Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହରିଡାପଦର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ନିର୍ମମ ହତ୍ୟା

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଆସିକା: ଆସିକା କୋଟିନଡା ଥାନା ଅନ୍ତର୍ଗତ ହରିଡାପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହରିଡାପଦର ଗାଁର ଜଣେ ଯୁବକ ସୁରେଶ ଡାକୁଆ ଓ ତାର ବାପା ଉଭୟ ମିଶି ଜଣେ ହରିଜନ ଯୁବକ ସଞ୍ଜୟ ନାୟକକୁ ନିର୍ମମ ହତ୍ୟା କରିଥିବା ଅଭିଯୋଗ ଥାନାରେ ହୋଇଛି। ମୃତ ବ୍ୟକ୍ତିର ଭଉଣି ଆସିକା ନିକଟସ୍ଥ କୋଟିନଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରବିବାର ଦିନ ପ୍ରାୟ ୧୧ଟା ବେଳେ ଗ୍ରାମର ବଡସାହିରେ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଖବର ପାଇ ଆସିକା ପୋଲିସ ଏସଡିପିଓ ଉମାଶଙ୍କର ସିଂ, କୋଟିନଡା ଥାନା ଅଧିକାରୀ କୃଷ୍ଣ ସିଂ ସମେତ ପୋଲିସ ବାହିନୀ ଗାଁରେ ପହଁଚି ଥିଲେ। ମୃତ ଶବକୁ ଜବତ କରି ପୋଲିସ ଆସିକା ସବଡିଭିଜନ ମେଡିକାଲକୁ ପୋଷ୍ଟ ମର୍ଟମ ପାଇଁ ପଠାଇଛନ୍ତି। ଏହି ଘଟଣା ବିରୋଧରେ ଥାନାରେ ଲିଖୀତ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ହରିଡାପଦର ଗାଁରେ ସବର୍ଣ୍ଣ ଓ ଅସବର୍ଣ୍ଣ ବିବାଦ ଦିର୍ଘ ଦିନ ଧରି ଲାଗି ରହିଥିଲା। ଏହି ବିବାଦ ଯୋଗୁଁ ସବୁବେଳେ ହରିଡାପଦର ଗାଁରେ ଗଣ୍ଡଗୋଳ ହେଉଥିଲା। ହରିଜନ ଗ୍ରାମର ଲୋକ ସ୍ଥାନୀୟ ପ୍ରଶାସନର ଅନୁମତିରେ ଏକ ଏସଏଚଜି ଗ୍ରୁପ ଜରିଆରେ ଗାଁ ବନ୍ଧରେ ମାଛ ଛାଷ ପାଇଁ ଅନୁମତି ପାଇଥିଲେ। କିନ୍ତୁ ଗାଁର ଜଣେ ବଳଶାଳୀ ଯୁବକ ଯିଏ ବିଜେଡିର ଯୁବ ନେତା ସୁରେଶ ଡାକୁଆ ସବୁବେଳେ ବିରୋଧ କରି ଆସୁଥିଲେ। ଏନେଇ ହରିଡାପଦର ଗାଁରେ ହରିଜନ ଲୋକଙ୍କୁ ନିଆପାଣି ବାସନ୍ଦ କରାଯାଇଥିଲା। ସେହି ଦିନ ଠାରୁ ହରିଡାପଦର ଗାଁରେ ବିବାଦ ଲାଗି ରହିଥିଲା। ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଉପସ୍ତିତିରେ ମଧ୍ୟ ଏହାର ସମାଧାନ ହୋଇଥିଲା। ତଥାପି ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠି ମଧ୍ୟରେ ବିବାଦ ଲାଗି ରହିଥିଲା।

ଏହି ବିବାଦ ଯୋଗୁଁ ଆଜି ଯୁବକକୁ ନିର୍ମମ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ସେପଟେ ସାହି ବାସିନ୍ଦା ପକ୍ଷରୁ ପୋଲିସ ପ୍ରଶାସନର ଅବହେଳା ଯୋଗୁଁ ଆଜି ଗୋଟିଏ ଜୀବନ ଚାଲି ଗଲା ବୋଲି କୁହାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗୀରେ ହଣାକଟା: ୨ ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗୀ ଥାନା ବଡପାରୀ ଗ୍ରାମରେ ହଣା କଟା ହୋଇଛି। ଯେଉଁଥିରେ ୨ ଜଣ ମହିଳା ଗୁରୁତର ହୋଇଛନ୍ତି।

ଗୁରୁତର ଦୁଇ ମହିଳା ବଡପାରୀ ଗ୍ରାମର ଦୀପା ସେଠୀ (୨୫) ଏବଂ ପ୍ରଭାତି ସେଠୀ (୪୫)। ଘରୋଇ କଳିକୁ କେନ୍ଦ୍ର କରି ଉକ୍ତ ଆକ୍ରମଣ ହୋଇଥିବା କୁହାଯାଉଛି। ପୋଲିସ୍ ଟାଙ୍ଗୀ ମେଡିକାଲରେ ପହଂଚି ତଦନ୍ତ ଆରମ୍ଭ କରିଥିବାର ଆଇଆଇସି ଦିଗବିଜୟ ବିଶ୍ୱାଳ କହିଛନ୍ତି l

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବୃଦ୍ଧ ଗୁରୁତର

ଚାନ୍ଦପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ବୃଦ୍ଧ ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। କିନ୍ତୁ ବୃଦ୍ଧଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଟାଙ୍ଗୀରୁ ଭୁବନେଶ୍ୱର ଏମ୍ସ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ରାଜ ଜଙ୍କିଆ ଗ୍ରାମର ଏଭଳି ଘଟଣା ଘଟିଛି।

ରାଜ ଜଙ୍କିଆ ଗ୍ରାମର ପବିତ୍ର ମୋହନ ରଣବିଜୁଳି (୬୦) ଆଜି ଏକ ବାଇକ୍ ରେ ଜଣେ ବନ୍ଧୁଙ୍କ ଘରକୁ ଦଶାହ କାର୍ଯ୍ୟରେ ଯୋଗ ଦେବାପାଇଁ ଯାଉଥିଲେ। ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୫ ରୁ ୬ ଜଣ ଦୁର୍ବୁତ୍ତ ଲୁହା ରଡ ଏବଂ ଜଗ୍ ରଡ୍ ରେ ପବିତ୍ର ମୋହନ ରଣବିଜୁଳିଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ପବିତ୍ରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚିବାରୁ ଦୁର୍ବୁତ୍ତ ମାନେ ତାଙ୍କୁ ଛାଡି ଚାଲିଯାଇଥିଲେ।

ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ତାଙ୍କ ମସ୍ତିଷ୍କରେ ଗଭୀର କ୍ଷତ ହୋଇଥିବାରୁ
କ୍ରମେ ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହୋଇଥିଲା। ପରେ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାକୁ ନେଇ ରାଜ ଜଙ୍କିଆ ଗ୍ରାମରେ ଉତ୍ତେଜନା ଲାଗି ରହିଥିବାବେଳେ ଚାନ୍ଦପୁର ପୋଲିସ୍ ଘଟଣା ଉପରେ ତୀକ୍ଷ୍ନ ନଜର ରଖି ତଦନ୍ତ ଆରମ୍ଭ କରିଥିବାର ଜଣା ପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ମରଣାନ୍ତକ ଆକ୍ରମଣ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମର ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ଯୁବକ ଜଣକ ବ୍ରହ୍ମପୁର ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ ବନ୍ଥପଲ୍ଲୀ ଗ୍ରାମର ଦୁଇଭାଇ କଂଗାରୁ ଭୂୟାଁ ଏବଂ କାଳିଆ ଭୂୟାଁ ଗ୍ରାମର ଜଣେ ଯୁବକଙ୍କୁ ହତ୍ୟା କରିଥିଲେ। ହତ୍ୟା ଅଭିଯୋଗରେ ଉଭୟ ଭାଇ ବର୍ତ୍ତମାନ ଜେଲ୍‌ରେ ଥିବାବେଳେ ହତ୍ୟାର ଶିକାର ହୋଇଥିବା ଗୋଷ୍ଠୀର ଯୁବକମାନେ ଆଜି କଂଗୁରୁ ଏବଂ କାଳିଆର ସାନ ଭାଇ ପଞ୍ଚୁ ଭୂୟାଁଙ୍କୁ ଆକ୍ରମଣ କରିଥିଲେ। ପଞ୍ଚୁ ରବିବାର ସକାଳେ ଗ୍ରାମ ନିକଟ ସାପୁଆ ନାଳକୁ ଗାଧେଇବାକୁ ଯାଇଥିବାବେଳେ ୮ ଜଣ ଦୁବୃର୍ତ୍ତ ଧାରୁଆ ଅସ୍ତ୍ର ସାହାଯ୍ୟରେ ଚୋଟ ଉପରେ ଚୋଟ ପକାଇଥିଲେ। ଗୁରୁତର ଅବସ୍ଥାରେ ପଞ୍ଚୁକୁ ବ୍ରହ୍ମପୁର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ଦିଗପହଣ୍ଡି ଥାନାଧିକାରୀ ବସନ୍ତ ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୃଷକ ନେତାଙ୍କୁ ମରଣାନ୍ତକ ଆକ୍ରମଣ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜନୈକ କୃଷକ ନେତାଙ୍କୁ ମରଣନ୍ତକ ଆକ୍ରମଣ ହୋଇଛି। ଲଙ୍କାଗୁଣ୍ଡ ଫିଙ୍ଗି ତାଙ୍କୁ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରାଯିବାରୁ ଯେ ଗୁରୁତର ଆହତ ହୋଇ ବ୍ରହ୍ମପୁର ଏମ୍‌କେସିଜିରେ ଚିକିତ୍ସାଧୀନ ଅଛନ୍ତି।

ଘଟଣାରୁ ପ୍ରକାଶ ଯେ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ନିକଟରେ କୃଷକ ନେତା ଲୋକନାଥ ଦଳେଇ ଓରଫ୍ ଟୁଟୁ ଅଟୋନଗର ମଧ୍ୟରେ ଏକ ଲୁହା ଦୋକାନରୁ ଲୁହା କିଣି ନିଜ କାର୍ ନିକଟକୁ ଆସୁଥିବାବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଚାରିଜଣ ଯୁବକ ପ୍ରଥମେ ତାଙ୍କ ମୁହଁରେ ଲଙ୍କାଗୁଣ୍ଡ ଫିଙ୍ଗି ଖଣ୍ଡାରେ ଆକ୍ରମଣ କରିଥିଲେ। ଲୋକନାଥଙ୍କ ପାଟି ଶୁଣି ଘଟଣା ସ୍ଥଳରେ କିଛି ଲୋକ ପହଞ୍ଚି ଯିବାରୁ ଯୁବକ ମାନେ ପୂର୍ବରୁ ଆଣିଥିବା ବାଇକ୍ ଯୋଗେ ଚମ୍ପଟ ମାରିଥିଲେ। ଅଂଚଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା। ଲୋକନାଥଙ୍କ ବାମଜଂଘ ଏବଂ ପିଠିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ବଡ଼ମେଡ଼ିକାଲ୍‌କୁ ନେଇଥିଲେ।

ଘଟଣାସ୍ଥଳରେ ସଦର ଏସ୍‌ଡ଼ିପିଓ ଜୟନ୍ତ ମହାପାତ୍ର, ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସି.ସି. ଟିଭି ଫୁଟେଜ୍‌କୁ ମଧ୍ୟ ତଦନ୍ତ କରାଯାଉଛି। ଲୋକନାଥଙ୍କୁ ଏହା ପୂର୍ବରୁ ମଧ୍ୟ ଆକ୍ରମଣ ଉଦ୍ୟମ ହୋଇଥିବାବେଳେ ସେ ସୌଭାଗ୍ୟବଶତଃ ରକ୍ଷା ପାଇଯାଇଥିଲେ। ଏଥିପୂର୍ବରୁ ଏହି ଅଂଚଳରେ ବିଜେପି ଗଂଜାମ ଜିଲ୍ଲା ସଭାପତି ବିଭୂତି ଜେନାଙ୍କୁ ମଧ୍ୟ କିଛି ଯୁବକ ଆକ୍ରମଣ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ପୋଲିସ୍‌ର ହାତଖାଲି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକାଲି ବିଳମ୍ବିତ ରାତ୍ରିରେ ଗୋଟିଏ ଦୋକାନଘର ଉପରେ ଘନଘନ ବୋମାମାଡ଼ କରାଯାଇଥିଲା। ସୂଚନାଥାଉକି ସେହି ଦୋକାନଘରଟି ବାଲାଜିପେଣ୍ଠ ସାହିରେ ରହୁଥିବା ରାଜେନ୍ଦ୍ର ସାହୁଙ୍କର। ଯିଏକି ସଦରଥାନା ଅନ୍ତର୍ଗତ ଭାବିନିପୁର ଯିବା ରାସ୍ତା ବ୍ୟାଙ୍କ କଲୋନୀ ୫ମ ଗଳିରେ ଦୋକାନ କରିଛନ୍ତି। ଦେଖଣାହାରୀଠାରୁ ପ୍ରକାଶ ଯେ, ଗତକାଲି ଝିପ୍ ଝିପ୍ ବର୍ଷା ହେଉଥିବା ସମୟରେ ଦୁଇଜଣ ଯୁବକ ସେହି ରାସ୍ତା ଦେଇ ଚାଲି ଚାଲି ଯାଇ ସେହି ଦୋକାନଘର ଉପକରୁ ବୋମାମାଡ଼ କରିଥିଲେ। ଯାହାଫଳରେ ଦୁଇଟି ବୋମା ଫୁଟିଥିବାବେଳେ ଅନ୍ୟ ଦୁଇଟି ଅଫୁଟା ରହିଥିଲା। ଯାହାକି ପୋଲିସ୍ ଜବତ କରିଛି।

ଏଠାରେ ଅନୁମାନ କରାଯାଉଛି ଯେ, କୌଣସି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହିପରି ବୋମାମାଡ଼ ହୋଇଥାଇପାରେ। କିନ୍ତୁ ଏହି ବୋମାମାଡ଼ରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଏହି ଦୋକାନର ମଧ୍ୟ କୌଣସି କ୍ଷତି ହୋଇନାହିଁ। ଘଟଣା ଶୁଣିବା ସଂଗେ ସଂଗେ ସଦରଥାନା ପୋଲିସ୍‌, ବୈଦ୍ୟନାଥପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିଥିଲେ। କିନ୍ତୁ ବୋମାମାଡ଼କାରୀଙ୍କ କୌଣସି ପତ୍ତା ମଳିନଥିଲା। ଏନେଇ ସଦରଥାନାରେ ୨୩୬/୨୦ରେ ମାମଲା ରୁଜୁ ହୋଇଛି ଏବଂ ଉକ୍ତ ବୋମାମାଡ଼ କାହିଁକି ଏବଂ କେଉଁମାନେ କରିଛନ୍ତି ତା’ର ଛାନ୍‌ଭିନ୍ ଚାଲିଛି ବୋଲି ସଦରଥାନା ଆଇଆଇସି ସନ୍ତୋଷିନୀ ଓରାମ୍ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧାରୁଆ ଅସ୍ତ୍ରରେ ଆକ୍ରମଣ: ଦୁଇଖଣ୍ଡ ହେଲା ଅଢେଇ ମାସ ଶିଶୁ କନ୍ୟାର ହାତ

ଅରବିନ୍ଦ କର

ଖଇରା: ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଫତେପୁର ପଂଚାୟତ ପାଇକପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଣିଷ ନିଜର ମାନବିକତା ହରାଇ ବସିଛି ବୋଲି ଏ ଘଟଣାରୁ ବାରି ହୋଇ ପଡିଛି।

ସୂଚନା ଯୋଗ୍ୟ କି, ପାଇକପଡା ଗ୍ରାମର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମଦ୍ୟପ ପଙ୍କଜ ନାଇକିର ଅଢେଇ ମାସର ଶିଶୁ କନ୍ୟାର ହାତକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଦୁଇଖଣ୍ଡ କରିଦେଇଛି। ଗୁରୁତର ଅବସ୍ଥାରେ ଶିଶୁଟିକୁ ନିକଟସ୍ଥ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲେ। କିନ୍ତୁ ଡାକ୍ତର ଭଦ୍ରକ ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।