ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ସୂଚନା ଅନୁଯାୟୀ ବର୍ତ୍ତମାନ ୮ ଟି ରାଉଣ୍ଡର ଗଣତି ଶେଷ ହୋଇଛି। କିନ୍ତୁ ୮ ଟି ରାଉଣ୍ଡ ପରେ ଆମ ଆଦମି ପାର୍ଟି ଠାରୁ ବିଜେପି ଆଗରେ ରହିଛି। ବର୍ତ୍ତମାନ ସ୍ଥିତିରେ ବିଜେପି ୪୨ ଟି ଆସନରେ ଆଗରେ ଥିବା ବେଳେ ଆମ ଆଦମି ପାର୍ଟି ୨୮ ଟି ଆସନରେ ଆଗୁଆ ଅଛି। କଂଗ୍ରେସର ଖାତା ଏପର୍ଯ୍ୟନ୍ତ ଖାତା ଖୋଲି ନାହିଁ। ଉଲ୍ଲେଖ ଯୋଗ୍ୟ ଯେ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ୩୬ ଟି ଆସନ ଆବଶ୍ୟକ।