Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ: ବିଳମ୍ବିତ ରାତିରେ କଳା କନା ବୁଲାଇଲେ ଦୁର୍ବୁତ୍ତ, ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ୍
ଆଜିର ଖବର

ବାଲୁଗାଁ: ବିଳମ୍ବିତ ରାତିରେ କଳା କନା ବୁଲାଇଲେ ଦୁର୍ବୁତ୍ତ, ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ୍

February 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଶୁକ୍ରବାର ବିଳମ୍ବିତ ରାତିରେ ବାଲୁଗାଁ ଥାନା ଅନ୍ତର୍ଗତ ବେଲପଡା ରୋଡ଼ ନିକଟ ଅବିନାଶ ସେଠୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଦୁର୍ବୁତ୍ତ ଲୁଟି ନେଇଯାଇଥିବା ନାଭାଲ ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ ଗତକାଲି ରାତିରେ ଅବିନାଶ ସେଠୀ ପରିବାର ସମେତ ବାହାରକୁ ନିଜ ସମ୍ପର୍କୀୟଙ୍କ ବିବାହ ଭୋଜିକୁ ଯାଇଥିଲେ। ଭୋଜି ସାରି ସକାଳୁ ଘରକୁ ଫେରି ଦେଖିବା ବେଳକୁ ଗ୍ରୀଲ ତାଲା ଭାଙ୍ଗି କବାଟ ଖୋଲା ଥିବାବେଳେ ଘର ଭିତରୁ ଧୂଆଁ ବାହାରୁଥିଲା। ତୁରନ୍ତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଘରେ ପଶି ଦେଖିବା ବେଳକୁ ଆସବାବପତ୍ର ତଥା ଖଟ ପଲଙ୍କ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଶୋଇବା ଘର ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ହାର, ଚେନ, ମୁଦି, କାନ ଫୁଲ ସମେତ ନଗଦ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏଥିସହିତ କାନ୍ଥ ବାଡ଼ରେ ଅଶ୍ଲିଳ ଭାଷାରେ କେହି ଲେଖିଥିବା ଦେଖିଥିଲେ। ଏନେଇ ଶ୍ରୀ ସେଠୀ ଶନିବାର ସକାଳେ ନାଭାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ।

ଖବରପାଇ ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡା ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ କେହି ଦୁର୍ବୁତ୍ତ ଚୋରି କରିବା, ଆସବାବପତ୍ରରେ ନିଆଁ ଲଗାଇବା ଓ କାନ୍ଥରେ ଅଶ୍ଲିଳ ଭାଷାରେ ଲେଖିବା ପଛରେ କଣ ରହସ୍ୟ ରହିଛି ତାହା ସମସ୍ତଙ୍କୁ ଚକିତ କରିଥିବାବେଳେ ଦୁର୍ବୁତ୍ତକୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।

ନାଭାଲ ଫାଣ୍ଡି ବାଲୁଗାଁ ସୁନା ଅଳଙ୍କାର ଲୁଟ୍
Share. Facebook Twitter LinkedIn Email WhatsApp Copy Link

Related Posts

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026
Latest News

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.