Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାକୁମ୍ଭ ୨୦୨୫: ପ୍ରୟାଗରାଜରେ ୧୬ରୁ ଆରମ୍ଭ ହେବ ୩ ଦିନିଆ ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ
ଆଜିର ଖବର

ମହାକୁମ୍ଭ ୨୦୨୫: ପ୍ରୟାଗରାଜରେ ୧୬ରୁ ଆରମ୍ଭ ହେବ ୩ ଦିନିଆ ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ

February 9, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରୁ ପ୍ରୟାଗରାଜଠାରେ ଆରମ୍ଭ ହେବ ୩ ଦିନିଆ ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ। ମହାକୁମ୍ଭ ୨୦୨୫କୁ ଆସୁଥିବା ଶ୍ରଦ୍ଧାଳୁ ତଥା ପରିଦର୍ଶକମାନଙ୍କ ପାଇଁ ଏହା ଏକ ବିଶେଷ ଆକର୍ଷଣ ହେବ। ସେମାନେ ଏଠାରେ ୨୦୦ ରୁ ଅଧିକ ପ୍ରବାସୀ ଏବଂ ସ୍ଥାନୀୟ ପକ୍ଷୀମାନଙ୍କର ସମାବେଶ ଦେଖିବା ସହ ସେମାନଙ୍କ ସମ୍ପର୍କରେ ବିଶେଷଜ୍ଞଙ୍କଠାରୁ ସିଧାସଳଖ ଜ୍ଞାନ ଆହରଣ କରିବାର ସୁଯୋଗ ପାଇବେ ବୋଲି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ କୁହାଯାଇଛି।

ପରିବେଶ ସଂରକ୍ଷଣ ଏବଂ ଜୈବ ବିବିଧତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ, ଏହି କାର୍ଯ୍ୟକ୍ରମ ପ୍ରକୃତି ପ୍ରେମୀ, ପକ୍ଷୀବିଜ୍ଞାନୀ ଏବଂ ଭକ୍ତମାନଙ୍କୁ ବିରଳ ପକ୍ଷୀ ପ୍ରଜାତିଗୁଡ଼ିକୁ ନିରୀକ୍ଷଣ କରିବା ଏବଂ ସେମାନଙ୍କର ସଂରକ୍ଷଣର ଗୁରୁତ୍ୱ ବୁଝିବା ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ।

ଏହି ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବରେ  ଆଗନ୍ତୁକମାନେ ପକ୍ଷୀ ସଂରକ୍ଷଣ ବିଷୟରେ ଜ୍ଞାନ ଆହରଣ କରିପାରିବେ। ଅର୍ଥାତ୍‍ ଏଠାରେ କେବଳ ପକ୍ଷୀମାନଙ୍କ ସମାଗମକୁ ଉପଭୋଗ କରିବେ ନାହିଁ ବରଂ    ବିଭିନ୍ନ ପ୍ରତିଯୋଗିତା ଏବଂ ଶିକ୍ଷାଗତ କାର୍ଯ୍ୟକଳାପ ମାଧ୍ୟମରେ ପରସ୍ପର ସହ ଭାବ ଆଦାନପ୍ରଦାନ କରିପାରିବେ। ଏଥିଲାଗି  ମହୋତ୍ସବରେ ଫଟୋଗ୍ରାଫି, ଚିତ୍ରକଳା, ସ୍ଲୋଗାନ ଲିଖନ, ବିତର୍କ ଏବଂ କୁଇଜ୍ ପ୍ରତିଯୋଗିତା ପ୍ରଭୃତି ଅନ୍ତର୍ଭୁକ୍ତ କରାଯାଇଛି। ଏହା ସହିତ, ଜାତୀୟ ଏବଂ ଆନ୍ତର୍ଜାତିକ ପକ୍ଷୀବିଜ୍ଞାନୀ, ପରିବେଶବିତ୍ ଏବଂ ସଂରକ୍ଷଣ ବିଶେଷଜ୍ଞମାନେ ବୈଷୟିକ ଅଧିବେଶନ ଏବଂ ପ୍ୟାନେଲ୍ ଆଲୋଚନା ପ୍ରଭୃତି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି।

ଏ ବିଷୟରେ ଅଧିକ ସୂଚନା ଦେଇ ବନ ବିଭାଗର ଆଇଟି ମୁଖ୍ୟ ଆଲୋକ କୁମାର ପାଣ୍ଡେ କହିଛନ୍ତି, ଲୋକମାନେ ମହୋତ୍ସବ ବିଷୟରେ ଅଧିକ ବିବରଣୀ ପାଇଁ ହ୍ୱାଟ୍ସଆପ୍ ନମ୍ବର ୯୩୧୯୨୭୭୦୦୪ରେ ଯୋଗାଯୋଗ କରିପାରିବେ। ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ଯୁବପିଢ଼ି, ପ୍ରକୃତି ପ୍ରେମୀ ଏବଂ ଶ୍ରଦ୍ଧାଳୁମାନଙ୍କୁ ପକ୍ଷୀ ସଂରକ୍ଷଣ ଏବଂ ସେମାନଙ୍କର ପ୍ରାକୃତିକ ବାସସ୍ଥାନର ସୁରକ୍ଷାକୁ ଧ୍ୟାନ ଦେବା ପାଇଁ ପ୍ରେରଣା ପ୍ରଦାନ କରିବା। ସରକାର ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ୧୦ ହଜାର ଟଙ୍କାରୁ  ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋଟ ୨୧ ଲକ୍ଷ ଟଙ୍କା ମୂଲ୍ୟର ପୁରସ୍କାର ପ୍ରଦାନ କରିବାକୁ ସ୍ଥିର କରିଛନ୍ତି। ଫଳରେ ଏହି କାର୍ଯ୍ୟକ୍ରମ ଆହୁରି ଆକର୍ଷଣୀୟ ହେବ ।

ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ ସମୟରେ, ଭକ୍ତମାନେ ବିଲୁପ୍ତପ୍ରାୟ ଭାରତୀୟ ସ୍କିମର, ଫ୍ଲେମିଙ୍ଗୋ ଏବଂ ସାଇବେରିଆନ୍ କ୍ରେନ୍ ଭଳି ବିରଳ ପକ୍ଷୀମାନଙ୍କୁ ଦେଖିବାର ସୁଯୋଗ ପାଇବେ। ଏହି କାର୍ଯ୍ୟକ୍ରମ ପରିଦର୍ଶକମାନଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଜୈବ ବିବିଧତାର ଗୁରୁତ୍ୱ ବୁଝିବାର ସୁଯୋଗ ମଧ୍ୟ ପ୍ରଦାନ କରିବ। ଏବେ ସାଇବେରିଆ, ମଙ୍ଗୋଲିଆ ଏବଂ ଆଫଗାନିସ୍ତାନ ସମେତ ୧୦ରୁ ଅଧିକ ଦେଶରୁ ହଜାର ହଜାର ପ୍ରବାସୀ ପକ୍ଷୀ ପ୍ରୟାଗରାଜର ଗଙ୍ଗା-ଯମୁନା କୂଳରେ ପହଞ୍ଚିଛନ୍ତି, ସେମାନଙ୍କର ଅନନ୍ୟ ଉଡ଼ାଣ ଏବଂ ଗୋଷ୍ଠୀ ପ୍ରବାସ ଢାଞ୍ଚାରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛନ୍ତି।

ପ୍ରୟାଗରାଜ ଡିଏଫଓ ଅରବିନ୍ଦ କୁମାର ଯାଦବ ଏ ବିଷୟରେ କହିଛନ୍ତି , ଏହି ମହୋତ୍ସବ କେବଳ ମନୋରଞ୍ଜନ ପାଇଁ ନୁହେଁ ବରଂ ପରିବେଶ ସନ୍ତୁଳନ ଏବଂ ଜୈବ ବିବିଧତା ସଂରକ୍ଷଣ ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପକ୍ଷୀ ସଂରକ୍ଷଣ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଏବଂ ପରିବେଶ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିବା ସହ ଏପରି କାର୍ଯ୍ୟକ୍ରମ ଲୋକମାନଙ୍କୁ ପ୍ରକୃତି ପ୍ରତି ସଚେତନ କରିବାରେ ସାହାଯ୍ୟ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ପ୍ରୟାଗରାଜ ମେଳା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ଭକ୍ତମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିବେଶ ପର୍ଯ୍ୟଟନ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ମାଧ୍ୟମରେ ସେମାନେ ପକ୍ଷୀଙ୍କୁ ଖୁବ ନିକଟରୁ ଦେଖିବାର ଅନୁଭବ ପାଇବା  ସହ ପ୍ରାକୃତିକ ବାସସ୍ଥାନର ଗୁରୁତ୍ୱ ବିଷୟରେ ଜାଣିପାରିବେ। ବିଶେଷଜ୍ଞଙ୍କ ସହିତ ପକ୍ଷୀ ପଦଯାତ୍ରା ଏବଂ ପ୍ରକୃତି ପଦଯାତ୍ରା ମାଧ୍ୟମରେ, ଭକ୍ତମାନେ ପକ୍ଷୀମାନଙ୍କର ଆଚରଣ, ପ୍ରବାସ ଯାତ୍ରା ଏବଂ ପରିବେଶରେ ସେମାନଙ୍କର ଭୂମିକାକୁ ମଧ୍ୟ ବୁଝିବାର ସୁଯୋଗ ପାଇବେ।

ଏହା ବ୍ୟତୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ପଥପ୍ରାନ୍ତ ନାଟକ, କଳା ପ୍ରଦର୍ଶନୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ମହାକୁମ୍ଭ ସମୟରେ ପକ୍ଷୀ ସଂରକ୍ଷଣ ଏବଂ ପରିବେଶ ସନ୍ତୁଳନ ବିଷୟରେ ସଚେତନତା ବୃଦ୍ଧି କରିବ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ କେବଳ ଭକ୍ତମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ନୁହେଁ ବରଂ ଭବିଷ୍ୟତ ପିଢ଼ି ପାଇଁ ପ୍ରାକୃତିକ ସମ୍ପଦର ସଂରକ୍ଷଣ ଦିଗରେ ପଦକ୍ଷେପ ନେବାକୁ ଉତ୍ସାହିତ କରିବ। ପକ୍ଷୀ ପ୍ରେମୀ, ଗବେଷକ, ବୈଜ୍ଞାନିକ ଏବଂ ଛାତ୍ରମାନେ ଅନ୍ତର୍ଜାତୀୟ ପକ୍ଷୀ ମହୋତ୍ସବରେ ପକ୍ଷୀବିଜ୍ଞାନ ଏବଂ ସଂରକ୍ଷଣ ବିଷୟରେ ନୂତନ ଜ୍ଞାନ ହାସଲ କରିବେ। ବିଭିନ୍ନ ଅଧିବେଶନରେ ପକ୍ଷୀ ସ୍ଥାନାନ୍ତର, ବାସସ୍ଥାନ ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବଂ ସେମାନଙ୍କ ବଞ୍ଚିବା ବିଷୟରେ ବୈଜ୍ଞାନିକ ତଥ୍ୟ ଉପରେ ଆଲୋଚନା କରାଯିବ।

ଏହି ମହୋତ୍ସବ ଭାରତ ଏବଂ ଆନ୍ତର୍ଜାତୀୟ ସ୍ତରରେ ଜୈବ ବିବିଧତା ଏବଂ ପରିବେଶଗତ ସ୍ଥାୟୀତ୍ୱ ବିଷୟରେ ଏକ ଦୃଢ଼ ବାର୍ତ୍ତା ଦେବ। ପକ୍ଷୀ ସଂରକ୍ଷଣ କାର୍ଯ୍ୟକଳାପରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ସେମାନଙ୍କୁ ପ୍ରକୃତି ସହିତ ସଂଯୋଗ ସ୍ଥାପନ ତଥା ସେମାନଙ୍କ ପ୍ରତି ନିଜର ଦାୟିତ୍ୱ ବୁଝିବା ଲାଗି ସୁଯୋଗ ପ୍ରଦାନ କରିବ। ମହାକୁମ୍ଭ ୨୦୨୫  ସମୟରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ ଭାରତୀୟ ସଂସ୍କୃତି, ପ୍ରକୃତି ଏବଂ ବୈଜ୍ଞାନିକ ଦୃଷ୍ଟିକୋଣର ଏକ ଅନନ୍ୟ ମିଶ୍ରଣ ହେବ। ଏହା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ପ୍ରାକୃତିକ ସମ୍ପତ୍ତିର ଗୁରୁତ୍ୱ ବୁଝିବା, ଜୈବବିବିଧତାକୁ ରକ୍ଷା କରିବା ଏବଂ ପରିପୂରକ ବିକାଶକୁ ପ୍ରେରିତକରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ  କରିବ।

ପ୍ରୟାଗରାଜ ମହାକୁମ୍ଭ ୨୦୨୫ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026
Latest News

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.