Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଆଇଏମ୍‌ସି ଢେଙ୍କାନାଳରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ
ଆଜିର ଖବର

ଆଇଆଇଏମ୍‌ସି ଢେଙ୍କାନାଳରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ

March 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଢେଙ୍କାନାଳ
ଆଇଆଇଏମସିରେ ଓଡ଼ିଆ ପିଜି ଡିପ୍ଲୋମା ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର: ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ଠାରେ  ‘ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ’ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ବର୍ଷିକିଆ ପାଠ୍ୟକ୍ରମରେ ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ୱ ଦିଆଯିବା ସହିତ ଛାତ୍ରଛାତ୍ରୀଙ୍କୁ ସାମ୍ବାଦିକତା, ଗଣମାଧ୍ୟମ ଲିଖନ, ରିପୋର୍ଟିଂ, ସମ୍ପାଦନା, ଡିଜିଟାଲ ଯୋଗାଯୋଗ ଓ ଲୋକସମ୍ପର୍କ ଆଦି ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରାଯିବ।

ଏନେଇ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଆନନ୍ଦ ପ୍ରଧାନ କହିଛନ୍ତି, ୨୦୨୫ ମାର୍ଚ୍ଚ ୩ ତାରିଖଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଶାୟୀ ଛାତ୍ରଛାତ୍ରୀ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ମାଧ୍ୟମରେ ଏଥିପାଇଁ ଆବେଦନ କରିପାରିବେ। ଆବେଦନ ଫର୍ମ ପହଞ୍ଚିବାର ଶେଷ ତାରିଖ ହେଉଛି ଏପ୍ରିଲ ୩୦ ତାରିଖ। ପ୍ରବେଶିକା ପରୀକ୍ଷା ମେ’ ୧୮ ତାରିଖ ଦିନ ଭୁବନେଶ୍ୱର, ଢେଙ୍କାନାଳ, ବ୍ରହ୍ମପୁର, ସମ୍ବଲପୁର ଓ ବାଲେଶ୍ୱରରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି। ପ୍ରବେଶିକା ପରୀକ୍ଷାରେ ଶିକ୍ଷାର୍ଥୀଙ୍କ ଓଡ଼ିଆ ଭାଷାରେ ବ୍ୟବହାରିକ ପାରଦର୍ଶିତା, ଲିଖନ ଦକ୍ଷତା, ସାଧାରଣ ଜ୍ଞାନ ଓ ସାମ୍ବାଦିକତା ପ୍ରତି ଆଗ୍ରହ ଆଦିର ମୂଲ୍ୟାୟନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଡ. ପ୍ରଧାନ ଆହୁରି କହିଛନ୍ତି, ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ୨୫ ବର୍ଷରେ ପହଞ୍ଚିଛି। ଏହି ସମୟରେ ସଂସ୍ଥାନରୁ ଶତାଧିକ ଶିକ୍ଷାର୍ଥୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ତଥା ଦେଶ ବିଦେଶର ବିଭିନ୍ନ ଗଣମାଧ୍ୟମ ସଂସ୍ଥା, କର୍ପୋରେଟ୍ ସଂସ୍ଥା ଏବଂ ସରକାରୀ ସଂସ୍ଥାନର ବିଭିନ୍ନ ପଦପଦବୀରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଆଗାମୀ ଦିନରେ ମଧ୍ୟ ସାମ୍ବାଦିକତା ଓ ଗଣଯୋଗାଯୋଗ କ୍ଷେତ୍ରରେ ଅନେକ ନିଯୁକ୍ତି ସୁଯୋଗ ରହିବ ବୋଲି ସେ ପ୍ରକାଶ କରିଛନ୍ତି।

ଏହି ପାଠ୍ୟକ୍ରମ ପାଇଁ ମୋଟ ୩୦ଟି ଆସନ ରହିଛି। ଏଥିମଧ୍ୟରୁ ଭାରତ ସରକାରଙ୍କ ନିୟମାନୁସାରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ଆର୍ଥିକ ଅନଗ୍ରସର ବର୍ଗ, ଦିବ୍ୟାଙ୍ଗ ବର୍ଗ ପାଇଁ ଆସନ ସଂରକ୍ଷିତ ରହିଛି। ଯେଉଁ ଆଶାୟୀ ଛାତ୍ରଛାତ୍ରୀ ସ୍ନାତକ ସମାପ୍ତ କରିସାରିଥିବେ କିମ୍ବା ସ୍ନାତକ ଶେଷ ବର୍ଷରେ ଅଧ୍ୟୟନରତ ରହିଛନ୍ତି ସେମାନେ ଏହି ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିପାରିବେ।

ଆବେଦନକାରୀ ଆଇଆଇଏମ୍‌ସିର ୱେବ୍‌ସାଇଟ୍ https://iimc.gov.in/language-courses-25-26 ରୁ ନାମଲେଖା ଫର୍ମ ଡାଉନ୍‌ଲୋଡ୍ କରିପାରିବେ କିମ୍ବା ୱେବ୍‌ସାଇଟ୍‌ରେ ଦିଆଯାଇଥିବା ଗୁଗୁଲ୍ ଫର୍ମ ଲିଙ୍କ୍ https://forms.gle/ZzU1Ftf7UCe9kFr37 କୁ କ୍ଲିକ୍‍ କରି ଫର୍ମରେ ନିଜର ବିବରଣୀ ଦାଖଲ କରିପାରିବେ। ଏହାସହ ଢେଙ୍କାନାଳସ୍ଥିତ ଆଇଆଇଏମ୍‌ସି ଢେଙ୍କାନାଳ କ୍ୟାମ୍ପସ୍ କାର୍ଯ୍ୟାଳୟ, ଭୁବନେଶ୍ୱରସ୍ଥିତ ରେଳସଦନ ପଛପଟେ ଥିବା ଏନଏବିଏମ-ପ୍ରସାର ଭାରତୀ (ତୃତୀୟ ମହଲା) ଏବଂ କଟକ, ବକ୍ସି ବଜାର ଚଳଚ୍ଚିତ୍ର ଭବନରେ ଥିବା ସିବିଏଫ୍‌ସି ଆଞ୍ଚଳିକ କାର୍ଯ୍ୟାଳୟରେ ମଧ୍ୟ ଫର୍ମ  ଉପଲବ୍ଧ ହେଉଛି। ଶିକ୍ଷାର୍ଥୀମାନେ ସିଧାସଳଖ ଉପରୋକ୍ତ ସ୍ଥାନକୁ ଆସି ଫର୍ମ ନେଇପାରିବେ। ପାଠ୍ୟକ୍ରମ ସମ୍ପର୍କରେ ଯଦି କିଛି ଦ୍ୱନ୍ଦ୍ୱ ବା ପ୍ରଶ୍ନଥାଏ, ତେବେ ଶିକ୍ଷା ସଂଯୋଜକ ଜିତେନ୍ଦ୍ର ପତିଙ୍କୁ ୯୪୩୭୪୪୪୨୦୦ ମୋବାଇଲ ନମ୍ବରରେ ଯୋଗାଯୋଗ କରିପାରିବେ।

ଓଡ଼ିଆ ଢେଙ୍କାନାଳ ନାମଲେଖା ପ୍ରକ୍ରିୟା
Share. Facebook Twitter LinkedIn Email WhatsApp Copy Link

Related Posts

ଐତିହାସିକ ହୀରାକୁଦ ଡ୍ୟାମ୍ ପରିଦର୍ଶନ କଲେ ରାଜ୍ୟପାଳ

October 11, 2026

NGO ବର୍ଗରେ ‘ଗ୍ଲୋବାଲ୍ ସଷ୍ଟେନେବିଲିଟି ଆୱାର୍ଡ ୨୦୨୬’ ଜାତୀୟ ସ୍ତରରେ ISRD ସମ୍ମାନିତ

October 11, 2026

ବାରାଣସୀରେ ‘ମାଇଁ ଭାରତ’ ଯୁବ ସମ୍ମିଳନୀ: ରାଷ୍ଟ୍ର ନିର୍ମାଣ ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା

October 11, 2026

ଜାଗୋ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ଦୃଢ଼ ସଂକଳ୍ପର ପଦକ୍ଷେପ: ସୋଆ ଉପସଭାପତି

October 11, 2026
Latest News

ଐତିହାସିକ ହୀରାକୁଦ ଡ୍ୟାମ୍ ପରିଦର୍ଶନ କଲେ ରାଜ୍ୟପାଳ

October 11, 2026

ଚେନ୍ନାଇରେ ରାହୁଲ ଗାନ୍ଧୀ-ମୁଖ୍ୟମନ୍ତ୍ରୀ ବିଜୟଙ୍କ ସାକ୍ଷାତ: ନୂଆ ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା ଜୋର

October 11, 2026

ଡିସେମ୍ବର ୫ରେ ହେବ ଆଇଓଏ କାର୍ଯ୍ୟନିର୍ବାହୀ ପରିଷଦ ନିର୍ବାଚନ

October 11, 2026

NGO ବର୍ଗରେ ‘ଗ୍ଲୋବାଲ୍ ସଷ୍ଟେନେବିଲିଟି ଆୱାର୍ଡ ୨୦୨୬’ ଜାତୀୟ ସ୍ତରରେ ISRD ସମ୍ମାନିତ

October 11, 2026

ମଣିପୁରରେ ପୁଣି ହିଂସା: କାମଜୋଙ୍ଗ୍ ଓ ଉଖରୁଲରେ ଗୁଳିକାଣ୍ଡ, ୫ ମୃତ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.