ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ମରଣାନ୍ତକ ଆକ୍ରମଣ

Published: Mar 14, 2021, 10:06 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମର ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ଯୁବକ ଜଣକ ବ୍ରହ୍ମପୁର ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ ବନ୍ଥପଲ୍ଲୀ ଗ୍ରାମର ଦୁଇଭାଇ କଂଗାରୁ ଭୂୟାଁ ଏବଂ କାଳିଆ ଭୂୟାଁ ଗ୍ରାମର ଜଣେ ଯୁବକଙ୍କୁ ହତ୍ୟା କରିଥିଲେ। ହତ୍ୟା ଅଭିଯୋଗରେ ଉଭୟ ଭାଇ ବର୍ତ୍ତମାନ ଜେଲ୍‌ରେ ଥିବାବେଳେ ହତ୍ୟାର ଶିକାର ହୋଇଥିବା ଗୋଷ୍ଠୀର ଯୁବକମାନେ ଆଜି କଂଗୁରୁ ଏବଂ କାଳିଆର ସାନ ଭାଇ ପଞ୍ଚୁ ଭୂୟାଁଙ୍କୁ ଆକ୍ରମଣ କରିଥିଲେ। ପଞ୍ଚୁ ରବିବାର ସକାଳେ ଗ୍ରାମ ନିକଟ ସାପୁଆ ନାଳକୁ ଗାଧେଇବାକୁ ଯାଇଥିବାବେଳେ ୮ ଜଣ ଦୁବୃର୍ତ୍ତ ଧାରୁଆ ଅସ୍ତ୍ର ସାହାଯ୍ୟରେ ଚୋଟ ଉପରେ ଚୋଟ ପକାଇଥିଲେ। ଗୁରୁତର ଅବସ୍ଥାରେ ପଞ୍ଚୁକୁ ବ୍ରହ୍ମପୁର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ଦିଗପହଣ୍ଡି ଥାନାଧିକାରୀ ବସନ୍ତ ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Related posts