
ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା କତାରର ଅମୀର ମହାମାନ୍ୟ ଶେଖ୍ ତମିମ୍ ବିନ୍ ହମାଦ୍ ଅଲ୍ ଥାନିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସର ଏକ ପୋଷ୍ଟରେ କହିଛନ୍ତି:
“ମୋର ଭାଇ, କତାରର ଅମୀର ମହାମାନ୍ୟ ଶେଖ୍ ତମିମ୍ ବିନ୍ ହମାଦ୍ ଅଲ୍ ଥାନିଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦର ଯାଇଥିଲି। ତାଙ୍କର ଫଳପ୍ରଦ ଭାରତ ଗସ୍ତ କାମନା କରୁଛି ଏବଂ ଆସନ୍ତାକାଲି ତାଙ୍କ ସହ ସାକ୍ଷାତକୁ ଅପେକ୍ଷା କରିଛି। @TamimBinHamad”