ହରିଶଙ୍କରରେ ଜାଗର ଯାତ୍ରା

Published: Feb 26, 2025, 10:07 pm IST

ଭୁବନେଶ୍ଵର: ପବିତ୍ର ମହାଶିବରାତ୍ରି ଉପଲକ୍ଷେ ପଶ୍ଚିମ ଓଡ଼ିଶାର ପ୍ରମୁଖ ପବିତ୍ର ଶୈବ ପୀଠ ହରିଶଙ୍କର ମନ୍ଦିର ଠାରେ ଆଜି ଭକ୍ତଙ୍କ ପ୍ରବଳ ଜନସମାଗମ ଦେଖାଦେଇଛି। ଭୋର ସକାଳୁ ଭକ୍ତ ମାନେ ଆଜି ଲମ୍ବା ଲାଇନରେ ଅପେକ୍ଷା କରି ଭଗବାନକୁ ଦର୍ଶନ କରିଛନ୍ତି। ସବୁ ରୀତିକାନ୍ତି ସୁରୁଖୁରୁରେ ଚାଲିଥିବା ବେଳେ ଆଜି ମଧ୍ୟ୍ୟ ରାତ୍ରି ୧୧ ସମୟରେ ମହାଦୀପ ଉଠିଵା କାର୍ଯ୍ୟକ୍ରମ ରହିଛି।

ଏହି ପୀଠ ହରି ରୂପରେ ବିଷ୍ଣୁ ଏବଂ ଶଙ୍କର ଗୋଟିଏ ସ୍ଥାନରେ ପୂଜା ପାଉଥିବାରୁ ଆଜିକା ଦିନରେ ଉଜାଗର ରହି ଭଗବାନଙ୍କୁ ଆରାଧନା କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ। ଏଥିପାଇଁ ହଜାର ହଜାର ଭକ୍ତ ଗାନ୍ଧମାର୍ଦ୍ଧନ ପାଦ ଦେଶରୁ ବୋହି ଆସୁଥିବା ପାପ ନାଶିନୀ ଝରଣାରେ ବୁଡ ପକାଇ ଭଗବାନକୁ ଦର୍ଶନ କରିଥାନ୍ତି। କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାର ଛତିଶଗଡରୁ ମଧ୍ୟ୍ୟ ହଜାର ହଜାର ଶ୍ରଦ୍ଧାଳୁ ରାଜ୍ୟ ତଥା ରାଜ୍ୟ ବାହାରୁ ହରିଶଙ୍କର ବାବାଙ୍କ ଦର୍ଶନ କରିଥାନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଏ।

ଭକ୍ତ ମାନେ କେମିତି ସୁରୁଖୁରୁରେ ଦର୍ଶନ କରିପାରିବେ ସେନେଇ ବ୍ୟାରିକେଟ କରିବା ସହ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟପକ ପୁଲିସ ମୁତୟନ ହୋଇଥିଲେ।

Related posts