ସକାଳୁ ସକାଳୁ ଜଣେ ଏଡିଓ ଙ୍କ ଘରେ ଭିଜିଲାନ୍ସ ଚଢାଉ, ଘର ଦେଖି ସମସ୍ତେ ତାଜୁବ

Published: Feb 13, 2025, 12:07 pm IST

ଭୁବନେଶ୍ବର: ଆଜି କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଅନ୍ତର୍ଗତ ବାତାସନା ଜି.ପି.ର ଏଡିଇଓ (ଆକାଉଣ୍ଟାଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର) ଏସ.ପାର୍ଥ ସାରଥି ବିଶୋଇଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ତାଙ୍କର ଆୟ ବହିଃର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ, ଓଡିଶା ଭିଜିଲାନ୍ସ ଦ୍ୱାରା ୨ ଜଣ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରାଯାଇଛି।

ଯେଉଁ ସ୍ଥାନରେ ଚଢାଉ ଜାରୀ ରହିଛି ସେଗୁଡିକ ହେଲା

1. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଅବସ୍ଥିତ ପାର୍ଥ ସାରଥି ବିଶୋଇଙ୍କ ଆବାସିକ ଘର।

2. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ତାଙ୍କ ଭାଇଙ୍କ ଆବାସିକ ଘର।

3. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଅବସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର।

4. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଅବସ୍ଥିତ ତାଙ୍କ ଘର।

5. କୋରାପୁଟ ଜିଲ୍ଲା-ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଠାରେ ଅବସ୍ଥିତ ତାଙ୍କର ମେସର୍ସ ସାଇ କୃଷ୍ଣ ଏଣ୍ଟରପ୍ରାଇଜେସ୍ ନାମକ କାଜୁନଟ୍ ପ୍ରୋସେସିଂ ୟୁନିଟ୍।

୬. କୋରାପୁଟ ଜିଲ୍ଲାର ବୋରିଗୁମାରେ ଅବସ୍ଥିତ ଶ୍ରୀ ବିଶୋଇଙ୍କ ତିନି ମହଲା କୋଠା।

୭. କୋରାପୁଟ ଜିଲ୍ଲାର କୋଟପାଡ ବ୍ଲକ ଅନ୍ତର୍ଗତ ବତାସନା ଜି.ପି.ରେ ଅବସ୍ଥିତ ଶ୍ରୀ ଏସ୍.ପାର୍ଥ ସାରଥି ବିଶୋଇଙ୍କ କାର୍ଯ୍ୟାଳୟ ।

ବର୍ତ୍ତମାନ ସୁଦ୍ଧା ଚଢାଉ ଜାରୀ ରହିଥିବାରୁ ଜବତ ସୂଚନା ମିଳିପାରି ନାହିଁ।

Related posts