Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟିମ୍ ଇଣ୍ଡିଆର ଖେଳାଳି ଏକାଦଶରୁ ବାଦ ପଡିଲେ ବିରାଟ କୋହଲି, ଜାଣନ୍ତୁ କାହିଁକି ମିଳିଲା ନାହିଁ ସୁଯୋଗ
ଆଜିର ଖବର

ଟିମ୍ ଇଣ୍ଡିଆର ଖେଳାଳି ଏକାଦଶରୁ ବାଦ ପଡିଲେ ବିରାଟ କୋହଲି, ଜାଣନ୍ତୁ କାହିଁକି ମିଳିଲା ନାହିଁ ସୁଯୋଗ

February 6, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ପ୍ରଥମ ମ୍ୟାଚ୍ ପାଇଁ ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସେହିଭଳି ମ୍ୟାଚରେ ବିରାଟ କୋହଲି ଟିମ୍ ଇଣ୍ଡିଆର ଅଂଶ ନୁହଁନ୍ତି। ତେବେ ଆସନ୍ତୁ ଜାଣିବା ବିରାଟ କୋହଲି ନାଗପୁର ODI ରେ କାହିଁକି ଖେଳୁନାହାଁନ୍ତି?

ଟସ୍‌ ସମୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଖେଳାଳି ଏକାଦଶ ଘୋଷଣା କରିବାବେଳେ ବିରାଟ କୋହଲି ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଅଂଶ ନୁହଁନ୍ତି ବୋଲି କହିଥିଲେ। କିଙ୍ଗ କୋହଲି ଖେଳିବାର କାରଣ ବର୍ଣ୍ଣନା କରି ରୋହିତ କହିଛନ୍ତି ଯେ, ଗତକାଲି ରାତିରେ ତାଙ୍କର ଆଣ୍ଠୁ ସମସ୍ୟା ହୋଇଛି, ଯେଉଁଥିପାଇଁ ସେ ଏହି ମ୍ୟାଚରେ ଭାରତର ଖେଳାଳି ଏକାଦଶର ସେ ଅଂଶ ନୁହଁନ୍ତି। ବର୍ତ୍ତମାନ ମ୍ୟାଚରେ ବିରାଟ କୋହଲିଙ୍କ ସ୍ଥାନରେ କିଏ ତିନି ନମ୍ବରରେ ଖେଳୁଛନ୍ତି, ତାହା ଦେଖିବା ଆକର୍ଷଣୀୟ ହେବ।

କିଙ୍ଗ କୋହଲିଙ୍କ ODI ପ୍ରତ୍ୟାବର୍ତ୍ତନ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। କୋହଲି ଅଗଷ୍ଟ ୨୦୨୪ ରେ ଟିମ୍ ଇଣ୍ଡିଆ ପାଇଁ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏବେ କୋହଲି ସିରିଜର ଦ୍ୱିତୀୟ ODI ରେ ଭାଗ ନେଉଛନ୍ତି କି ନାହିଁ ତାହା ଦେଖିବା ମଜାଦାର ହେବ।

ଇଂଲଣ୍ଡ ବିପକ୍ଷ ODI ସିରିଜ୍ ପରେ ଟିମ୍ ଇଣ୍ଡିଆକୁ ଚାମ୍ପିଅନ୍ସ ଟ୍ରଫି-୨୦୨୫ ରେ ମଧ୍ୟ ଭାଗ ନେବାକୁ ପଡିବ। ଚାମ୍ପିଅନ୍ସ ଟ୍ରଫି ଦୃଷ୍ଟିକୋଣରୁ ବିରାଟ କୋହଲି ଟିମ୍ ଇଣ୍ଡିଆର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବେ।

ନାଗପୁର ODI ରେ ଜୟସ୍ୱାଲ ଏବଂ ହର୍ଷିତଙ୍କ ଡେବ୍ୟୁ:

ସୂଚନାଯୋଗ୍ୟ ଯେ, ନାଗପୁରରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ODI ମାଧ୍ୟମରେ ଟିମ୍ ଇଣ୍ଡିଆର ଓପନର୍ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ଵାଲ ଏବଂ ଦ୍ରୁତ ବୋଲର ହର୍ଷିତ ରାଣା ଏହି ଫର୍ମାଟରେ ଡେବ୍ୟୁ କରିଥିଲେ।

IND VS ENG IND Vs ENG 1st Odi nagpur Virat Kohli
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026
Latest News

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.