Categories
ଆଞ୍ଚଳିକ

ବାଣପୁର ହଳନ୍ଦା ଉପ ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ

ବାଣପୁର( ସୀତାରାମ ଅଗ୍ରୱାଲ): ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ହଳନ୍ଦା ଉପ ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା ପରିଷଦର ପ୍ରଥମ ସାଧାରଣ ବୈଠକ ସଭାପତି ଗୋପୀନାଥ ମହାରଣାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଥା ସାତଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମାଣଧୀନ ବାୟୋଲୋଜିକାଲ ପ୍ଲାଣ୍ଟ ଏବଂ୬୫ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା ନୂତନ ମେଡିକାଲ ଗୃହ ବାବଦରେ ପୁଙ୍ଖାନୁଫଙ୍ଖ ଆଲୋଚନା କରାଯାଇଥିଲା।

ଉପ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଗ୍ରାମଗୁଡିକର ଜନସାଧାରଣଙ୍କ ପାଇଁ ସାପ କାମୁଡା, କୁକୁର କାମୁଡା ଇଞ୍ଜେକ୍ସନ ମହଜୁଦ ରଖିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆଗକୁ ଖରାଦିନ ଆସିବାକୁ ଥିବାବେଳେ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଅଂଶୁଘାତ ଜନିତ ସ୍ୱତନ୍ତ୍ର ପ୍ରକୋଷ୍ଠ ଖୋଲିବାକୁ ଉପସ୍ଥିତ ଥିବା ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ଏଠାରେ ଜରୁରୀ କାଳୀନ ସେବା ନିମିତ୍ତ ଏକ ୧୦୮ ଆମ୍ବୁଲାନ୍ସ ସେବା ଉପଲବ୍ଧ କରିବାକୁ ସ୍ଥାନୀୟ ଜନସାଧାରଣ ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କୁ ଅନୁରୋଧ କରିଥିଲେ। ଉକ୍ତ ବୈଠକରେ ସମସ୍ତ ଆଶାକର୍ମୀ, ଉପ ସ୍ଵାସ୍ତ୍ୟଅଧିକାରୀ ଶ୍ରୀମତୀ ସୁନନ୍ଦା ମିଶ୍ର, ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଅୟୋଜିତ ହେଲା ପେନସନ ଅଦାଲତ, ଦଶଜଣଙ୍କୁ ଦିଆଗଲା ଅନୁମୋଦନ ପତ୍ର

ଖୋର୍ଦ୍ଧା: ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଖୋର୍ଦ୍ଧା ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତା ରେ ଏକ ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସତ୍ୟ ନାରାୟଣ ସାହୁ,-OSD ସ୍ଵତନ୍ତ୍ର ଶାସନ ସଚିବ,G.A &PG Department, ଭୁବନେଶ୍ୱର, ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବାଗତ ଭାଷଣ ରଖିବା ସଙ୍ଗେ ସଙ୍ଗେ ବୈଠକ ପରିଚାଳନା କରିଥିଲେ।

ବୈଠକରେ ସମସ୍ତ କାର୍ଯ୍ୟାଳୟର ମୁଖ୍ୟ ଙ୍କୁ ତାଗିଦ୍ କରି କହିଲେ ଅବସର ନେବାକୁ ଥିବା କର୍ମଚାରୀ ଙ୍କ ବହୁ ପୂର୍ବରୁ ଚୁଡ଼ାନ୍ତ ପେନସନ ପେପର ଦାଖଲ କରାଗଲେ ସେମାନଙ୍କ ପେନସନ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମଞ୍ଜୁର କରାଯାଇ ପାରିବ। ଆହୁରି ମଧ୍ୟ ଅବସର ପୁର୍ବରୁ କର୍ମଚାରୀ ମାନଙ୍କ ଚାକିରି ନିୟମିତ କରାଯିବାକୁ ନିର୍ଦ୍ଦେଶ ଦେଲେ।

ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ର 10ଜଣ କର୍ମଚାରୀମାନଙ୍କ ପେନସନ ଅନୁମୋଦନ ପତ୍ର ପ୍ରଦାନ କରିଥିଲେ। ଏହି ବୈଠକରେ ସମସ୍ତ ତହସିଲଦାର/ଵି.ଡି.ଓ/ଵି.ଇ.ଓ/ଜିଲ୍ଲା ସ୍ତରୀୟ ଅଧିକାରୀ ସି.ଡି.ଏମ.ଓ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଲେ ବାଦଲ କୁମାର ମହାନ୍ତି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ନୂତନ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ବରିଷ୍ଠ ପ୍ରଶାସକ ଡଃ ବାଦଲ କୁମାର ମହାନ୍ତି। ଡଃ ମହାନ୍ତି ଏହା ପୁର୍ବରୁ ପଞ୍ଚାୟତରାଜ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଥିଲେ l ସେ ଭାରପ୍ରାପ୍ତ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଥିଲେ l ଆଜି କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ବିଭିନ୍ନ ଅଧିକାରୀ ଓ ଜନପ୍ରତିନିଧିମାନେ ସ୍ୱାଗତ ଜଣାଇଥିଲେ l ଡଃ ମହାନ୍ତିଙ୍କ ଉକ୍ତ ବିଭାଗରେ ବହୁ ଅଭିଜ୍ଞତା ଥିବାବେଳେ ଖୋର୍ଦ୍ଧା ପରି ଗୁରୁତ୍ୱପୂର୍ଣ ଜିଲ୍ଲାର ଉନ୍ନୟନ କାର୍ଯ୍ୟରେ ଏହା ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି l ତେବେ ଖୋର୍ଦ୍ଧା ଜିଲ୍ଲା ପାଇଁ କଣ ପ୍ରାଥମିକତା ରହିବ ବୋଲି ପଚାରିବାରୁ,ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନାଗୁଡିକର ସଠିକ ଭାବେ ଜିଲ୍ଲାର 10 ଗୋଟି ବ୍ଲକରେ କିପରି ପ୍ରଣୟନ ହୋଇପାରିବ ତାହାକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି l ସୂଚନା ଥାଉକି ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଦିଗନ୍ତ ରାଉତରାୟଙ୍କ ବଦଳି ପରେ ଉକ୍ତ ଗୁରୁତ୍ୱପୂର୍ଣ ପଦ ଖାଲି ପଡିଥିଲା l

Categories
ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ଫଳାଫଳ: ୩୦୦ ଅତିକ୍ରମ କଲା ବିଜେଡ଼ି

ଭୁବନେଶ୍ବର: ଗତକାଲି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗଣତି ହୋଇଛି। ଏଥିରେ ବିଜେଡ଼ି ୨୮୧ ଟି ଆସନରେ ଆଗୁଆ କିମ୍ବା ବିଜୟ ଲାଭ କରିଥିବା ବେଳେ କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ତେବେ ଆଜି ମଧ୍ୟ ରାଜ୍ୟର ୩୧୪ ବ୍ଲକର ୩୦୬ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଆରମ୍ଭ ହୋଇସାରିଛି। ଆଉ କିଛି ସମୟ ପରେ ଟ୍ରେଣ୍ଡ ସାମ୍ନାକୁ ଆସିବ।

ମୋଟ ୮୫୧- ଫଳାଫଳ/ଆଗୁଆ- ୩୬୮

ବିଜେଡି- ୩୨୩ ଟିରେ ଆଗୁଆ

ବିଜେପି- ୧୮ ଟିରେ ଆଗୁଆ

କଂଗ୍ରେସ- ୧୭ ଟିରେ ଆଗୁଆ

ଅନ୍ୟାନ୍ୟ-୦୫ ଟିରେ ଆଗୁଆ

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ: ୧୬୩ ଟି ଜିଲ୍ଲା ପରିଷଦ ପାଇଁ ହେବ ମତଦାନ

ଭୁବନେଶ୍ବର: ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହେବ। ଏହା ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଆଜି ୨୭ ଟି ଜିଲ୍ଲାରେ ଏହି ନିର୍ବାଚନ ହେବ। ଏଥିରେ ୧୬୩ ଟି ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ହେବ। ଏଥିସହିତ ୧ ହଜାର ୨୫୪ ଟି ପଞ୍ଚାୟତରେ ନିର୍ବାଚନ ହେବ। ଏଥିପାଇଁ ୧୭ ହଜାର ୮୯ ଟି ବୁଥର ବନ୍ଦୋବସ୍ତ କରାଯାଇଛି।  ଏଥିମଧ୍ୟରୁ ୨୫୬୩ ବୁଥ୍‌ ସମ୍ବେଦନଶୀଳ ଚିହ୍ନଟ ହୋଇଛି ।  ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ଏବଂ ଆଣ୍ଟିଜେନ୍ ଟେଷ୍ଟ ଆବଶ୍ୟକ ନାହିଁ। କେବଳ ଥର୍ମାଲ ସ୍କାନିଂ କରି ଭିତରକୁ ଛଡ଼ାଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: ୧୭୧ଟି ଜିଲ୍ଲା ପରିଷଦ ପାଇଁ ହେବ ମତଦାନ

ଭୁବନେଶ୍ବର: ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହେବ। ଏହା ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଆଜି ୨୯ ଟି ଜିଲ୍ଲାର ୬୩ଟି ବ୍ଲକରେ ଏହି ନିର୍ବାଚନ ହେବ। ଏଥିରେ ୧୭୧ଟି ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ହେବ। ଏଥିସହିତ ୧ ହଜାର ୩୮୨ଟି ପଞ୍ଚାୟତରେ ନିର୍ବାଚନ ହେବ। ଏଥିପାଇଁ ୧୮ ହଜାର ୪୯୫ ଟି ବୁଥର ବନ୍ଦୋବସ୍ତ କରାଯାଇଛି।  ଏହି ଗଣତନ୍ତ୍ର ପର୍ବର ତୃତୀୟ ପର୍ଯ୍ୟାୟରେ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର ସେମାନଙ୍କ ମତାଧିକାର ସାବସ୍ୟ କରିବେ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଶାନ୍ତି ଶୃଙ୍ଖଳା ସହ ଚାଲିଛି ପଞ୍ଚାୟତ ଭୋଟ ଗ୍ରହଣ, ଦିନ ୧୧ ଟା ସୁଦ୍ଧା ୩୦ ପ୍ରତିଶତ ମତଦାନ

ଭୁବନେଶ୍ବର: ଆଜି ସକାଳ ସାତଟାରୁ ରାଜ୍ୟ ବିଭିନ୍ନ ସ୍ଥାନରେ ଚାଲିଛି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ଦିନ ୧୧ଟା ସୁଦ୍ଧା ରାଜ୍ୟର ମତଦାନ ହାର ରହିଛି ୩୦ ପ୍ରତିଶତ।

ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ଭୋଟ ଗ୍ରହଣ କରାଯାଉଛି। ଏଥିରେ ୧୬୬୯ ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ୱାର୍ଡ ମେମ୍ବର ଏବଂ ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନ ହେଉଛି। ସେହିପରି ପ୍ରଥମ ପର୍ଯ୍ୟାୟରେ ୨୦୦ଟି ଜୋନରେ ଜିଲ୍ଲା ପରିଷଦ ପାଇଁ ଭୋଟ ଗ୍ରହଣ ଚାଲିଛି। ଏଥିରେ ବିଭିନ୍ନ ଦଳରୁ ମୋଟ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୬୭ ଲକ୍ଷ ୫୧ ହଜାର ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ଏଥିପାଇଁ ମୋଟ ୨୨,୩୭୯ ଟି ପୁଲିଂ ବୁଥ କରାଯାଇଛି। ସେଥି ମଧ୍ୟରୁ ୩୩୫୭ଟି ବୁଥ ଉତ୍ତେଜନା ପ୍ରବଣ ରହିଛି। ଶାନ୍ତି ଶୃଙ୍ଖଳା ପାଇଁ ୨୨୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏଥିରେ ମୋଟ ୩୭୨୪୫ ପୋଲିସ ଅଧିକାରୀ ସାମିଲ ହୋଇଛନ୍ତି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ନିର୍ବାଚନ, ୨୦୦ଟି ଜିଲ୍ଲା ପରିଷଦ, ୧୬୬୯ ଟି ପଞ୍ଚାୟତରେ ହେବ ଭୋଟ, ୨୨୫ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ବର: ବୁଧବାର ଦିନ ହେବ ଓଡିଶା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ସେଥିପାଇଁ ସୋମବାର ଦିନ ଏହାର ପ୍ରଚାର ଶେଷ ହୋଇଛି। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ମଙ୍ଗଳବାରଠାରୁ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପୁଲିଂ ଅଫିସରମାନେ ପହଁଚି ସାରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ଭୋଟ ଗ୍ରହଣ କରାଯିବ। ଏଥିରେ ୧୬୬୯ ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ୱାର୍ଡ ମେମ୍ବର ଏବଂ ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନ ହେବ। ସେହିପରି ପ୍ରଥମ ପର୍ଯ୍ୟାୟରେ ୨୦୦ଟି ଜୋନରେ ଜିଲ୍ଲା ପରିଷଦ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ଦଳରୁ ମୋଟ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୬୭ ଲକ୍ଷ ୫୧ ହଜାର ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ମୋଟ ୨୨,୩୭୯ ଟି ପୁଲିଂ ବୁଥ କରାଯାଇଛି। ସେଥି ମଧ୍ୟରୁ ୩୩୫୭ଟି ବୁଥ ଉତ୍ତେଜନା ପ୍ରବଣ ରହିଛି। ଶାନ୍ତି ଶୃଙ୍ଖଳା ପାଇଁ ୨୨୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏଥିରେ ମୋଟ ୩୭୨୪୫ ପୋଲିସ ଅଧିକାରୀ ସାମିଲ ହୋଇଛନ୍ତି।

ଏଥର ପଞ୍ଚାୟତ ନିର୍ବାଚନ ପାଞ୍ଚୋଟି ପର୍ଯ୍ୟାୟରେ କରାଯାଉଛି। ପ୍ରଥମ ପର୍ଯ୍ୟାୟ  ୧୬ ତାରିଖରେ ହେଉଛି। ଏହାପରେ ୧୮ ତାରିଖ, ୨୦ ତାରିଖ, ୨୨ ତାରିଖ ଏବଂ ୨୪ ତାରିଖରେ ଭୋଟ ଗ୍ରହଣ ହେବ। ଏହି ଗଣତନ୍ତ୍ର ପର୍ବରେ ରାଜ୍ୟରୁ ମୋଟ ୨ କୋଟି ୭୯ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

Categories
PanchayatElection ଆଞ୍ଚଳିକ

ଚିଲିକା ନିର୍ବାଚନ ମଣ୍ଡଳୀର ୧୪ ନମ୍ବର ଜୋନ ଜିଲ୍ଲା ପରିଷଦ ଲଢେଇ, ଆଗରେ ବିଜେଡିର ଲିଲିବାଳା

ଚିଲିକା: ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି, ସେହି ଅନୁସାରେ ଚିଲିକା ନିର୍ବାଚନ ମଣ୍ଡଳୀର ରାଜନୈତିକ ପାଣିପାଗ ସେତିକି ଜମିବାରେ ଲାଗିଛି। ତେବେ ଚିଲିକା ନିର୍ବାଚନ ମଣ୍ଡଳୀର ୧୪ ନମ୍ବର ଜୋନରେ ବର୍ତ୍ତମାନ ଚିଲିକାବାସୀଙ୍କ ନଜରରେ ରହିଛି।

ଏହି ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ଚାଲିଛି ଦ୍ବିମୁଖୀ ଲଢେଇ। ତିନି ପ୍ରମୁଖ ଦଳ ପ୍ରାର୍ଥୀ ଦେଇଥିଲେ ମଧ୍ୟ ମୁଖ୍ୟ ଲଢେଇ ହେଉଛି ବିଜେଡି ଏବଂ ବିଜେପି ମଧ୍ୟରେ। ବିଜେଡି ତରଫରୁ ଲିଲିବାଳା ଭୋଳ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ତରଫରୁ ରୋଜିତା ପ୍ରଧାନ ଲଢେଇ କରୁଛନ୍ତି।ସେହିପରି କଂଗ୍ରେସରୁ ରଶ୍ମିତା ମହାପାତ୍ର ମଇଦାନରେ ଅଛନ୍ତି। ଏମାନେ ସମସ୍ତେ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦିତା କରୁଛନ୍ତି।

ତେବେ ତଥ୍ୟ ଅନୁସାରେ ବର୍ତ୍ତମାନ ବିଜେଡିର ପ୍ରାର୍ଥିନୀ ଲିଲିବାଳା ଭୋଳ ପ୍ରଚାରରେ ବେଶ୍ ଆଗରେ ଅଛନ୍ତି। ବିଜେପିର ରୋଜିତା ପଛରେ ପଡିଥିବା ବେଳେ, କଂଗ୍ରେସର ପ୍ରଚାର ଶିଥିଳ ଅବସ୍ଥାକୁ ଚାଲି ଆସିଛି। ମୁଖ୍ୟତଃ ରାଜ୍ୟରେ ବିଜେପି ମୁଣ୍ଡ ବିହୀନ ହୋଇପଡିଥିବାରୁ ବର୍ତ୍ତମାନ ସାରା ଓଡିଶାରେ ବିଜେପି ପ୍ରାର୍ଥୀମାନେ ବାଉଳା ହୋଇପଡିଛନ୍ତି। ଏପରିକି ରାଜନୈତିକ ତଥା ଆର୍ଥିକ ସମର୍ଥନ ଦେବାରେ ବିଜେପି ବିଫଳ ହୋଇପଡିଛି। ସେପରି କ୍ଷେତ୍ରରେ ଏହି ଜୋନର ପ୍ରାର୍ଥୀ ମଧ୍ୟ ରାଜ୍ୟ ନେତୃତ୍ୟରୁ ସେମିତି କିଛି ଫାଇଦା ହାସଲ କରିପାରୁ ନାହାଁନ୍ତି।

ସେହିପରି କଂଗ୍ରେସ ଅବସ୍ଥା ତଦୁର୍ପ। ଏଥର ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚିନ୍ତାରେ ପଡିଥିଲା। ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର କେହି ଟାଣୁଆ ନେତା ନ ଥିବାରୁ ଦଳର ପ୍ରାର୍ଥିମାନେ ଏକରକମର ନେତୃତ୍ୟ ଛେଉଣ୍ଡ ଭାବେ ପ୍ରଚାର କରୁଛନ୍ତି।

ତେବେ ପ୍ରଚାର କ୍ଷେତ୍ରରେ ବିଜେଡି ବେଶ ଆଗରେ ରହିଛି। ମୁଖ୍ୟତଃ ଏହି ଦଳର ଦୃଢ ସଂଗଠନ ସହିତ ନବୀନଙ୍କ ଭାବମୂର୍ତ୍ତି ଲୋକଙ୍କୁ ଆକୃଷ୍ଟ କରିବାରେ ଲାଗିଛି। ବିଜେଡି ପ୍ରାର୍ଥିନୀ ଲିଲିବାଳା ଭୋଳ ତାଙ୍କ ସମର୍ଥକଙ୍କ ସହିତ ଘରକୁ ଘର ବୁଲି ପ୍ରଚାର କରିବାରେ ଲାଗିଛନ୍ତି।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏହି ପ୍ରଚାର କ୍ଷେତ୍ରରେ ବେଶ୍ ସହଯୋଗ କରିବାରେ ଲାଗିଛନ୍ତି। ତାଙ୍କ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ପ୍ରାଣେ ପ୍ରାଣେ ଉଦ୍ୟମ ଜାରି ରଖିଛନ୍ତି। ଗତ ଥର ଏହି ଆସନ ବିଜେଡି ହାତରେ ଥିଲା। ଏଥର ମଧ୍ୟ ବିଜେଡି ସେହି ଆସନକୁ ହାତେଇବ ବୋଲି ଆଶା ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ପରିଷଦ ପାଇଁ ଏୟାର୍ ହୋଷ୍ଟେଙ୍କ ନାମାଙ୍କନ

ବାରିପଦା: ଲୋକଙ୍କ ସେବା କରିବାର ଇଚ୍ଛା ନେଇ ରାଜନୀତି ମଇଦାନରେ ପାଦ ଥାପିଛନ୍ତି ଜଣେ ଏୟାର ହୋଷ୍ଟେସ୍ ଦିନେ ଆକାଶରେ ଉଡ଼ୁଥିବା ମୟୂରଭଞ୍ଜର ଝିଅ ଆଜି ଲୋକଙ୍କ ସେବା କରିବା ପାଇଁ ମନସ୍ଥ କରିଛନ୍ତି। ତେଣୁ ଚାକଚକ୍ୟ ଭରା ସୌଖିନ ଜୀବନ ଛାଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍‌ର ବିଜୟଲକ୍ଷ୍ମୀ ମହାନ୍ତା।

ଗତକାଲି ବିଜୟଲକ୍ଷ୍ମୀ ୩୧ ନମ୍ବର ଜୋନ୍ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜୟଲକ୍ଷ୍ମୀ ପ୍ରଥମେ ଇଣ୍ଡିଗୋ ବିମାନ ସେବାର ଏୟାର୍ ହୋସ୍ ଭାବେ କାର୍ଯ୍ୟରତ ଥିଲେ। ଉଚ୍ଚ ଶିକ୍ଷିତ ହେଲେ ସୁଦ୍ଧା ଗ୍ରାମାଞ୍ଚଳ ଲୋକଙ୍କ ସେବା ପାଇଁ ନିଜର ସୌଖିନ ଚାକିରିକୁ ପଛରେ ପକାଇ ଜନ୍ମମାଟିକୁ ଫେରିଛନ୍ତି। ବିଜାତଳା ବ୍ଲକ୍ ମୟୂରଭଞ୍ଜ ଜିଲ୍ଲାର ଏକ ପଛୁଆ ଅଞ୍ଚଳ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଜିଯାଏ ଏଠିକା ଲୋକେ ବହୁ ମୌଳିକ ସୁବିଧାରୁ ବଞ୍ଚିତ।

ଗ୍ରାମଗୁଡ଼ିକରେ ପାନୀୟ ଜଳ, ବିଦ୍ୟୁତ୍, ରାସ୍ତା ଭଳି ଅନେକ ସମସ୍ୟା ରହିଛି। ଓଡ଼ିଶାରେ ୨୫ ବର୍ଷ ଧରି ସରକାର କାର୍ଯ୍ୟ କରୁଛନ୍ତି। ହେଲେ ଲୋକେ ଯୋଜନାର ଲାଭ ପାଉ ନାହାନ୍ତି ବୋଲି ବିଜୟଲକ୍ଷ୍ମୀ କହିଛନ୍ତି। ବିଜୟଲକ୍ଷ୍ମୀ ନାରୀ ସୁରକ୍ଷା ଓ ନାରୀ ଶିକ୍ଷାକୁ ପ୍ରାଥମିକତା ଦେଉଥିବା ବେଳେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପି ତାଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଟିକେଟ୍‌ ପ୍ରଦାନ କରିଛି। ବିଜୟଲକ୍ଷ୍ମୀଙ୍କ ବୟସ ୨୮ବର୍ଷ। ୨୦୧୩ ମସିହାରେ ସେ ରାଇରଙ୍ଗପୁର ଉପଖଣ୍ଡର ପ୍ରଥମ ଝିଅ ଭାବେ ଏୟାର ହୋସ୍ ହୋଇପାରିଥିଲେ।

ବିଜୟଲକ୍ଷ୍ମୀଙ୍କ ବାପା ଜିତମୋହନ ମହାନ୍ତ ଜଣେ ଅବସରପ୍ରାପ୍ତ ଶିକ୍ଷକ ଆଉ ମା’ ଚୂଡ଼ାମଣି ଜଣେ ସୁଗୃହିଣୀ। ବିଜୟଲକ୍ଷ୍ମୀଙ୍କ ଜେଜେବାପା ରାଇରଙ୍ଗପୁର ଉପଖଣ୍ଡର ବରିଷ୍ଠ ଆଇନଜୀବୀ। ସେ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଥିଲେ। ତାଙ୍କ ଭଉଣୀ ମଧ୍ୟ ସମିତି ସଭ୍ୟ ଅଛନ୍ତି। ବିଜୟଲକ୍ଷ୍ମୀ କିଛିଦିନ ହେବ ଅକ୍ଷୟ ପରିଜାଙ୍କ ପ୍ରଯୋଜନା ସଂସ୍ଥାରେ ରହି ଜଣେ ସହ-ପ୍ରଯୋଜକ ଭାବେ ଓଡ଼ିଆ ଧାରାବାହିକରେ କାମ କରୁଛନ୍ତି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଶେଷ ହେଲା ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ, ଜାଣନ୍ତୁ ମଇଦାନରେ ମୋଟ ପ୍ରାର୍ଥୀ କେତେ

ଭୁବନେଶ୍ବର:ଆଜି ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଶେଷ ହେଇଛି। ଆସନ୍ତାକାଲି ଶନିବାରରେ ଏହାର ଯାଞ୍ଚ ପକ୍ରିୟା ଆରମ୍ଭ ହେବ। ତେବେ ଯେଉଁମାନେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ଚାହିଁବେ ସେମାନେ 25 ତାରିଖ ସୁଦ୍ଧା କରିପାରିବେ। ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ସେହିଦିନ ଚୁଡାନ୍ତ ତାଲିକା ପ୍ରକାଶ କରାଯିବ।

ତେବେ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ଅନୁସାରେ ବର୍ତ୍ତମାନ ମୋଟ କେତେ ଜଣ କେଉଁ ପଦବୀ ପାଇଁ ପ୍ରାର୍ଥି ପତ୍ର ଦାଖଲ କରିଛନ୍ତି ତାହାର ହିସାବ ଆସିଛି। ସେହି ଅନୁସାରେ

ମୋଟ ୱାର୍ଡମେମ୍ବର ପ୍ରାର୍ଥି ପତ୍ର ଦାଖଲ- ୧ ଲକ୍ଷ ୬୨ ହଜାର ୨୯୭

ମୋଟ ସରପଞ୍ଚ ପ୍ରାର୍ଥିପତ୍ର ଦାଖଲ- ୩୪ ହଜାର ୬୧୩

ମୋଟ ପଞ୍ଚାୟତ ସମିତି ସଦସ୍ୟ ପ୍ରାର୍ଥିପତ୍ର ଦାଖଲ-୨୮ ହଜାର ୧୫୩

ମୋଟ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ- ୩ ହଜାର ୯୯୯

Categories
ଆଜିର ଖବର ରାଜ୍ୟ ଖବର

ପଦ୍ମପୁର ଜିଲ୍ଲା ପରିଷଦ ଉପ ନିର୍ବାଚନ: କଂଗ୍ରେସର ଦୁର୍ଗକୁ ଭାଙ୍ଗିଲା ବିଜେଡି

ଗୁଣପୁର/ ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ-‘ଖ’ ଜୋନ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ  ବୁଧବାର ଦିନ ହୋଇଥିବା ନିର୍ବାଚନର ଗତକାଲି ଶାନ୍ତି ଶୃଙ୍ଖଳାର ସହ ଗଣତି ସରିଛି। ୮୫ ଟି ବୁଥରେ ହୋଇଥିବା ନିର୍ବାଚନରେ ମୋଟ ୨୧,୯୯୫ ଭୋଟରଙ୍କ ମଧ୍ୟରୁ ୧୬,୧୫୯ ଜଣ ମତଦାନ କରିଥିଲେ। ଆଜିର ଭୋଟ ଗଣତିରେ ବିଜେଡି ପ୍ରାର୍ଥୀ କରୁଣା କର ଶବର ତାଙ୍କ ନିକଟତମ କଂଗ୍ରେସ ପ୍ରାର୍ଥୀ ମାନୁଏଲ ମାଝିଙ୍କୁ ୭୬୩୬ ଭୋଟରେ ବିଜୟ ହୋଇଥିବା ସୂଚନା ରହିଛି।

ହେଲେ ଆଜି ଏହାର ଫଳାଫଳ ଔପଚାରିକ ଭାବେ ଘୋଷଣା କରାଯିବ ବୋଲି ଜଣାପଡିଛି। ୮ଟି ପଞ୍ଚୟତ ୮୫ଟି ବୁଥ ମଧରୁ କଂଗ୍ରେସ ମାତ୍ର ୬/୭ଟି ଓ ବିଜେପି ମାତ୍ର ୨/୩ ଟି ବୁଥ ଛାଡିଦେଲେ ବିଜେଡି ଅନ୍ୟ ସବୁ ବୁଥରେ ଅଧିକ ଭୋଟ ପାଇଥିବା  ବେଳେ ସବୁ ପଞ୍ଚୟତରେ ବିଜେଡି ପ୍ରାର୍ଥୀ ଏହି ଜୋନ ପାଇଁ ନୂତନ ଇତିହାସ ସୃଷ୍ଟି  କରିବାକୁ ସକ୍ଷମ ହୋଇପାରିଛି।

ଏହି ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ କରୁଣା କର ଶବର ୧୦,୫୧୯ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମାନୁଆଲ ମାଝି ୨୮୯୫ ବିଜେପିର ବିଦ୍ୟା ଧର ଶବର ୧୬୦୨ ଓ ସିପିଆଇ (ଏ ମ:ଏ ଲ) ର ବାବୁଲା ମାଝି ମାତ୍ର ୩୭୭ ଖଣ୍ଡ ଭୋଟ ପାଇଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି। ଏହି ଜିଲ୍ଲା ପରିଷଦ ଜୋନରେ କେବେ ହେଲେ କଂଗ୍ରେସ ହାରି ନଥିବା ବେଳେ ପ୍ରଥମ ଥର ପାଇଁ ଏହି ଆସନ କଂଗ୍ରେସରୁ ଚାଲିଯାଇଥିବା କୁହାଯାଉଛି।

ପଦ୍ମପୁରର ଏହି ‘ଖ’ ଜୋନର ୭ଟି ଓପଞ୍ଚ।ୟତରୁ ଅଖୁସିଙ୍ଗରେ ବିଜେଡି ୧୮୩୪, ବିଜେପି ୩୪୭, କଂଗ୍ରେସ ୬୪୩,  ଭୋଟ ପାଇଥିବା ବେଳେ ଇନ୍ଦିପୁରରେ ବିଜେଡି ୧୨୨୪, ବିଜେପି୧୦୫, କଂଗ୍ରେସ ୪୫୩ ଭୋଟ ପାଇଛି।

ଗୁଳୁଗୁଡାରେ ବିଜେଡି ୧୨୬୨, ବିଜେପି ୩୭,  କଂଗ୍ରେସ ୨୯୨ ଭୋଟ ଏବଂ ଜାତିଲିରେ ବିଜେଡି ୧୫୨୦, ବିଜେପିର ୨୪୦, କଂଗ୍ରେସ ୧୩୦ ଟି ଭୋଟ ପାଇଛନ୍ତି। ସେହିପରି ତେମ୍ବାଗୁଡାରେ ବିଜେଡ଼ି ୨୧୮୭, ବିଜେପି ୭୧୫, କଂଗ୍ରେସ ୩୪୧ ଭୋଟ ପାଇଥିବା ବେଳେ ନୂଆଗଡରେ ବିଜେଡି ୨୬୩୦, ବିଜେପି ୭୦ ଓ କଂଗ୍ରେସ ୨୫୩ ଟି ଭୋଟ ଏବଂ  ଲିମିଟିପଦର ପଞ୍ଚ।ୟତରେ ବିଜେଡି ୮୫୭, ବିଜେପି ୨୮ ଓ କଂଗ୍ରେସ ପ୍ରାର୍ଥୀ  ୭୫୬ ଟି ଭୋଟ ପାଇଛନ୍ତି।

ବିଜେଡି ସଭାପତି ସୁଧୀର ଦାସ, ବିଧାୟକ ରଘୁନାଥ ଗମାଙ୍ଗ, ଉପ ସଭାପତି କୁନା ପାଣିଗ୍ରାହୀ ଯୁବନେତା ପିଙ୍କୁ ପଣ୍ଡା, ବ୍ଲକ ସଭାପତି ମଣ୍ଟୁ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମାଝୀଙ୍କ ନେତୃତ୍ୱରେ ଦଳକୁ ଏହି ନିର୍ବାଚନରେ ଐତିହାସିକ ସଫଳ ମିଳିଛି ବୋଲି କୁହାଯାଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ପଞ୍ଚମ ଜିଲ୍ଲା ପରିଷଦର ସାଧାରଣ ବୈଠକ

ରମେଶ ମହାନ୍ତି
ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜଗତସଂହପୁର ପଚଂମ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ସାଧାରଣ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକରେ ଯୋଗଦେଇ ଓଡିଶାର ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଲେ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ବହୁତ ଗୁଡିଏ ରାସ୍ତା ଖରାପ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଥିବା ରାସ୍ତା ଗୁଡିକ ଦୀର୍ଘ ଓ ପ୍ରମୁଖ ରାସ୍ତା ସହିତ ସଂଯୋଗ କରାଯିବ। ଗ୍ରାମାଚଂଳର ପ୍ରମୁଖ ରାସ୍ତା ବ୍ୟାଙ୍କ, ବିଦ୍ୟାଳୟ, ସି.ଏଚ୍‌.ସି, ପି.ଏଚ୍‌.ସି, ଯାନ୍ତ୍ରିକ ମହାବିଦ୍ୟାଳୟକୁ ସଂଯୋଗ କରାଯିବା ପାଇଁ ସାଟେଲାଇଟ୍ ମାଧ୍ୟମରେ ଜିଓ ଟ୍ୟାଗ ଚିହ୍ନିତ କରାଯାଇଛି। ଯଦି ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ତାଲିକାରେ ଅତି ଆବଶ୍ୟକ ରାସ୍ତା ସ୍ଥାନ ପାଇ ନାହିଁ, ସେହି ରାସ୍ତା ଗୁଡିକୁ ତାଲିକା ଭୁକ୍ତ କରିବା ପାଇଁ ଜିଲ୍ଲା ପରିଷଦର ସଭ୍ୟ ସଭ୍ୟାମାନେ ଆର୍‌.ଡି ଅଧିକ୍ଷଣ ଯନ୍ତ୍ରୀକୁ ପ୍ରଦାନ କରିବାକୁ ଯନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହା ଦ୍ୱାରା ସଂପୃକ୍ତ ଅଂଚଳର ଜନ ସାଧାରଣ ଉପକୃତ ହୋଇପାରିବେ। ଆମ ଲୋକଙ୍କର ସୁବିଧା ଅସୁବିଧା ଆମ ଜ୍ଞାତସାରରେ ରହିବା ଦରକାର। କେନାଲ ଓ ନଦୀବନ୍ଧ ରାସ୍ତାର ରକ୍ଷଣାବେକ୍ଷଣ ଆଉ ଜଳସଂପଦ ବିଭାଗ ଦ୍ୱାରା ହେବନାହିଁ। ନଦୀବନ୍ଧ ଓ କେନାଲ ବନ୍ଧ ରକ୍ଷଣାବେକ୍ଷଣ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତବିଭାଗ ଦ୍ୱାରା କରାଯିବ। ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କ୍ଷମତାପନ୍ନ କମିଟି ଦ୍ୱାରା ଏହି ରାସ୍ତାଗୁଡିକ ଆର୍‌.ଡି.ଓ ଆର୍‌.ଆଣ୍ଡ.ବି ବିଭାଗକୁ ହସ୍ତାନ୍ତର କରାଯିବ।

ବୈଠକରେ ଯୋଗଦେଇ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ  ପ୍ରଶାନ୍ତ କୁମାର ମୁଦୁଲି କହିଲେ ପି.ଏମ୍‌.ଜି.ଏସ୍‌.ଓାଇରେ ଯେଉଁ ରାସ୍ତା ଗୁଡିକ ଯୋଜନା ଭିତରେ ରହିଛି ତାହାର ଅନୁମୋଦନ ନିମନ୍ତେ ଏହି ବୈଠକ ଡକାଯାଇଛି। ଏହି ତାଲିକାରେ ଯେଉଁ କିଛି ରାସ୍ତା ବାକି ରହିଯାଇଛି, ବିଭାଗୀୟ ଅଧିକାରୀମାନେ ପ୍ରଧାନ ରାସ୍ତା ଗୁଡିକୁୁ ଅନ୍ତର୍ଭୁକ୍ତ କରନ୍ତୁ। ରାଜ୍ୟ ସରକାର ମଧ୍ୟ କିଛି କିଛି ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ପାହ୍ୟା ବୃଦ୍ଧି (ଅପ୍‌ଗ୍ରେଡେସନ୍‌)ପାଇଁ ଦେବେ। ଜିଲ୍ଲା ପରିଷଦ ସଭ୍ୟସଭ୍ୟା ମାନଙ୍କର ପ୍ରସ୍ତାବ ଗୁଡିକ ବିଭାଗୀୟ ଯନ୍ତ୍ରୀମାନେ ଉଚିତ୍ ରୂପେ ଦେଖିବେ। ମାର୍ଚ୍ଚମାସ ସୁଦ୍ଧା ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ।

ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଯୋଗଦେଇ କହିଲେ ବର୍ତ୍ତମାନର ସରକାର ହେଉଛି ଲୋକାଭିମୁଖ୍ୟ ସରକାର। ଗଣତନ୍ତ୍ରରେ ଲୋକ ପ୍ରତିନିଧି ମାନଙ୍କ ମତାମତ ଓ ପରାମର୍ଶ ପ୍ରଶାସନ ଗ୍ରହଣ କରିବା ଉଚିତ। ତିର୍ତୋଲର ନବ ନିର୍ବାଚିତ ବିଧାୟକ ବିଜୟ ଶଙ୍କର ଦାସ ଯୋଗଦେଇ କହିଲେ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା ମାନଙ୍କର ପ୍ରସ୍ତାବ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜରିଆରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପଠାଯିବ। ବୈଠକରେ ବ୍ଲକ ଓାରୀ ଛାଡିଯାଇଥିବା ରାସ୍ତାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ପଚାଂୟତ ସମିତି ଅଧ୍ୟକ୍ଷ ବୈଠକ ପ୍ରାରମ୍ଭରେ ଜିଲ୍ଲା ପରିଷଦ ସଭାପତିଙ୍କ ପ୍ରସ୍ତାବ କ୍ରମେ ଜିଲ୍ଲାପାଳଙ୍କ ମାତୃ ବିୟୋଗ ପାଇଁ ଗୃହରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ପରିଷଦ ଉପ-ସଭାପତି ଲିଙ୍ଗରାଜ ସ୍ୱାଇଁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ପଂଚାୟତ ସମିତି ଅଧକ୍ଷ ଅଧ୍ୟକ୍ଷା, ବି.ଡି.ଓ, ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀମାନେ ଯୋଗଦେଇଥିଲେ।