
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ ଶିକିରି ଗ୍ରାମ ଛକରେ ତାରାତାରିଣୀ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରକ ର ମୁହାଁମୁହିଁ ଧକ୍କା ଫଳରେ ଛତ୍ରପୁର ଅଞ୍ଚଳରୁ ପରିବା ବୋଝେଇ ଅଟୋ ରାସ୍ତା କଡ଼କୁ ଓଲଟି ପଡିଥିଲା। ଯ’ଦ୍ଵାରା ଅଟୋରେ ବସିଥିବା ଦୁଇ ଭାଇ କ୍ଷୀରୋଦ ସାହୁ ଓ ପ୍ରସାନ୍ତ ସାହୁ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି।
ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳିଛି ଯେ ଭୋର୍ ସକାଳେ ଘନ କୁହୁଡି ଯୋଗୁଁ ଏହି ଭଳି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ସମ୍ମୁଖୀନ ଦୁଇ ଭାଇଙ୍କୁ ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପ୍ରଧମେ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଅଟୋ ଓ ଟ୍ରକ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କଛି।