ଶାନ୍ତି ଶୃଙ୍ଖଳା ସହ ଚାଲିଛି ପଞ୍ଚାୟତ ଭୋଟ ଗ୍ରହଣ, ଦିନ ୧୧ ଟା ସୁଦ୍ଧା ୩୦ ପ୍ରତିଶତ ମତଦାନ

Published: Feb 16, 2022, 12:27 pm IST

ଭୁବନେଶ୍ବର: ଆଜି ସକାଳ ସାତଟାରୁ ରାଜ୍ୟ ବିଭିନ୍ନ ସ୍ଥାନରେ ଚାଲିଛି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ଦିନ ୧୧ଟା ସୁଦ୍ଧା ରାଜ୍ୟର ମତଦାନ ହାର ରହିଛି ୩୦ ପ୍ରତିଶତ।

ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ଭୋଟ ଗ୍ରହଣ କରାଯାଉଛି। ଏଥିରେ ୧୬୬୯ ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ୱାର୍ଡ ମେମ୍ବର ଏବଂ ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନ ହେଉଛି। ସେହିପରି ପ୍ରଥମ ପର୍ଯ୍ୟାୟରେ ୨୦୦ଟି ଜୋନରେ ଜିଲ୍ଲା ପରିଷଦ ପାଇଁ ଭୋଟ ଗ୍ରହଣ ଚାଲିଛି। ଏଥିରେ ବିଭିନ୍ନ ଦଳରୁ ମୋଟ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୬୭ ଲକ୍ଷ ୫୧ ହଜାର ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ଏଥିପାଇଁ ମୋଟ ୨୨,୩୭୯ ଟି ପୁଲିଂ ବୁଥ କରାଯାଇଛି। ସେଥି ମଧ୍ୟରୁ ୩୩୫୭ଟି ବୁଥ ଉତ୍ତେଜନା ପ୍ରବଣ ରହିଛି। ଶାନ୍ତି ଶୃଙ୍ଖଳା ପାଇଁ ୨୨୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏଥିରେ ମୋଟ ୩୭୨୪୫ ପୋଲିସ ଅଧିକାରୀ ସାମିଲ ହୋଇଛନ୍ତି।

Related posts