
ରାୟଗଡା: ଗୁଣି ଗାରେଡ଼ି ସନ୍ଧେହରେ ଆଦିବାସୀ ଯୁବକଙ୍କୁ ଜିଅନ୍ତା ପୋଡି ମାରିବା ଘଟଣାରେ ୬ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବିଷମକଟକ ଏ.ଡି.ଜି.ଏମ ଅଦାଲତ। ରାୟଗଡା ଜିଲ୍ଲା ବିଷମ କଟକ ଥାନା ସାହାଡା ପଞ୍ଚାୟତ ଅନ୍ତର୍ଗତ କଣ ଗାଁର ଜଗବନ୍ଧୁ କଲାକା ନାମକ ଜଣେ ଆଦିବାସୀ ଯୁବକଙ୍କୁ ୨୦୧୫ ମସିହାରେ ଗୁଣି ଗାରେଡି ସନ୍ଦେହରେ ଉକ୍ତ ଗ୍ରାମର ଦଶଜଣ ବ୍ୟକ୍ତି ନିର୍ମମ ଭାବେ ଜୀବନ୍ତ ପୋଡି ଦେଇଥିବା ଅଭିଯୋଗ ହୋଇଥିଲା।
ବିଷମକଟକ ଏ.ଡି.ଜି.ଏମ ଉକ୍ତ କେଶର ରାୟ ପ୍ରକାଶ କରି ଛଅ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ତିନି ଜଣ ନାବାଳକ ହୋଇଥିବାରୁ ତାଙ୍କୁ ପୂର୍ବରୁ ହିଁ ସୁଧାର ଗୃହକୁ ପଠାଯାଇଥିଲା ଏବଂ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଯାଇଛି।