
ନୟାଗଡ଼: ନୟାଗଡ଼ ଜିଲା ପରିଷଦର ନବମ ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ନୟାଗଡ ବିଧାୟକ ଡ଼.ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲାପାଳ ଅକ୍ଷୟ ସୁନୀଲ ପରିଷଦ ଅଗ୍ରୱାଲ,ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଜିଲା ପରିଷଦ ଉପାଧ୍ୟକ୍ଷ ବିଷ୍ଣୁପ୍ରିୟା ବେହେରା ପ୍ରମୁଖ ଯୋଗ ଦେଇଥିଲେ।
ଏହି ବୈଠକରେ ଶିକ୍ଷା,ସ୍ବାସ୍ଥ୍ୟ,ପୂର୍ତ୍ତ,ଆରଡ଼ବ୍ଲ୍ୟୁଏସ୍ଏସ୍,ଜଳସେଚନ,ଉଠାଜଳ ସେଚନ,କ୍ଷୁଦ୍ରଜଳ ସେଚନ, ଗ୍ରାମ୍ୟ ଉନ୍ନୟନ, ଜଳ ବିଭାଜିକା,କୃଷି, ଉଦ୍ୟାନ କୃଷି ଏବଂ ଜଙ୍ଗଲ ବିଭାଗ ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଥିବା ଅନୁଦାନର କାର୍ଯ୍ୟକାରୀତା ସମ୍ପର୍କରେ ଆଲୋଚନା ହୋଇଥିଲା ।