
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ମହାରାଷ୍ଟ୍ରକୁ ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ ଓ ୬ ଅଭିଯୁକ୍ତ ଅଟକ ରହିଛନ୍ତି। ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଅବକାରୀ ଗୋଇନ୍ଦା ବିଭାଗ ଉପ ଅଧୀକ୍ଷକ କୃତି କାନ୍ତ ରାଉତଙ୍କ ନେତୃତ୍ବରେ କିଛି କର୍ମଚାରୀ ଜାତୀୟ ରାଜପଥ କନିଷି ଶିହଳା ରାସ୍ତାରେ ଗୋଟିଏ ଖୋଲା ପଡ଼ିଆରେ ଚଢ଼ାଉ କରିଥିଲେ। ସେହି ସମୟରେ ମହାରାଷ୍ଟ୍ର ରେଜିଷ୍ଟ୍ରେସନ ର ଗୋଟିଏ ଇନୋଭା ଗାଡ଼ିକୁ ଗଞ୍ଜେଇ ଭର୍ତ୍ତି କରୁଥିବା ବେଳେ ଗୋଟିଏ ଆଷେଣ୍ଟ୍ କାର୍ ଓ ଆଉ ଗୋଟିଏ ବାଲେନ କାର୍ କୁ ବିଭାଗୀୟ କର୍ମଚାରୀ ମାନେ ଜବତ କରିଥିଲେ। ସେଥିରୁ ୧୬୦ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ୬ ଜଣ ଯୁବକଙ୍କୁ ଅବକାରୀ ବିଭାଗ ଅଟକ ରଖିଥିଲା।
ଉକ୍ତ ଗଞ୍ଜେଇ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରୁ ଆସୁଥିଲା। ଦୁଇଟି ବସ୍ତାରେ ଦୁଇ କିଲୋ ଲେଖାଏଁ ୮୦ ଟି ପେକେଟ୍ ରେ ପ୍ରାୟ ୧୬୦ କିଲୋ ଗଞ୍ଜେଇ ରହିଥିଲା। ଅତି ଚତୁରତାରେ ସହ ଜଣା ନପଡିବା ଭଳି ଗାଡ଼ି ଭିତରେ ଗୁପ୍ତ ପେଢିରେ ସବୁ ପେକେଟ୍ ରଖାଯାଇଥିଲା। ଅବକାରୀ ବିଭାଗ ଉକ୍ତ ଗଞ୍ଜେଇ ବେପାରୀ ମାନଙ୍କୁ ଅଟକ ରଖି ଅଧିକ ସୁଚନା ପାଇଁ ଜେରା କରୁଛନ୍ତି।