Categories
ଆଞ୍ଚଳିକ

ମୋଟରସାଇକେଲ ଧକ୍କାରେ ନାବାଳକ ଗୁରୁତର, ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୁଗୁଡ଼ା ଥାନା ଅନ୍ତର୍ଗତ ପଥରବଣି ଗ୍ରାମର ରାହୁଲ ନାୟକ ନାମକ ଜଣେ ନାବାଳକ ମୋଟରସାଇକେଲ ଧକ୍କାରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି।

ଘଟଣାରୁ ପ୍ରକାଶ ଯେ, ଆହତ ରାହୁଲ ୩ୟ ଶ୍ରେଣୀର ଛାତ୍ର ଓ ସେ ଘରୁ ବାହାରି ଟିଉସନ୍ ଯିବା ସମୟରେ ଆଗ ପଟୁ ଏକ ମୋଟରସାଇକେଲ ତାକୁ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରୁ ସେ କିଛି ଦୂର ଛିଟିକି ପଡ଼ିଥିଲା। ଫଳରେ ଗୁରୁତର ଆହତ ହୋଇ ପଡ଼ିଥିଲା ବେଳେ ଅଞ୍ଚଳର ଲୋକ ମାନେ ଆମ୍ବୁଲାନ୍ସ ଯୋଗେ ତାକୁ ବୁଗୁଡ଼ା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅଟୋ ଓଲଟି ୧୩ ଗୁରୁତର, ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ମଧ୍ୟାହ୍ନରେ ବୁଗୁଡ଼ା ବ୍ଳକ ଅନ୍ତର୍ଗତ ପଙ୍କଳ ସାହି ବୁଲାଣି ଠାରେ ଏକ ଅଟୋ ଟେମ୍ପୋ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଯେଉଁଥିରେ ଚାଳକ ଆପାରାଓ ଦୋରା ସମେତ ୩ ଜଣ ଶିଶୁ, ୭ ଜଣ ମହିଳା ଓ ୨ ଜଣ ପୁରୁଷ ଗୁରୁତର ଆହତ ହୋଇଥିଲେ। ଗୁରୁତର ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଦାର କରି ଲକ୍ଷ୍ମୀ ବସ୍ ଯୋଗେ ବୁଗୁଡ଼ା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ସମସ୍ତେ ବ୍ରହ୍ମପୁର ସିଦ୍ଧାର୍ଥ ନଗର ଅଞ୍ଚଳର। ବୁଗୁଡ଼ା ବ୍ଳକ ଅନ୍ତର୍ଗତ ମଣିତାରା ପଞ୍ଚାୟତ କରଣ୍ଡାଇ ଗ୍ରାମର ଏକ ଭୋଜି କାର୍ଯ୍ୟ ସାରି ଫେରୁଥିବା ବେଳେ ଏହିଭଳି ଘଟଣା ଘଟିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଲାଞ୍ଚ ମାଗିବା ଘଟଣାରେ ୪ କର୍ମଚାରୀ ବହିଷ୍କୃତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଆସ୍କା ରୋଡ଼ ଗଙ୍ଗାଧର ନଗର ବାସିନ୍ଦା ପର୍ଶୁରାମ ସାହୁଙ୍କ ଶରୀର ଅସୁସ୍ଥ ଥିବାରୁ ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ଏମ୍ କେ ସି ଜି ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସିନିଅର ଡାକ୍ତରଙ୍କ ଆଦେଶ ଅନୁଯାୟୀ ପର୍ଶୁରାମଙ୍କୁ ଆଇସିୟୁ ବିଭାଗରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସିତ ସମୟରେ ତାଙ୍କର ମୃତ୍ୟୁ ହେଇଥିଲା।

ଏହି ପରିସ୍ଥିତିରେ ମୃତ ଦେହକୁ ଛାଡ଼ିବା ପାଇଁ ଦୁଇ ଜଣ ସହାୟକ ଏକ ହଜାର ଟଙ୍କା ଦାବି ମୁତାବକ ପୁଅ ମହେନ୍ଦ୍ର ସାହୁ ଠାରୁ ଲାଞ୍ଚ ନେଇଥିଲେ। ଏହା ପରେ ଆଉ ଦୁଇ ଜଣ ସଫେଇ କର୍ମଚାରୀ ଲାଞ୍ଚ ଦାବି କରିଥିଲେ। ଯ’ଦ୍ଵାରା ତାଙ୍କର ସମ୍ପର୍କୀୟ ବସନ୍ତ ସାହୁ ନାମକ ଜଣେ ବ୍ୟକ୍ତି ଡ଼ାକ୍ତରଖାନା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ଗ୍ରହଣ କରି ପ୍ରଶାସନ ତରଫରୁ ତତକ୍ଷଣାତ୍ ତଦନ୍ତ କରି ଦୁଇ ଜଣ ସହଯୋଗୀ କର୍ମଚାରୀ ଓ ଦୁଇ ଜଣ ସଫେଇ କର୍ମଚାରୀକୁ ବହିଷ୍କାର କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଏମ୍ କେ ସି ଜି ବଡ ଡାକ୍ତରଖାନାରେ ରେଜିଷ୍ଟ୍ରାର ଓ ଅଧିକ୍ଷକଙ୍କ ରାତି ଅଧିଆ ପରିଦର୍ଶନ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଏମ୍ କେ ସି ଜି ବଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ସୁଚିତ୍ରା ଦାସ ଓ ରେଜିଷ୍ଟ୍ରାର ସଂଗ୍ରାମ ଶେଖର ପଣ୍ଡା ମିଳିତ ଭାବେ ଡାକ୍ତରଖାନାକୁ ରାତି ଅଧିଆ ଚଢାଉ କରିଛନ୍ତି। ଉଭୟେ ଡାକ୍ତରଖାନା ପରିସର କାଜୁଆଲିଟି ବିଭାଗ, ଶିଶୁ ବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଟ୍ରାମା କେୟାର ୟୁନିଟ ଆଦି ପରିଦର୍ଶନ କରିବା ସହ ରାତିରେ କର୍ତ୍ତବ୍ୟରତ ଡାକ୍ତର, ନର୍ସ୍, ଫାର୍ମାସିଷ୍ଟ ଓ ସୁରକ୍ଷା କର୍ମୀମାନେ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତିି କି ନାହିଁ ଅନୁଧ୍ୟାନ କରିଛନ୍ତି। ଏଥି ସହିତ ରୋଗୀ ମାନଙ୍କର ସୁବିଧା ଅସୁବିଧା କଥା ପଚାରି ବୁଝିଛନ୍ତି। ଅନେକ ସ୍ଥାନରେ ମୋ ସରକାର ଫଳକ ନଥିବା ଦେଖି ତୁରନ୍ତ ଲଗାଇବା ପାଇଁ ହସ୍ପିଟାଲ୍ ପରିଚାଳକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଥାଉକି ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ସାଜିଥିବା ଏହି ଡାକ୍ତରଖାନାର ସମସ୍ୟା ବିଷୟରେ ବହୁବାର ଅଭିଯୋଗ କୁ ଭିତ୍ତି କରି ଉଭୟ ପଦାଧିକାରୀ ଅଚାନକ ପରିଦର୍ଶନ କରିବା ଅବସରରେ ଡ଼ାକ୍ତରଖାନାର କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଯାଇଛି। ଅନ୍ୟ ପକ୍ଷରେ ଏହି ଖବର ସାଧାରଣ ଲୋକଙ୍କ ପାଇଁ ଖୁସି ଓ ଆଶାର ସଂଚାର ଖେଳି ଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବ୍ରହ୍ମପୁର ବଡ ଡାକ୍ତରଖାନା ସୁପରଷ୍ପେଶାଲିଷ୍ଟ୍ କୋଠା ଅଘଟଣ, ଅନୁଧ୍ୟାନ କଲେ ମୁଖ୍ୟଯନ୍ତ୍ରୀ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଜନସାଧାରଣ ସର୍ବଦା ନିର୍ଭର କରୁଥିବା ବ୍ରହ୍ମପୁର ବଡ ଡାକ୍ତରଖାନା ଏମ୍ କେ ସି ଜି ରେ ନବନିର୍ମିତ ସୁପରଷ୍ପେଶାଲିଷ୍ଟ୍ କୋଠା ଆରମ୍ଭ ହେବା ଦିନ ଠାରୁ କିଛି ନା କିଛି ଅଘଟଣ ଘଟୁଛି। ବିଶେଷ କରି ଉକ୍ତ କୋଠାର ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ ହେଉଛି। ଯାହାଫଳରେ କେବେ ପୋଲସରା ଖସୁଛି ତ କେବେ ସିଲିଙ୍ଗ୍ ଖସି ଯାଉଥିବା କୁହାଯାଉଛି।

ଏହି ଦୁଇ ଦିନ ତଳେ ଉକ୍ତ କୋଠାର ଶଲ୍ୟ ବିଭାଗର ସିଲିଙ୍ଗ୍ ଖସି ଯାଇଥିଲା। ଏମିତି ଅନେକ ଥର ଏହି ଭଳି ଘଟଣା ପରେ ରାଜ୍ୟ ନିର୍ମାଣ ବିଭାଗ ମୁଖ୍ୟ ଯନ୍ତ୍ରୀ ଏହି ଭଳି ସମସ୍ୟା କାରଣ ବିଷୟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଅନୁଧ୍ୟାନ ଆରମ୍ଭ କରିଛନ୍ତି।