Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର
ଆଜିର ଖବର

ଖୋର୍ଦ୍ଧା: ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର

February 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜୟୀରାଜଗୁରୁ ଟାଉନ ହଲ ପରିସରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜଙ୍କ ଅଧକ୍ଷତାରେ ଖୋର୍ଦ୍ଧା ବ୍ଲକ ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରରେ ମୁଖ୍ୟ ଅତିଥି ଭାବରେ ଅତିରକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗ ଦେଇ ଥିଲେ। ସେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଥିବା ସମସ୍ତ ଆଇନ ଓ ଅଧିକାର ବିଷୟରେ ଆଲୋକପାତ କରିଥିଲେ।

ତତସହିତ ଉପ ଜିଲ୍ଲାପାଳ ମନୋଜ ସେନାପତି, ଜିଲ୍ଲା ମୁଖ୍ୟ ଚିକିସ୍ୟଲୟର ଡା. ଇନ୍ଦିରା କୁମାରୀ ରଥ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୋତ୍ସ୍ନାମୟୀ ଆଚାର୍ଯ୍ୟ, ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ମହିଳା ଆଇନ ସଚେତନତା ସମ୍ବନ୍ଧରେ ନିଜର ବକ୍ତ୍ୟବ ରଖିଥିଲେ।

ମହିଳା ଅଧିକାର ଆଇନ ବିଶେଷଜ୍ଞ ଭାବରେ ଆଇନଜୀବୀ ସ୍ନେହାଞ୍ଜଳୀ ମହାନ୍ତି ଓ ଆକ୍ସନ ଏଡ଼ର ନେସନାଲ ପ୍ରୋଗ୍ରାମ ଲିଡ଼ ଘାସିରାମ ପଣ୍ଡା ଯୋଗ ଦେଇ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ଥିବା ବିଭିନ୍ନ ଆଇନ ଯଥା ଲିଙ୍ଗଭୃଣ ନିରୁପୂଣ ନିବାରଣ ଆଇନ, ବାଲ୍ୟ ବିଭାହ ନିଷେଧ ଆଇନ, ଯୌତୁକ ନିବାରଣ ଆଇନ, କର୍ମ ସ୍ଥଳରେ ମହିଳାଙ୍କୁ ଯୌନ ଶୋଷଣ ନିବାରଣ ଆଇନ, ଘରୋଇ ହିଂସା ନିବାରଣ ଆଇନ ଇତ୍ୟାଦି ବିଷୟରେ ବିଷଦ ଭାବରେ ଆଲୋଚନା କରିବା ସହିତ ମହିଳା ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ଉପସ୍ଥିତ ମହିଳା ମାନଙ୍କୁ ବୁଝାଇଥିଲେ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବ୍ଲକର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ଆଙ୍ଗନବାଡୀ କର୍ମୀ, ଆଶା କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସିଡିପିଓ ପ୍ରମୁଖ ଯୋଗ ଦେଇ ଥିଲେ।

ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସମସ୍ତ କର୍ମକର୍ତ୍ତମାନେ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ପରିଶେଷରେ ଆକ୍ସନ ଏଡ଼ର ବାଲ୍ୟ ବିବାହ ନିରାକରଣ ଜିଲ୍ଲା ସଂଯୋଜକ ଉତ୍କଳ ମାଇତି ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।

ଆଇନ ସଚେତନତା ଶିବିର ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

ଭାଙ୍ଗିଗଲା ଆକୃତି ଏବଂ ପୃଥ୍ୱୀ ଶ’ଙ୍କ ସମ୍ପର୍କ: ନିର୍ବନ୍ଧର ମାତ୍ର ଛଅ ମାସ ପରେ ହେଲେ ଅଲଗା

September 17, 2026

ଆଉ ୫ ବର୍ଷ ଦାୟିତ୍ଵରେ ରହିବେ ଏନ. ଚନ୍ଦ୍ରଶେଖରନ: ସବୁଜ ସଙ୍କେତ ଦେଲା ଟାଟା ସନ୍ସ ବୋର୍ଡ 

September 17, 2026

ଓଡ଼ିଶା DGP ଚୟନ ବିବାଦ: ସୁପ୍ରିମକୋର୍ଟରେ ଶୁଣାଣି ୨୨କୁ ଘୁଞ୍ଚିଲା

September 17, 2026

ପୁରୀରେ ଭେଜାଲ ଖଜା କାରଖାନା ଉପରେ ପୋଲିସର ଚଢ଼ାଉ

September 17, 2026
Latest News

ଭାଙ୍ଗିଗଲା ଆକୃତି ଏବଂ ପୃଥ୍ୱୀ ଶ’ଙ୍କ ସମ୍ପର୍କ: ନିର୍ବନ୍ଧର ମାତ୍ର ଛଅ ମାସ ପରେ ହେଲେ ଅଲଗା

September 17, 2026

ଆଉ ୫ ବର୍ଷ ଦାୟିତ୍ଵରେ ରହିବେ ଏନ. ଚନ୍ଦ୍ରଶେଖରନ: ସବୁଜ ସଙ୍କେତ ଦେଲା ଟାଟା ସନ୍ସ ବୋର୍ଡ 

September 17, 2026

ଓଡ଼ିଶା DGP ଚୟନ ବିବାଦ: ସୁପ୍ରିମକୋର୍ଟରେ ଶୁଣାଣି ୨୨କୁ ଘୁଞ୍ଚିଲା

September 17, 2026

ପୁରୀରେ ଭେଜାଲ ଖଜା କାରଖାନା ଉପରେ ପୋଲିସର ଚଢ଼ାଉ

September 17, 2026

‘ଦିଲ୍ଲୀରେ ରୁହନ୍ତୁ ସମସ୍ତ ମନ୍ତ୍ରୀ’: କ୍ୟାବିନେଟ୍ ବିସ୍ତାର କଳ୍ପନାଜଳ୍ପନା ମଧ୍ୟରେ ମିଳିଲା ନିର୍ଦ୍ଦେଶ

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.