Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସଜିଟି ବିଶ୍ୱବିଦ୍ୟାଳୟର ୧୧ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଏସଜିଟି ବିଶ୍ୱବିଦ୍ୟାଳୟର ୧୧ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ

February 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗୁରୁଗ୍ରାମ/ହରିୟାଣା:  ଆଗାମୀ ଦିନରେ ସମଗ୍ର ଭାରତବର୍ଷରେ ଭବିଷ୍ୟତର ଆବଶ୍ୟକତାକୁ ମ୍ୟାପିଂ କରି ଭାରତର ପ୍ରଗତିକୁ ତ୍ୱରାନ୍ୱିତ କରାଇବାରେ ବିଶ୍ୱବିଦ୍ୟାଳୟର ବଡ଼ ଭୂମିକା ରହିବ ବୋଲି ଶୁକ୍ରବାର ଗୁରୁଗ୍ରାମ ସ୍ଥିତ ଏସଜିଟି ବିଶ୍ୱବିଦ୍ୟାଳୟର ୧୧ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଐତିହାସିକ ଏବଂ ସାଂସ୍କୃତିକ ସହର ଗୁରୁଗ୍ରାମରେ ସ୍ଥାପିତ ଏହି ବିଶ୍ୱବିଦ୍ୟାଳୟର ସମାରୋହରେ ଡିଗ୍ରୀ ଏବଂ ସ୍ୱର୍ଣ୍ଣ ପଦକ ପାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଯେ ଏହି ସମାବର୍ତ୍ତନ ସମାରୋହ ଯୁବବର୍ଗଙ୍କ ପାଠ ପଢିବାର ଶେଷ ପାହାଚ ନୁହେଁ, ବରଂ ସେମାନଙ୍କ କ୍ୟାରିୟର, ପରିବାର, ଦେଶ ଓ ସମାଜ ପ୍ରତି ନୂଆ ଦାୟିତ୍ୱର ଆରମ୍ଭ। ଚଳିତ ଶତାବ୍ଦୀରେ ବିଶ୍ୱରେ ଉଭା ହୋଇଥିବା ପ୍ରତ୍ୟେକ ନୂଆ ଆର୍ଥିକ ହଟ୍ ସ୍ପଟରେ କୌଣସି ନା କୌଣସି ବିଶ୍ୱବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଆଗାମୀ ବର୍ଷଗୁଡ଼ିକରେ ଭାରତ ବିଶ୍ୱରେ ଏକ ମହାଶକ୍ତି ଭାବରେ ଉଭା ହେବ ଏବଂ ସେହି ସମୟରେ ଏସଜିଟି ଭଳି ବିଶ୍ୱବିଦ୍ୟାଳୟ ଭବିଷ୍ୟତର ଆବଶ୍ୟକତାକୁ ମ୍ୟାପିଂ କରି ଭାରତର ପ୍ରଗତିକୁ ଆହୁରି ତ୍ୱରାନ୍ୱିତ କରିବ।

ଏସଜିଟି ବିଶ୍ୱବିଦ୍ୟାଳୟରେ ‘ଚାନସେଲର ଲାଇବ୍ରେରୀ’ର ଶୁଭାରମ୍ଭକୁ ପ୍ରଶଂସା କରି ସେ କହିଛନ୍ତି ଯେ ଭାରତୀୟ ଜ୍ଞାନ ପରମ୍ପରା ଅନୁଯାୟୀ, ଆମ ଯୁବପିଢ଼ିଙ୍କୁ ଗଢ଼ି ତୋଳିବା ପାଇଁ ଏସଜିଟି ବିଶ୍ୱବିଦ୍ୟାଳୟର ‘ଚାନସେଲର ଲାଇବ୍ରେରୀ’ ଶୁଭାରମ୍ଭ ସ୍ୱାଗତଯୋଗ୍ୟ। ଏହି ପାଠାଗାର ଜରିଆରେ କୁଳାଧିପତି ପଦ୍ମଭୂଷଣ ରାମ ବାହାଦୁର ରାୟ ସାମାଜିକ ଜୀବନରେ ନିଜର ସବୁଠାରୁ ବଡ ସମ୍ପତ୍ତି ଦାନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ଆମ ପିଲାମାନଙ୍କର ବ୍ୟକ୍ତିଗତ ବିକାଶର ରୋଡମ୍ୟାପ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ। ଭାରତ ଶିଳ୍ପ ବିପ୍ଳବ ୪.୦ର ନେତୃତ୍ୱ ନେବା ଦରକାର ଏବଂ ଆମ ବିଶ୍ୱବିଦ୍ୟାଳୟଗୁଡ଼ିକ ଏହି ଦାୟିତ୍ୱ ନେବା ଉଚିତ୍। ଭାରତର ଯୁବପିଢ଼ି ଉଚ୍ଚାଭିଳାଷୀ। ଆଜି ଆମେ ସର୍ଭିସ ଏବଂ ବିନିର୍ମାଣ  କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିଛୁ। ଆଗାମୀ ଦିନରେ ଆମକୁ ଡିପଟେକ୍ ସମେତ ନୂତନ ଜ୍ଞାନକୌଶଳ ଉପରେ ଆମର ହାତକୁ ମଜଭୂତ୍ କରିବାକୁ ହେବ। ଆମ ବିଶ୍ୱବିଦ୍ୟାଳୟ ଗୁଡ଼ିକ ବିଶ୍ୱ ସମସ୍ୟାର ସମାଧାନ ଅନ୍ୱେଷଣ କରିବା ସହ ନୂଆ ଟେକ୍ନୋଲୋଜି, ନବସୃଜନର ସଂସ୍କୃତି ଏବଂ ଓ୍ୱେଲଥ୍ କ୍ରିଏସନକୁ ପ୍ରୋତ୍ସାହିତ କରିବାକୁ ହେବ। ଆଗାମୀ ଦିନରେ ଭାରତ ବିଶ୍ୱ କଲ୍ୟାଣର ଦାୟିତ୍ୱ ନେବ । ଜାତୀୟ ଶିକ୍ଷା ନୀତିରେ ଏଥିପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି ଏବଂ ଏସଜିଟି ଭଳି ବିଶ୍ୱବିଦ୍ୟାଳୟ ଏହାର ସଫଳ ପ୍ରୟୋଗଶାଳା ହେବ।

ଏସଜିଟି ବିଶ୍ୱବିଦ୍ୟାଳୟ ଚାନସେଲର ଲାଇବ୍ରେରୀ ଧର୍ମେନ୍ଦ୍ର ପ୍ରଧାନ ସମାବର୍ତ୍ତନ ସମାରୋହ
Share. Facebook Twitter LinkedIn Email WhatsApp Copy Link

Related Posts

ଆକର୍ଷଣୀୟ ଡିଜାଇନ୍‌ ଏବଂ ସର୍ବୋତ୍ତମ କାର୍ଯ୍ୟଦକ୍ଷତା ସହିତ ମହିନ୍ଦ୍ରା XUV 3XO “REVX” ସିରିଜ୍ ଲଞ୍ଚ୍: ଜାଣନ୍ତୁ ମୂଲ୍ୟ 

July 24, 2025

ପରବର୍ତ୍ତୀ ଉପରାଷ୍ଟ୍ରପତି ବିଜେପିରୁ ହେବେ!, ସହଯୋଗୀ ଦେଲେ ସମର୍ଥନ: ଜାଣନ୍ତୁ ଅପଡେଟ୍

July 24, 2025

ସାବଧାନ!: ନିୟନ୍ତ୍ରଣ ବାହାରେ ଭାରତରେ ସାଇବର ଠକେଇ, ୨୦୨୪ ରେ ୨୨,୮୪୫ କୋଟି ଲୁଟ୍

July 24, 2025

ସମସ୍ତ ଭୂମିହୀନଙ୍କ ପାଇଁ ବଣ୍ଟାଯିବ ୪ ଡିସିମିଲ ଲେଖାଏଁ ଜାଗାର ପଟ୍ଟା: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

July 24, 2025
Latest News

ଆକର୍ଷଣୀୟ ଡିଜାଇନ୍‌ ଏବଂ ସର୍ବୋତ୍ତମ କାର୍ଯ୍ୟଦକ୍ଷତା ସହିତ ମହିନ୍ଦ୍ରା XUV 3XO “REVX” ସିରିଜ୍ ଲଞ୍ଚ୍: ଜାଣନ୍ତୁ ମୂଲ୍ୟ 

July 24, 2025

ପରବର୍ତ୍ତୀ ଉପରାଷ୍ଟ୍ରପତି ବିଜେପିରୁ ହେବେ!, ସହଯୋଗୀ ଦେଲେ ସମର୍ଥନ: ଜାଣନ୍ତୁ ଅପଡେଟ୍

July 24, 2025

ବାଣପୁର: ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣି ଓ ସାମାଜିକ ସମୀକ୍ଷା 

July 24, 2025

ସାବଧାନ!: ନିୟନ୍ତ୍ରଣ ବାହାରେ ଭାରତରେ ସାଇବର ଠକେଇ, ୨୦୨୪ ରେ ୨୨,୮୪୫ କୋଟି ଲୁଟ୍

July 24, 2025

ମୋହନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣନ୍ତୁ ବୋଲି କଂଗ୍ରେସର ଆହ୍ବାନ ପରେ ଅଡୁଆରେ ବିଜେଡି

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.