ଦୁଇ ବାଇକ ମୁହାଁମୁହିଁ ଧକ୍କା: ୩ ମୃତ, ୨ ଆହତ

Published: Mar 5, 2025, 10:35 am IST

ଭୁବନେଶ୍ଵର: ରାୟଗଡା ଜିଲ୍ଲା ମୁନିଗୁଡା ସହର ଉପକଣ୍ଠ ଇଣ୍ଡିଆନ ଗ୍ୟାସ ଗୋଦାମ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଆହତଙ୍କୁ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି। ଦ୍ରୁତ ଗତିରେ ମୁନିଗୁଡା ପଟୁ ଗୋଟିଏ ଓ ସାମନା ପଟୁ ଅନ୍ୟଏକ ବାଇକ ଇଣ୍ଡିଆନ ଗ୍ୟାସ ଗୋଦାମ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇଟି ବାଇକରେ ଥିବା ୫ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଥିଲେ।

ଆହତ ମାନୁ୍ଙ୍କୁ ପ୍ରଥମେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ୨ ଜଣଙ୍କୁ ବିଷମକଟକ ଖ୍ରୀଷ୍ଟୀଆନ୍ ହସ୍ପିଟାଲକୁ ପଠା ଯାଇଥିବା ବେଳେ ଅନ୍ୟଜଣକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଜଣଙ୍କ ମୃତ୍ୟୁ ଘଟି ମୃତ୍ୟୁସଂଖ୍ୟା ତିନିରେ ପହଂଚିଛି।

ଖବରପାଇ ଘଟଣାସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ମୃତାହତଙ୍କୁ ଡାକ୍ତରଖାନା ଆଣିବା ସହ ତଦନ୍ତ ଜାରି ରଖିଛି।

Related posts