ଖୋର୍ଦ୍ଧା: ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଲେ ବାଦଲ କୁମାର ମହାନ୍ତି

Published: Aug 4, 2023, 9:16 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ନୂତନ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ବରିଷ୍ଠ ପ୍ରଶାସକ ଡଃ ବାଦଲ କୁମାର ମହାନ୍ତି। ଡଃ ମହାନ୍ତି ଏହା ପୁର୍ବରୁ ପଞ୍ଚାୟତରାଜ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଥିଲେ l ସେ ଭାରପ୍ରାପ୍ତ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଥିଲେ l ଆଜି କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ବିଭିନ୍ନ ଅଧିକାରୀ ଓ ଜନପ୍ରତିନିଧିମାନେ ସ୍ୱାଗତ ଜଣାଇଥିଲେ l ଡଃ ମହାନ୍ତିଙ୍କ ଉକ୍ତ ବିଭାଗରେ ବହୁ ଅଭିଜ୍ଞତା ଥିବାବେଳେ ଖୋର୍ଦ୍ଧା ପରି ଗୁରୁତ୍ୱପୂର୍ଣ ଜିଲ୍ଲାର ଉନ୍ନୟନ କାର୍ଯ୍ୟରେ ଏହା ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି l ତେବେ ଖୋର୍ଦ୍ଧା ଜିଲ୍ଲା ପାଇଁ କଣ ପ୍ରାଥମିକତା ରହିବ ବୋଲି ପଚାରିବାରୁ,ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନାଗୁଡିକର ସଠିକ ଭାବେ ଜିଲ୍ଲାର 10 ଗୋଟି ବ୍ଲକରେ କିପରି ପ୍ରଣୟନ ହୋଇପାରିବ ତାହାକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି l ସୂଚନା ଥାଉକି ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଦିଗନ୍ତ ରାଉତରାୟଙ୍କ ବଦଳି ପରେ ଉକ୍ତ ଗୁରୁତ୍ୱପୂର୍ଣ ପଦ ଖାଲି ପଡିଥିଲା l

Related posts