେ ଘୋଷଣା କରିଛନ୍ତି।

ପଶ୍ଚିମବଙ୍ଗରେ ଗତ ଦଶନ୍ଧି ମଧ୍ୟରେ ରିଲାଏନ୍ସର ପୁଞ୍ଜିନିବେଶ ୨ ହଜାର କୋଟି ଟଙ୍କାରୁ ୫୦ ହଜାର କୋଟି ଟଙ୍କାକୁ ବୃଦ୍ଧି ହୋଇଥିବା ସୂଚନା ଦେଇ ୨୦୩୫ ସୁଦ୍ଧା ଏହା ୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବା ଯୋଜନା ରହିଥିବା ସେ ପ୍ରକାଶ କରିଛନ୍ତି।

ବେଙ୍ଗଲ ଗ୍ଲୋବାଲ ସମ୍ମିଳନୀରେ ଯୋଗ ଦେଇ ମୁକେଶ ଅମ୍ବାନୀ ମୋଟ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଜିଓ ପକ୍ଷରୁ କୋଲକାତାରେ ରହିଥିବା ଡାଟା ସେଣ୍ଟରକୁ ଅତ୍ୟାଧୁନିକ ଏଆଇ-ପ୍ରସ୍ତୁତ ଡାଟା ସେଣ୍ଟରରେ ପରିଣତ କରାଯାଉଛି ଯାହା ଆସନ୍ତା ୯ ମାସ ମଧ୍ୟରେ ପ୍ରସ୍ତୁତ ହେବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଡାଟା ସେଣ୍ଟର ପଶ୍ଚିମ ବଙ୍ଗକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ କ୍ଲାଉଡ୍ କମ୍ପ୍ୟୁଟିଂ ଭଳି ଟେକ୍ନୋଲୋଜି ଯୋଗାଇବ, ଯାହା ରାଜ୍ୟର ଅର୍ଥନୀତିକୁ ସମୃଦ୍ଧ କରିବ।

ରିଟେଲ କ୍ଷେତ୍ରରେ ରିଲାଏନ୍ସ ଆସନ୍ତା ତିନି ବର୍ଷ ମଧ୍ୟରେ ୪୦୦ ଟି ନୂତନ ଷ୍ଟୋର ଖୋଲିବାକୁ ଯାଉଥିବା ଅମ୍ବାନୀ ଘୋଷଣା କରିଛନ୍ତି। ସମ୍ପ୍ରତି, ରିଲାଏନ୍ସର ପଶ୍ଚିମବଙ୍ଗରେ ୧୩୦୦ ରୁ ଅଧିକ ଷ୍ଟୋର ରହିଛି, ଯାହା ତିନି ବର୍ଷ ମଧ୍ୟରେ ୧,୭୦୦ କୁ ବୃଦ୍ଧି ପାଇବ। ଏହା ମଧ୍ୟ ନୂତନ ନିଯୁକ୍ତି ସୃଷ୍ଟି କରିବ। ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ପଶ୍ଚିମବଙ୍ଗର ବିଭିନ୍ନ କ୍ଷେତ୍ରରେ ୧ ଲକ୍ଷରୁ ଅଧିକ ନିଯୁକ୍ତି ପ୍ରଦାନ କରିଛି।

ଏହି ସମ୍ମିଳନୀରେ ବଙ୍ଗଳାର କାରିଗରମାନଙ୍କୁ ବିଶ୍ୱସ୍ତରରେ ସ୍ୱୀକୃତି ଦେବା ପାଇଁ କାର୍ଯ୍ୟ କରିବାକୁ ମୁକେଶ ଅମ୍ବାନୀ ପ୍ରତିଶୃତି ଦେଇଛନ୍ତି। ସେ କହିଛନ୍ତି ଯେ ବଙ୍ଗଳା କାରିଗରଙ୍କ ଉତ୍ପାଦକୁ ସମଗ୍ର ବିଶ୍ୱରେ ଉପଲବ୍ଧ କରାଇବା ପାଇଁ ‘ସ୍ବଦେଶ’ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଲଣ୍ଡନ, ନ୍ୟୁୟର୍କ ଏବଂ ପ୍ୟାରିସରେ ସ୍ବଦେଶ ଷ୍ଟୋର ଖୋଲାଯିବ ଯେଉଁଠାରେ ପଶ୍ଚିମବଙ୍ଗର ସର୍ବୋତ୍ତମ ଜାମଦାନୀ ଓ ତନ୍ତ ଶାଢ଼ୀ, ବାଲୁଚରି, ମୁର୍ସିଦାବାଦ, ବିଷ୍ଣୁପୁର ଏବଂ ଟସର ସିଲ୍କ ଶାଢ଼ୀ, ତଥା ରାଜ୍ୟରେ ନିର୍ମିତ ଝୋଟ ଏବଂ ଖଦି ଉତ୍ପାଦ ବିକ୍ରି ପାଇଁ ଉପଲବ୍ଧ ହେବ।

ସୌରଶକ୍ତିକୁ ଭବିଷ୍ୟତର ଶକ୍ତି ଉତ୍ସ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ରିଲାଏନ୍ସ ପଶ୍ଚିମବଙ୍ଗର ସବୁଜ ଅର୍ଥନୀତିରେ ଯୋଗଦାନ କରିବାକୁ ଚାହୁଁଛି। ଆମର ଲକ୍ଷ୍ୟ ହେଉଛି “ସୋନାର ବାଂଲା ପାଇଁ ସୋଲାର ବାଂଲା”।

ରିଲାଏନ୍ସ ଫାଉଣ୍ଡେସନ୍ ରାଜ୍ୟ ସରକାରଙ୍କ ସହ ମିଳିତ ସହଯୋଗରେ କାଳୀଘାଟ ମନ୍ଦିରର ପୁନରୁଦ୍ଧାର ଓ ନବୀକରଣ କରୁଛି। ସେବା କରିବାର ଏହି ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁକେଶ ଅମ୍ବାନୀ। ରିଲାଏନ୍ସ ଫାଉଣ୍ଡେସନ ରାଜ୍ୟର ଆବଶ୍ୟକତା ପୂରଣ ତଥା ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିବାକୁ ପ୍ରତିବଦ୍ଧ ରହିଥିବା ସେ ପ୍ରକାଶ କରିଛନ୍ତି।

ଜିଓ ପଶ୍ଚିମବଙ୍ଗ ପୁଞ୍ଜି ବିନିଯୋଗ ମୁକେଶ ଅମ୍ବାନୀ ରିଲାଏନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026
Latest News

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.