Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରବିବାର ଦିନ ବାରବାଟୀରେ ସେଲିବ୍ରିଟି କ୍ରିକେଟ୍ ଲିଗ୍: ଆଗାମୀ ସଂସ୍କରଣରେ ଭାଗ ନେବ ଓଡ଼ିଶା ଦଳ!
ଆଜିର ଖବର

ରବିବାର ଦିନ ବାରବାଟୀରେ ସେଲିବ୍ରିଟି କ୍ରିକେଟ୍ ଲିଗ୍: ଆଗାମୀ ସଂସ୍କରଣରେ ଭାଗ ନେବ ଓଡ଼ିଶା ଦଳ!

February 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଭାରତ-ଇଂଲଣ୍ଡ ଏକଦିବସୀୟରେ ଏବେ କଟକ ବାରବାଟୀରେ ସେଲିବ୍ରିଟି କ୍ରିକେଟ୍ ଲିଗ୍ (ସିସିଏଲ୍) ଖେଳାଯିବ। ସେଥିପାଇଁ ଓଡିଶା କ୍ରିକେଟପ୍ରେମୀମାନେ ବହୁତ ଉତ୍ସାହିତ ଅଛନ୍ତି। ଆସନ୍ତା ରବିବାର ଦିନ ବାରବାଟୀରେ ସିସିଏଲର ୨ଟି ମ୍ୟାଚ ଅନୁଷ୍ଠିତ ହେବ। ରବିବାର ଦିନ ଅପରାହ୍ଣ ୨ ଟାରେ ପ୍ରଥମ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ‘ପଞ୍ଜାବ ଦେ ଶେର’ ଓ ‘ଭୋଜପୁରୀ ଦବଙ୍ଗ’ ଦଳ ମୁହାଁମୁହିଁ ହେବେ। ଏହାପରେ ସନ୍ଧ୍ୟା ୬ଟା ୩୦ ରେ ଦ୍ଵିତୀୟ ମୁକାବିଲା ମୁମ୍ବାଇ ହିରୋସ୍ ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ଖେଳାଯିବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ବାରବାଟୀର ଏହି ସିସିଏଲ୍ ମ୍ୟାଚର ଉଦଘାଟନ ହେବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ଏବଂ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ତେବେ ଚଳିତ ସଂସ୍କରଣରେ ୭ ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଆଗାମୀ ସଂସ୍କରଣରେ ଓଡ଼ିଶାର ସିନେ ତାରକାଙ୍କ ଏକ ଦଳ ସାମିଲ କରାଯିବା ନେଇ ଏବେ ଯୋଜନା କରାଯାଉଛି। ଏଥିପାଇଁ ଫେବ୍ରୁଆରି ୧୬ ତାରିଖ ସକାଳେ ଏକ ପ୍ରଦର୍ଶନୀ ମ୍ୟାଚରେ ଓଡ଼ିଆ ସେଲିବ୍ରିଟି ଦଳ ଭାଗ ନେବେ। ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁଭବ ମହାନ୍ତିଙ୍କ ନେତୃତ୍ଵରେ ଗଠନ କରାଯାଇଛି। ଓଡ଼ିଶାର ପୂର୍ବତନ ରଣଜୀ କ୍ରିକେଟର ଜିତୁ ଶତପଥୀ ଏବଂ ପବନ ଅଗ୍ରୱାଲ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବେ।

ଏହି ଟିମ୍ ସିସିଏଲ୍ ଓଡ଼ିଶା କୋର୍ କମିଟିର ସହ ଭାଗିଦାରୀରେ ରହିଛି। ଅଜୟ ଅଗ୍ରୱାଲ ଏହାର ମୁଖ୍ୟ ସଂଯୋଜକ ରହିଛନ୍ତି। ଡକ୍ଟର ସତ୍ୟବ୍ରତ ମିନକେତନ କମିଟିର ମୁଖ୍ୟ ଆବାହକ, ଗୋଲକ ମହାପାତ୍ର ପରାମର୍ଶଦାତା ଓ ବାସୁଦେବ ଭଟ୍ଟ ଆବାହକ ରହିଛନ୍ତି।

ସିସିଏଲ୍ ୨୦୨୫ର ଟିକେଟ୍‌ ଅନଲାଇନ୍ ଉପଲବ୍ଧ କରାଯାଉଛି। www.ticketginie.com ରେ ଲୋକେ ବାରବାଟୀ ମ୍ୟାଚର ଟିକେଟ ହାସଲ କରିପାରିବେ। ଏହାସହ ଫେବ୍ରୁଆରି ୧୧ରୁ ବାରବାଟି ଷ୍ଟାଡିୟମରେ ଅଫଲାଇନ ଟିକେଟ କାଉଣ୍ଟର ଖୋଲା ରହିଛି। ଏହାଛଡ଼ା ବିମାନବନ୍ଦର, ରେଳଷ୍ଟେସନ, ବସ୍  ଷ୍ଟାଣ୍ଡ ଏବଂ ପ୍ରମୁଖ ହୋଟେଲରେ ଅତିରିକ୍ତ ଟିକେଟ୍ ଆଉଟଲେଟ୍ ମଧ୍ୟ ଖୋଲା ହେବ।

କଟକ ବାରବାଟୀ ଷ୍ଟାଡିୟମ
Share. Facebook Twitter LinkedIn Email WhatsApp Copy Link

Related Posts

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026
Latest News

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.