Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାମ୍ପା ହେଲା ଆଇପିଏଲର ସହ-ପାୱାର୍ଡ଼ ପ୍ରଯୋଜକ, ଜିଓ ଷ୍ଟାର ସହିତ ସହଭାଗିତା ସ୍ଥାପନ
ଆଜିର ଖବର

କାମ୍ପା ହେଲା ଆଇପିଏଲର ସହ-ପାୱାର୍ଡ଼ ପ୍ରଯୋଜକ, ଜିଓ ଷ୍ଟାର ସହିତ ସହଭାଗିତା ସ୍ଥାପନ

February 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବେଙ୍ଗାଲୁରୁ: ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟସ ଲିମିଟେଡ୍ (ଆରସିପିଏଲ) ର ବ୍ରାଣ୍ଡ କାମ୍ପା ଜିଓଷ୍ଟାର ସହିତ ସହଭାଗୀ ହୋଇଛି। ଆଇପିଏଲ୍ ୨୦୨୫ ରେ ଉଭୟ ଟିଭି ଏବଂ ଡିଜିଟାଲ୍ ପ୍ଲାଟଫର୍ମ ପାଇଁ କାମ୍ପା ‘ସହ-ପାୱାର୍ଡ଼ ପ୍ରଯୋଜକ’ (କୋ-ପାୱାର୍ଡ଼ ସ୍ପନସର) ହେବ।

ସୂଚନାଯୋଗ୍ୟ ଯେ ଦେଶର ସର୍ବାଧିକ ଦେଖାଯାଇଥିବା କ୍ରୀଡା ଇଭେଣ୍ଟ ଆଇପିଏଲ୍ ଜିଓଷ୍ଟାରରେ ଟେଲିକାଷ୍ଟ ହେବ। ସହଭାଗୀତାରେ ଷ୍ଟାର ସ୍ପୋର୍ଟସ ନେଟୱାର୍କର ଆଞ୍ଚଳିକ ଭାଷା ପ୍ରସାରଣଗୁଡ଼କୁ ମଧ୍ୟ ଯୋଡାଯାଇଛି। ଏହା କାମ୍ପା ବ୍ରାଣ୍ଡର ପ୍ରସାର ବୃଦ୍ଧି କରିବାର ଏକ ଗ୍ୟାରେଣ୍ଟି ବୋଲି ପ୍ରମାଣିତ ହେବ।

ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟସ ଲିମିଟେଡର ସିଓଓ କେତନ ମୋଦୀ କହିଛନ୍ତି, “ଆଇପିଏଲ ପାଇଁ ଜିଓଷ୍ଟାର ସହ ଆମର ସହଭାଗିତା କ୍ରିକେଟ୍ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଟିଭି ଏବଂ ଡିଜିଟାଲ ମାଧ୍ୟମରେ ସହ ପ୍ରାଯୋଜକ (କୋ-ପାୱାର୍ଡ଼ ସ୍ପନସର) ସ୍ଥାନ ହାସଲ କରି ଆମେ ଭାରତର ସବୁଠୁ ବଡ ପ୍ଲାଟଫର୍ମରେ ଆମର ଉପସ୍ଥିତି ବାଢାଉଛୁ। ଏହି ସହଭାଗିତା ସହ କାମ୍ପାର ପ୍ରସାର ବଢିବା ସହିତ ଲକ୍ଷ ଲକ୍ଷ କ୍ରିକେଟ ପ୍ରେମୀଙ୍କ ସହିତ ସିଧା ଯୋଡ଼ିହେବାର ଏକ ଅବସର ମିଳିବ।”

ଜିଓଷ୍ଟାରର ବ୍ୟବସାୟ ମୁଖ୍ୟ, କ୍ରୀଡ଼ା ରାଜସ୍ୱ, ଇଶାନ ଚାଟାର୍ଜୀ କହିଛନ୍ତି, “କାମ୍ପାକୁ ଆଇପିଏଲ ପାଇଁ ଏକ ପ୍ରମୁଖ ପ୍ରଯୋଜକ ଭାବରେ ସ୍ୱାଗତ କରି ଆମେ ଉତ୍ସାହିତ। ଏହି ସହଭାଗୀତା ଦେଶର ସର୍ବବୃହତ କ୍ରିକେଟ୍ ଇଭେଣ୍ଟ ଆୟୋଜନ ସମୟରେ ଆମର ମିଳିତ ପ୍ରତିବଦ୍ଧତାକୁ ଆହୁରି ଦୃଢ କରିବ। ଜିଓଷ୍ଟାରର ଅଭୂତପୂର୍ବ ଉପସ୍ଥିତି ଏବଂ ପାନୀୟ କ୍ଷେତ୍ରରେ କାମ୍ପାର ମଜଭୁତ ସ୍ଥିତି ସହିତ ଆମେ ଭାରତରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ଏକାଠି ଯୋଡ଼ିବୁ।”

ଗତ ଦୁଇ ବର୍ଷ ମଧ୍ୟରେ ବିସିସିଆଇ ଏବଂ ଅନେକ ଆଇପିଏଲ୍ ଦଳ ସହିତ ସହଭାଗୀ ହୋଇ କାମ୍ପା କ୍ରିକେଟ୍ ଇକୋସିଷ୍ଟମରେ ନିଜ ସ୍ଥିତି ସୁଦୃଢ଼ କରିଛି। ଏହି ନୂତନ ସହଭାଗୀତା ସହିତ ଏହା ଅଧିକ ଶକ୍ତିଶାଳୀ ହେବ। ଟାଟା ଆଇପିଏଲ୍ ୨୦୨୫ ସିଜିନରେ ରସ୍କିକ୍ ଗ୍ଲୁକୋ ଏନର୍ଜି ଏବଂ ସ୍ପୋର୍ଟସ୍ ପାନୀୟ ସ୍ପିନର ମଧ୍ୟ ନଜର ଆସିବା ସହିତ ବ୍ରାଣ୍ଡର ପ୍ରାସଙ୍ଗିକତା ବଢିବ ଏବଂ ଗ୍ରାହକଙ୍କ ସହ ସମ୍ପର୍କ ଅଧିକ ଗଭୀର ହେବ।

ଆଇପିଏଲ ରିଲାଏନ୍ସ ସ୍ପିନର
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.