Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଶୀ ତାମିଲ ସଙ୍ଗମମ ୩.୦ର ଶୁଭାରମ୍ଭ
ଆଜିର ଖବର

କାଶୀ ତାମିଲ ସଙ୍ଗମମ ୩.୦ର ଶୁଭାରମ୍ଭ

February 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାରାଣାସୀ: କାଶୀ ତାମିଲ ସଙ୍ଗମମ(କେଟିସ) ଦ୍ୱାରା ଆମେ ଆମ ଦେଶର ଅଖଣ୍ଡ ସାଂସ୍କୃତିକ ଏକତାକୁ ପାଳନ କରିବା ସହ “ଏକ ଭାରତ- ଶ୍ରେଷ୍ଠ ଭାରତ” ପ୍ରତି ଥିବା ଆମର ପ୍ରତିବଦ୍ଧତାକୁ ଦୋହରାଇଛୁ ବୋଲି ଶନିବାର ଉତ୍ତର ପ୍ରଦେଶର ବାରଣାସୀରେ ‘କାଶୀ ତାମିଲ ସଙ୍ଗମମ ୩.୦’ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡା. ଏଲ୍. ମୁରୁଗନଙ୍କ ସହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ କାଶୀ ତାମିଲ ସଙ୍ଗମମ ହେଉଛି ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାର ପ୍ରତୀକ । କାଶୀ ତାମିଲ ସଙ୍ଗମମ ହେଉଛି ଆମର ମିଳିତ ଐତିହ୍ୟ, ବୌଦ୍ଧିକ ଦକ୍ଷତା ଏବଂ ସଭ୍ୟତାର ବନ୍ଧନର ସମାହାର । ବାବା ବିଶ୍ୱନାଥଙ୍କ ଆଶୀର୍ବାଦରେ କାଶୀ ଏବଂ ରାମନାଥ ସ୍ୱାମୀଙ୍କ ଆଶୀର୍ବାଦରେ ତାମିଲନାଡୁ ଗଢିଉଠିଛି । ଉଭୟ କାଶୀ ଏବଂ ତାମିଲନାଡୁ ଶିକ୍ଷାର ଏକ କେନ୍ଦ୍ର ଏବଂ ବିଶ୍ୱର ଦୁଇଟି ପୁରାତନ ଭାଷା ସଂସ୍କୃତ ଏବଂ ତାମିଲକୁ ଗ୍ରହଣ କରିଛନ୍ତି । ଉଭୟ କାଶୀ ଏବଂ ତାମିଲନାଡୁ ଏକ ମିଳିତ ସାଂସ୍କୃତିକ ଅନୁଷ୍ଠାନ ଭାବରେ ଭାରତର ବିଚାରକୁ ଆଗକୁ ନେଉଛନ୍ତି ।

ସେ ଆହୁରି କହିଛନ୍ତି ଯେ କାଶୀ ତାମିଲ ସଙ୍ଗମମ ୩.୦ ଋଷି ମହର୍ଷି ଅଗସ୍ତିଙ୍କୁ ସ୍ମରଣ କରୁଅଛି । ମହର୍ଷି ଅଗସ୍ତି କେବଳ ଜଣେ ଋଷି ନୁହଁନ୍ତି- ସେ ଭାରତର ସାଂସ୍କୃତିକ ଏକତାର ପ୍ରତୀକ ଏବଂ କାଶୀ ଓ ତାମିଲନାଡୁ ମଧ୍ୟରେ ଏକ ଅନନ୍ତ ସେତୁ । ଏହି କାର୍ଯ୍ୟକ୍ରମ କାଶୀ ଏବଂ ତାମିଲନାଡୁ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ଏବଂ ଭାରତର ଗୌରବମୟ ଐତିହ୍ୟର ଏକ ସ୍ଥାୟୀ ଐତିହ୍ୟ ସୃଷ୍ଟି କରିବ । କାଶୀ ତାମିଲ ସଙ୍ଗମମର ପରିକଳ୍ପନା କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇବା ସହ କାଶୀରେ ଏହାକୁ ଆୟୋଜନ କରିଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସରକାରଙ୍କ ଅନ୍ୟ ମନ୍ତ୍ରଣାଳୟ ଓ ଉତ୍ତର ପ୍ରଦେଶ ସରକାରଙ୍କ ମିଳିତ ଭାଗିଦାରୀରେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି । ୧୦ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ତାମିଲନାଡୁରୁ ପ୍ରାୟ ୧୨୦୦ ପ୍ରତିନିଧି ଯୋଗଦେବାର ଅନୁମାନ କରାଯାଉଛି । କାଶୀ ତାମିଲ ସଙ୍ଗମମର ଉଦ୍ଦେଶ୍ୟ ହେଉଛି ଦେଶର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାଚୀନ ଶିକ୍ଷାକେନ୍ଦ୍ର ତାମିଲନାଡୁ ଏବଂ କାଶୀ ମଧ୍ୟରେ ପୁରୁଣା ସମ୍ପର୍କକୁ ପୁନଃସ୍ଥାପନ କରିବା ।

ଚଳିତବର୍ଷ ଏହି ସଂସ୍କରଣର କଥାବସ୍ତୁ ରହିଛି ‘ଋଷି ଅଗସ୍ତୀ’ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିନିଧିମାନେ ମହାକୁମ୍ଭ ମେଳା ସହ ଅଯୋଧ୍ୟା ଧାମରେ ରାମ ମନ୍ଦିର ପରିଦର୍ଶନ କରିବେ । ଏହି କାର୍ଯ୍ୟକ୍ରମ ଏକ ଦିବ୍ୟ ଅନୁଭୂତି ପ୍ରଦାନ କରିବା ସହ ତାମିଲନାଡୁ ଏବଂ କାଶୀ ସମ୍ପର୍କ ନିକଟତର ହେବ । ସ୍ୱାସ୍ଥ୍ୟ, ଦର୍ଶନ, ବିଜ୍ଞାନ, ଭାଷାବିଜ୍ଞାନ, ସାହିତ୍ୟ, ରାଜନୀତି, ସଂସ୍କୃତି, କଳା ଇତ୍ୟାଦି ଜଗତରେ ‘ଋଷି ଅଗସ୍ତୀ’ଙ୍କ ବିଭିନ୍ନ ଦିଗ ଏବଂ ତାଙ୍କର ଅବଦାନ ଉପରେ ଏକ ପ୍ରଦର୍ଶନୀ ଏବଂ କାଶୀ ତାମିଲ ସଙ୍ଗମମ ୩.୦ ସମୟରେ କାଶୀ ଠାରେ ସମ୍ମିଳନୀ, କର୍ମଶାଳା, ପୁସ୍ତକ ଉନ୍ମୋଚନ ଇତ୍ୟାଦି ଆୟୋଜନ କରାଯିବ ।

ଋଷି ଅଗସ୍ତୀ ତାମିଲନାଡୁ ଧର୍ମେନ୍ଦ୍ର ପ୍ରଧାନ ଯୋଗୀ ଆଦିତ୍ୟନାଥ
Share. Facebook Twitter LinkedIn Email WhatsApp Copy Link

Related Posts

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026
Latest News

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.