ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ ଉପରେ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ

Published: Feb 28, 2025, 8:42 pm IST

ରାୟଗଡା: ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ ନେଇ ରାୟଗଡା ସ୍ଥିତ ବିଜୁପଟ୍ଟନାୟ ଅଡିଟରୀୟମ ଠାରେ ଭାରତୀୟ ଜନତା ପାର୍ଟି ରାୟଗଡା ତରଫରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାୟଗଡାର ବିଭିନ୍ନ ସଂଗଠନ ସହ କେନ୍ଦ୍ର ଓ ରାଜ୍ୟ ବଜେଟ ଉପରେ ଆଲୋଚନା କରିଛନ୍ତି। କେନ୍ଦ୍ର ବଜେଟ ଦେଶ ବଦଳରେ ଲୋକଙ୍କ ପାଇଁ ଓ ଗରିବ, ଅନ୍ନଦାତା, ମହିଳା, ଯୁବଶକ୍ତିଙ୍କୁ ଅଗ୍ରାଧିକାର ଦେଇଥିବା ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି।

ଏହି ସମ୍ମିଳନୀରେ ରାଜ୍ୟ ବିଜେପି ପ୍ରବକ୍ତା ତେଜେଶ୍ୱର ପରିଡା, ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼ ରାମଚନ୍ଦ୍ର ବେହେରା, କାଳିରାମ ମାଝୀ ବସନ୍ତ ଉଲ୍ଲାକା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରଫେସର, ଚାଟାର୍ଡ଼ ଏକାଉଣ୍ଟାଣ୍ଟ, ଓକିଲ, ଶିଳ୍ପଦ୍ୟୋଗୀ, ବରିଷ୍ଠ ନାଗରିକ, ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ବଜେଟ ବିଷୟରେ ଆଲୋଚନା କରିଛନ୍ତି। ଏହିଆବସରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ରାମନାଗୁଡ଼ା ବ୍ଲକ ଚେୟାର ମେନ ରବି ଗମାଙ୍ଗ ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ତେବେ ସରକାରଙ୍କ ଚଳିତ ବର୍ଷର ଆର୍ଥିକ ବଜେଟକୁ ବୁଦ୍ଧିଜୀବୀ ମାନଙ୍କ ପାଖରେ ପହଞ୍ଚାଇବା ଲକ୍ଷରେ ଏ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜନ ହୋଇଥିବା କହିଛନ୍ତି ମନ୍ତ୍ରୀ ବିଭୁତି ଭୂଷଣ ଜେନା।

Related posts