ବାଲୁଗାଁ: ପୂର୍ବ ଶତ୍ରୁତାକୁ ନେଇ ଏନଏସି ଉପାଧ୍ୟକ୍ଷଙ୍କୁ ଆକ୍ରମଣ

Published: Feb 26, 2025, 6:58 pm IST

ବାଲୁଗାଁ: ଆଜି ପୂର୍ବାହ୍ନରେ ପୂର୍ବ ଶତ୍ରୁତାକୁ ନେଇ ବାଲୁଗାଁ ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନଙ୍କୁ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଖବର ମୁତାବକ ୧୧ ନଂ ୱାର୍ଡ ସରଳାପଦର ଗ୍ରାମର ଭଗବାନ ପ୍ରଧାନ ନିଜ ବାଇକରେ ବଜାରରୁ ଘରକୁ ଫେରୁଥିବା ବେଳେ ନିଜ ଗ୍ରାମର ପ୍ରଭୁଦତ ସାହୁ, ଅନିମେଶ ସାହୁ, ପର୍ଶୁରାମ ସାହୁ, ପ୍ରବାସ ମହାପାତ୍ର, ପ୍ରବୋଧ ମହାପାତ୍ର, ପ୍ରକାଶ ମହାପାତ୍ର ଓ ଭୀମସେନ ସାହୁ ଶ୍ରୀ ପ୍ରଧାନଙ୍କ ସହ ଯୁକ୍ତିତର୍କ କରି ମିଳିତ ଭାବେ ଆକ୍ରମଣ କରିଥିଲେ। ଫଳରେ ଉପାଧ୍ୟକ୍ଷ ଶ୍ରୀ ପ୍ରଧାନ ଘଟଣା ସ୍ଥଳରେ ଅଚେତ ଅବସ୍ଥାରେ ପଡି ରହିଥିବାବେଳେ ପୋଲିସ ସହାୟତାରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ଏନେଇ ଭଗବାନ ପ୍ରଧାନଙ୍କ ସାନ ଭାଇ ଆଦିକନ୍ଦ ପ୍ରଧାନ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବାଲୁଗାଁ ଥାନା ପକ୍ଷରୁ କେଶ ନଂ ୬୦/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ତେବେ ଅଦ୍ୟାବଧି ଅଭିଯୁକ୍ତମାନେ ଫେରାର ଥିବାବେଳେ ପୋଲିସ ଚଢ଼ାଉ ଜାରି ରଖିଛି।

Related posts