Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାତୃଭାଷାକୁ ବଂଚାଇ ରଖିବା ପାଇଁ ନିଜଠାରୁ ହିଁ ପ୍ରୟାସ ଆରମ୍ଭ କରିବା ଜରୁରୀ: ପ୍ରଫେସର ଗାୟତ୍ରୀବାଳା ପଣ୍ଡା
ଆଜିର ଖବର

ମାତୃଭାଷାକୁ ବଂଚାଇ ରଖିବା ପାଇଁ ନିଜଠାରୁ ହିଁ ପ୍ରୟାସ ଆରମ୍ଭ କରିବା ଜରୁରୀ: ପ୍ରଫେସର ଗାୟତ୍ରୀବାଳା ପଣ୍ଡା

February 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଶ୍ୱରେ ୭୦୦୦ ରୁ ଊର୍ଦ୍ଧ୍ୱ ଭାଷା ରହିଥିବା ବେଳେ ତନ୍ମଧ୍ୟରୁ ଅନେକ ଲୋପ ପାଇବାକୁ ବସିଲାଣି। ଓଡ଼ିଆ ଏକ ସମୃଦ୍ଧ ତଥା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି। ତେବେ ଆମେ ଆମ ମାତୃଭାଷାକୁ ଅଧିକ ସମୃଦ୍ଧ ଓ ବଂଚାଇ ରଖିବା ପାଇଁ ନିଜ ଠାରୁ ହିଁ ପ୍ରୟାସ ଆରମ୍ଭ କରିବା ଜରୁରୀ। କାରଣ ନିଜଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟ ଦୀର୍ଘସ୍ଥାୟୀ ହୋଇଥାଏ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପ୍ରାଚୀନ୍‌ର ମୁଖ୍ୟ ତଥା ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଗାୟତ୍ରୀବାଳା ପଣ୍ଡା।

ସୋଆରେ ଶୁକ୍ରବାର ଦିନ ବିଶ୍ୱ ମାତୃଭାଷା ଦିବସର ରଜତ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ଦେବା ପରିପ୍ରେକ୍ଷୀରେ ପ୍ରଫେସର ପଣ୍ଡା କହିଥିଲେ ଯେ ଓଡ଼ିଆ ଭାଷାକୁ ବଂଚାଇବା ସହ ପ୍ରତ୍ୟେକ ପରିବାର ତଥା ସାମାଜିକ ସ୍ତରରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ପିଲାମାନଙ୍କୁ ନିଜ ମାତୃଭାଷା ପ୍ରତି ଆକୃଷ୍ଟ କରାଇବା ଜରୁରୀ ବୋଲି ପ୍ରଫେସର ପଣ୍ଡା କହିଛନ୍ତି।

କାର୍ଯ୍ୟକ୍ରମରେ ବିଶିଷ୍ଟ ଐତିହାସିକ ଡକ୍ଟର ନିବେଦିତା ମହାନ୍ତି ‘ଓଡ଼ିଆ ଜାତି ନିର୍ମାଣରେ ଭାଷାର ଭୂମିକା’ ପ୍ରସଙ୍ଗରେ ଆଲୋଚନା କରି ବ୍ୟାସକବି ଫକୀରମୋହନ ସେନାପତିଙ୍କ ‘ରେବତୀ’ ଗଳ୍ପକୁ ଉଦ୍ଧୃତ କରି ଆଜି ବି ସମାଜରେ ଜଣେ ଜଣେ ରେବତୀ ବଂଚିଛନ୍ତି ବୋଲି କହିଥିଲେ। ଫକୀରମୋହନଙ୍କ ସମୟରେ ନାରୀମାନଙ୍କୁ ନେଇ ଅନେକ କୁସଂସ୍କାର ଓ ଅନ୍ଧବିଶ୍ୱାସ ରହିଥିବା ବେଳେ ଏହାକୁ ଅନୁଭବ କରି ନିଜ ରଚନାରେ ସେ ଏହା ଉପରେ ମନ୍ତବ୍ୟ ରଖିଥିଲେ।

ଏହି ଅବସରରେ ବିଶିଷ୍ଟ କବୟିତ୍ରୀ ଡକ୍ଟର ଅପର୍ଣ୍ଣା ମହାନ୍ତି ମାତୃଭାଷାକୁ ମା’ ସହ ଜଡ଼ିତ କରି ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ଦିଗରେ ମା’ ମାନଙ୍କର ଭୂମିକା ଗୁରୁତ୍ୱପୂ୍‌ର୍ଣ୍ଣ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଦ୍ୟାଳୟର ରାଜନୀତି ବିଜ୍ଞାନର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ମାନସ ବେହେରା ‘ଓଡ଼ିଆ ଭାଷାର ପ୍ରାୟୋଜିତ ସମ୍ଭାବନା: ଇତିହାସ ପୃଷ୍ଠଭୂମିରେ’ ପ୍ରସଙ୍ଗରେ ଆଲେଚନା କରିଥିଲେ। ଓଡ଼ିଆ ଭାଷାକୁ ସବୁସ୍ତରରେ ପ୍ରଚଳିତ କରିବା ପାଇଁ ସରକାରୀ ସ୍ତରରେ ପ୍ରଚେଷ୍ଟା ହେବା ଜରୁରୀ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଶେଷରେ ସାରୋଳଦାସ ମହାଭାରଥର ସମ୍ପାଦକ ପ୍ରଫେସର ଗୌରାଙ୍ଗ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାଚୀନ୍‌ର ଆନ୍‌ଥ୍ରୋପୋଲଜି ଓ ଟ୍ରାଇବାଲ୍ ଷ୍ଟଡିଜ୍ ବିଭାଗର ଆସୋସିଏଟ୍ ପ୍ରଫେସର (ଡକ୍ଟର) ନିହାର ରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଓ ପ୍ରଫେସର ସନ୍ତୋଷ କୁମାର ରଥ ଉପସ୍ଥିତ ଥିଲେ।

ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ମତଗଣନା

May 4, 2026

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚ, ସମିତିସଭ୍ୟାଙ୍କ ସମେତ ଶତାଧିକ କର୍ମକର୍ତ୍ତା

May 4, 2026

ଆଉ କିଛି ସମୟର ଅପେକ୍ଷା : ଆସିବ ନିର୍ବାଚନ ଫଳ

May 4, 2026

ଆଜି ମଇ ୪ ତାରିଖ ସୋମବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

May 4, 2026
Latest News

ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ମତଗଣନା

May 4, 2026

ହର୍ମୁଜ ଦେଇ ଭାରତ ଆସୁଛି ରନ୍ଧନ ଗ୍ୟାସ: ମେ’ ୧୩ରେ ପହଞ୍ଚିବ ୪୬ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

May 4, 2026

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚ, ସମିତିସଭ୍ୟାଙ୍କ ସମେତ ଶତାଧିକ କର୍ମକର୍ତ୍ତା

May 4, 2026

ଆଉ କିଛି ସମୟର ଅପେକ୍ଷା : ଆସିବ ନିର୍ବାଚନ ଫଳ

May 4, 2026

ଆଜି ମଇ ୪ ତାରିଖ ସୋମବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.