
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ନମୋ ଆପ୍ ଓପନ୍ ଫୋରମରେ ଅନେକ ଜୀବନଯାତ୍ରାକୁ ସେୟାର କରାଯିବା ପ୍ରେରଣାଦାୟକ। ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି କି ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କିଛି ନିର୍ଦ୍ଦିଷ୍ଟ ମହିଳାଙ୍କୁ ତାଙ୍କ ଡିଜିଟାଲ ସୋସିଆଲ ମିଡିଆ ଆକାଉଣ୍ଟ ପରିଚାଳନା କରିବାକୁ ସୁଯୋଗ ମିଳିବ। ଏହିଭଳି ଆହୁରି ପ୍ରେରଣାଦାୟକ ଜୀବନଯାତ୍ରାକୁ ଅନ୍ୟମାନେ ସେୟାର କରିବାକୁ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି।
ଶ୍ରୀ ମୋଦୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି:
“ନମୋ ଆପ୍ ଓପନ୍ ଫୋରମରେ ବହୁତ ପ୍ରେରଣାଦାୟକ ଜୀବନଯାତ୍ରା ସେୟାର କରାଯାଉଥିବା ମୁଁ ଦେଖିବାକୁ ପାଉଛି। ଏହା ମଧ୍ୟରୁ କିଛି ମହିଳାଙ୍କୁ ମାର୍ଚ୍ଚ ୮ ତାରିଖରେ ମୋ ଡିଜିଟାଲ ସୋସିଆଲ ଆକାଉଣ୍ଟ ପରିଚାଳନା କରିବାର ଦାୟିତ୍ୱ ଦେବାକୁ ଚୟନ କରାଯିବ। ଏହିଭଳି ଆହୁରି ପ୍ରେରଣାଦାୟକ ଜୀବନଯାତ୍ରା ଅନ୍ୟମାନେ ସେୟାର କରିବାକୁ ଅନୁରୋଧ କରୁଛି।”