Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚତୁର୍ଦ୍ଦଶ ଭାରତ-ଫ୍ରାନ୍ସ ସିଇଓ ଫୋରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ
ଆଜିର ଖବର

ଚତୁର୍ଦ୍ଦଶ ଭାରତ-ଫ୍ରାନ୍ସ ସିଇଓ ଫୋରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ

February 12, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ ହୋଇଥିବା ଚତୁର୍ଦ୍ଦଶ ଭାରତ-ଫ୍ରାନ୍ସ ସିଇଓ ଫୋରମରେ ଉଭୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମିଳିତ ଭାବେ ଉଦବୋଧନ ଦେଇଛନ୍ତି। ଏହି ଫୋରମରେ ଉଭୟ ପକ୍ଷର ବିଭିନ୍ନ କମ୍ପାନୀର ଏକାଧିକ ସିଇଓ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରତିରକ୍ଷା, ମହାକାଶ, ବିକଶିତ ପ୍ରଯୁକ୍ତି ବିଦ୍ୟା, ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ଜୀବ ବିଜ୍ଞାନ, ଜୀବନଶୈଳୀ, ଖାଦ୍ୟ ଓ ଆତିଥେୟତା ପରି ବିଭିନ୍ନ ବିଭାଗ ଉପରେ ଆଲୋକପାତ କରାଯାଇଥିଲା।

ଭାରତ ଓ ଫ୍ରାନ୍ସ ଭିତରେ ରହିଥିବା ବାଣିଜ୍ୟିକ ସମ୍ପର୍କ ଓ ଆର୍ଥିକ ସହାୟତା ଉପରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ପୁଞ୍ଜି ନିବେଶ କ୍ଷେତ୍ରରେ ଭାରତର ଲୋକପ୍ରିୟ ବୈଶ୍ୱିକ ଭାବମୂର୍ତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସଦ୍ୟ ଉପସ୍ଥାପିତ ହୋଇଥିବା ବଜେଟର ବିଭିନ୍ନ ସଂସ୍କାରଧର୍ମୀ ଘୋଷଣା ଅନୁସାରେ ବୀମା କ୍ଷେତ୍ରରେ ଭାରତରେ ଶତ ପ୍ରତିଶତ ପୁଞ୍ଜି ନିବେଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏସଏମଆର ଓ ଏଏମଆର ଯାନ୍ତ୍ରିକ ବିଦ୍ୟା ସହ ବେସାମରିକ ଆଣବିକ ଶକ୍ତି କ୍ଷେତ୍ରରେ ଘରୋଇ ପ୍ରବେଶ, ଉତ୍ପାଦଗୁଡିକର ମୂଲ୍ୟରେ ସରଳୀକରଣ, ଭଲ ଜୀବନଧାରଣ ପାଇଁ ସରଳୀକୃତ ଆୟକର କୋଡ ପ୍ରଚଳନ ପରି ବିଭିନ୍ନ ଦିଗ ଉପରେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ବିଭିନ୍ନ ଆର୍ଥିକ ସଂସ୍କାର ଉପରେ ପ୍ରାଧାନ୍ୟ ଦେଇ ତାଙ୍କ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଗତ କିଛି ବର୍ଷ ଭିତରେ ଏପ୍ରକାର ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ କାର୍ଯ୍ୟ କରାଯାଇଥିବା ଉଲ୍ଲେଖ କରାଯାଇଛି ।

ପ୍ରତିରକ୍ଷା, ଶକ୍ତି, ଜାତୀୟ ରାଜପଥ, ବେସାମରିକ ବିମାନ ଚଳାଚଳ, ମହାକାଶ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାରତର ପ୍ରଗତି ପ୍ରତି ଫରାସୀ କମ୍ପାନୀଗୁଡିକ ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । କୃତ୍ରିମ ବୁଦ୍ଧିମତା, ସେମି କଣ୍ଡକ୍ଟର, କ୍ୱାଂଟମ, ଖଣି ଓ ହାଇଡ୍ରୋଜେନ ମିଶନ ପରି କ୍ଷେତ୍ରରେ ଭାରତର ଦକ୍ଷତା ଓ ବୈଶ୍ୱିକ ପ୍ରଶଂସା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଫରାସୀ ଉଦ୍ୟୋଗପତିଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି । ଏସବୁ କ୍ଷେତ୍ରରେ ଉଭୟ ଦେଶର ଗବେଷଣା, ପୁଞ୍ଜି ନିବେଶ ଓ ଯାନ୍ତ୍ରିକ ସହଭାଗିତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ଏହି ସିଇଓ ଫୋରମକୁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ. ଜୟଶଙ୍କର, ଫ୍ରାନ୍ସ ପ୍ରତିପକ୍ଷ ଜିନ ନୋଏଲ ବାରୋଟ ଏବଂ ଫ୍ରାନ୍ସର ଶିଳ୍ପ ଓ ଅର୍ଥମନ୍ତ୍ରୀ ଏରିକ ଲମ୍ବାର୍ଡ ପ୍ରମୁଖ ସମ୍ବୋଧନ କରିଥିଲେ ।

ଉଭୟ ଦେଶ ପକ୍ଷରୁ ଅଂଶ ଗ୍ରହଣ କରିଥିବା ସିଇଓଙ୍କ ତାଲିକା

ଭାରତ

୧.ଜୁବିଲିଆଂଟ ଫୁଡବାର୍କସ/ଜୁବିଲିଆଂଟ ଲାଇଫ ସାଇସେନ୍ସ – ହରି ଭାରତିଆ (ନିର୍ଦ୍ଦେଶକ)

୨.ସିଆଇଆଇ – ଚନ୍ଦ୍ରଜିତ ବାନାର୍ଜୀ (ମହାନିର୍ଦ୍ଦେଶକ)

୩.ଟିଟାଗଡ ରେଲ ସିଷ୍ଟମସ ଲିମିଟେଡ – ଉମେଶ ଚୌଧୁରୀ (ପରିଚାଳନା ନିର୍ଦ୍ଦେଶକ)

୪.ଭାରତ ଲାଇଟ ଆଣ୍ଡ ପାବାର ପ୍ରାଇଭେଟ ଲମିଟେଡ – ତେଜପ୍ରୀତ ଚୋପ୍ରା (ସିଇଓ)

୫.ପି ମଫତଲାଲ ଗ୍ରୁପ, ଟେକ୍ସଟାଇଲସ, ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ଟସ – ଭିସାଦ ମଫତଲାଲ (ଅଧ୍ୟକ୍ଷ)

୬.ବୋଟ, କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ – ଅମନ ଗୁପ୍ତା (ସହ ପ୍ରତିଷ୍ଠାତା)

୭.ଦଲିତ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି – ମିଲିନ୍ଦ କାମ୍ବଲେ (ଅଧ୍ୟକ୍ଷ)

୮.ସ୍କାଏରୁଟ ଏରୋସ୍ପେସ, ଏରୋସ୍ପେସ ଆଣ୍ଡ ସ୍ପେସ ଆଣ୍ଡ ଟେକ୍ନୋଲଜି – ପବନ କୁମାର ଚନ୍ଦନା (ସହ-ପ୍ରତିଷ୍ଠାତା)

୯.ଅଗ୍ନିକୂଳ, ଏରୋସ୍ପେସ ଆଣ୍ଡ ସ୍ପେସ ଆଣ୍ଡ ଟେକ୍ନୋଲଜି – ଶ୍ରୀନାଥ ରବିଚନ୍ଦ୍ରନ (ସହ-ପ୍ରତିଷ୍ଠାତା)

୧୦.ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ, ଏରୋସ୍ପେସ ଆଣ୍ଡ ଡିଫେନ୍ସ – ସୁକରଣ ସିଂ (ପରିଚାଳନା ନିର୍ଦ୍ଦେଶକ)

୧୧.ୟୁପିଏଲ ଗ୍ରୁପ, ଆଗ୍ରୋକେମିକାଲ ଆଣ୍ଡ ଏଗ୍ରିବିଜିନେସ – ବିକ୍ରମ ଶ୍ରଫ (ଉପାଧ୍ୟକ୍ଷ)

୧୨.ସୁଳ ଭିନେୟାର୍ଡସ, ଫୁଡ ଆଣ୍ଡ ବିଭରେଜ – ରାଜୀବ ସାମନ୍ତ (ସିଇଓ)

୧୩.ଡାଇନାମାଟିକ ଟେକ୍ନୋଲଜିଜ ଲିମିଟେଡ, ଏରୋସ୍ପେସ ଆଣ୍ଡ ଡିଫେନ୍ସ ଆଣ୍ଡ ଇଞ୍ଜିନିୟରିଂ – ଉଦୟନ୍ତ ମାଲହୋତ୍ରା (ସିଇଓ)

୧୪.ଟାଟା କନସଲଟିଂ ଇଞ୍ଜିନିୟର୍ସ, ଇଞ୍ଜିନିୟରିଂ ଆଣ୍ଡ କନସଲଟିଂ – ଅମିତ ଶର୍ମା (ସିଇଓ)

୧୫.ନିକା, କଷମେଟିକ୍ସ ଆଣ୍ଡ କଞ୍ଜ୍ୟୁମର ଗୁଡ୍ସ – ଫାଲଗୁନି ନାୟାର (ସିଇଓ)

ଫ୍ରାନ୍ସ

୧.ଏୟାର ବସ, ଏରୋସ୍ପେସ ଆଣ୍ଡ ଡିଫେନ୍ସ – ଗୁଇଲାମି ଫରି (ସିଇଓ)

୨.ଏୟାର ଲିକ୍ୟୁଡି, କେମିକାଲ୍ସ, ହେଲଥ କେୟାର ଇଞ୍ଜିନିୟରିଂ – ଫ୍ରାନକୋଏସ ଜାକୋ (ସିଇଓ)

୩.ବ୍ଲା ବ୍ଲା କାର, ଟ୍ରାନ୍ସପୋର୍ଟ, ସର୍ଭିସେସ – ନିକୋଲାସ ବ୍ରସନ (ସିଇଓ)

୪.କାପଜେମିନି ଗ୍ରୁପ, ଇନଫର୍ମମେସନ ଟେକ୍ନୋଲଜି, ଇଞ୍ଜିନିୟରିଂ – ଅଇମାନ ଇଜ୍ଜତ (ସିଇଓ)

୫.ଡାନନ ଫୁଡ ଆଣ୍ଡ ବିଭରେଜେସ – ଆଂଟୋନୀ ଡି ସେଂଟ ଆଫ୍ରିକ୍ୟୁ (ସିଇଓ)

୬.ଇଡିଏଫ, ଏନର୍ଜି, ପାବାର – ଲକ ରେମଂଟ (ସିଇଓ)

୭.ଏଗିସ ଗ୍ରୁପ, ଆର୍କିଟେକଚର କନଷ୍ଟ୍ରକସନ ଇଞ୍ଜିନିୟରିଂ – ଲରେଂଟ ଜର୍ମେନ (ସିଇଓ)

୮.ଏନଗି ଗ୍ରୁପ, ଏନର୍ଜି ଆଣ୍ଡ ରିନ୍ୟୋବଲ ଏନର୍ଜି – କାଥେରାଇନ ମାକଗ୍ରେଗର (ସିଇଓ)

୯.ଏଲ. ଅରିଲ, କଷମେଟିକ୍ସ, କଞ୍ଜ୍ୟୁମର ଗୁଡ୍ସ – ନିକୋଲାସ ହେଇରୋମିନସ (ସିଇଓ)

୧୦.ମିଷ୍ଟ୍ରାଲ ଏଆଇ, ଆର୍ଟିଫିସିଆଲ ଇଂଟେଲିଜେନ୍ସ – ଆର୍ଥର ମେନସଚ (ସିଇଓ)

୧୧.ନାଭାଲ ଗ୍ରୁପ, ଡିଫେନ୍ସ, ସିପ ବିଲଡିଂ, ଇଞ୍ଜିନିୟରିଂ – ପାଇରି ଏରିକ ପୋମେଲେଟ (ସିଇଓ)

୧୨.ପେରନଡ ରିକାଡ, ଆଲକୋହଲ ବିଭରେଜେସ, ଏଫଏମସିଜି – ଆଲେକଜାଣ୍ଡେର ରିକାଡ (ସିଇଓ)

୧୩.ସାଫ୍ରନ ଏରୋସ୍ପେସ ଆଣ୍ଡ ଡିଫେନ୍ସ – ଅଲିଭିଏର ଆଣ୍ଡ୍ରିଏସ (ସିଇଓ)

୧୪.ସର୍ଭିଏର, ଫାର୍ମାସ୍ୟୁଟିକାଲ୍ସ, ହେଲଥ କେୟାର – ଅଲିଭିଏର ଲାଉର‌୍ୟୋ (ସିଇଓ)

୧୫.ଟୋଟାଲ ଏନର୍ଜିସ ଏସି, ଏନର୍ଜି – ପାଟ୍ରିକ ପଉୟାନି (ସିଇଓ)

୧୬.ଭିକାଟ, କନଷ୍ଟ୍ରକସନ – ଗଏ ସିଡସ (ସିଇଓ) । 

ଇମାନୁଏଲ ମାକ୍ରନ ନରେନ୍ଦ୍ର ମୋଦୀ ମୋଦୀଙ୍କ ଅଭିଭାଷଣ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ ପ୍ରଦୂଷଣ ମୁକାବିଲା ପାଇଁ କଡ଼ା କଟକଣା

October 21, 2026

ଗଞ୍ଜାମରେ ଜୁଆ ଆଡ୍ଡା ଉପରେ ପୁଲିସର ବଡ଼ ଚଢ଼ାଉ, ୬୧ ଗିରଫ

October 21, 2026

୭୯୨ ବର୍ଷର ପରମ୍ପରା, ମା’ ପାଟଖଣ୍ଡାଙ୍କ ଯାତ୍ରାରେ ଜନସମୁଦ୍ର; ମାନସିକଧାରୀଙ୍କ ଗୁହାରି ଶୁଣୁଛନ୍ତି ଦେବୀ

October 21, 2026

ମିଲାନ ହିଂସା: ମେଲୋନିଙ୍କ ଆକ୍ସନ୍‌, ୫୦୦ ସୈନିକ ମୁତୟନ!

October 21, 2026
Latest News

ଦିଲ୍ଲୀରେ ପ୍ରଦୂଷଣ ମୁକାବିଲା ପାଇଁ କଡ଼ା କଟକଣା

October 21, 2026

ଆସନ୍ତା ୨୩ରେ ଲଘୁଚାପ, ଓଡ଼ିଶାରେ ପାଗ ପରିବର୍ତ୍ତନ ଏବଂ ବର୍ଷା ସମ୍ଭାବନା

October 21, 2026

ସିଜେପି କୁ ନବୀନଙ୍କ ସମର୍ଥନ ପ୍ରସଂଗ,ସମାଲୋଚନା କଲେ ସାଂସଦ ମନମୋହନ ସାମଲ, କହିଲେ..

October 21, 2026

ଜିଓ ଆଇପିଓ ର ଧମାକାଦାର ଆରମ୍ଭ, ୧୦୦ ମିନିଟରେ ୧୦୦ ପ୍ରତିଶତ ସବସ୍କ୍ରିପ୍ସନ୍‌

October 21, 2026

ଗଞ୍ଜାମରେ ଜୁଆ ଆଡ୍ଡା ଉପରେ ପୁଲିସର ବଡ଼ ଚଢ଼ାଉ, ୬୧ ଗିରଫ

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.