Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍‌ରେ ପାର୍କିନ୍‌ସନ୍ ସମସ୍ୟାକୁ ନେଇ ସଫଳ ମସ୍ତିଷ୍କ ଅସ୍ତ୍ରୋପଚାର: ଓଡ଼ିଶାରେ ପ୍ରଥମ
ଆଜିର ଖବର

ସମ୍‌ରେ ପାର୍କିନ୍‌ସନ୍ ସମସ୍ୟାକୁ ନେଇ ସଫଳ ମସ୍ତିଷ୍କ ଅସ୍ତ୍ରୋପଚାର: ଓଡ଼ିଶାରେ ପ୍ରଥମ

March 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସୋଆ ପରିଚାଳିତ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସ୍ନାୟୁ ଜନିତ ବ୍ୟାଧି ପାର୍କିନ୍‌ସନ୍‌ସ ଡିଜିଜ ସମସ୍ୟାରେ ଦୀର୍ଘ ବର୍ଷ ଧରି ପୀଡ଼ିତ ଥିବା ଜଣେ ୩୬ ବର୍ଷୀୟା ମହିଳାଙ୍କର ଡିପ୍ ବ୍ରେନ୍ ଷ୍ଟିମୁଲେସନ୍ (ଡିବିଏସ୍‌) ମାଧ୍ୟମରେ ସଫଳ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି।

ଏହି ଅସ୍ତ୍ରୋପଚାର ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ନିମନ୍ତେ ଗତ ମଙ୍ଗଳବାର ସମ ହସ୍ପିଟାଲ୍‌ରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ସୂଚନା ଦେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ତଥା ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର କହିଥିଲେ ଯେ ଏହି ସମସ୍ୟା ମସ୍ତିଷ୍କରେ ସଂକ୍ରମଣ ଓ ରକ୍ତପ୍ରବାହରେ ସମସ୍ୟା ଯୋଗୁଁ ଉପୁଜିଥାଏ। ଏପରିକି ପ୍ରଦୁଷଣ ମଧ୍ୟ ଏହି ରୋଗର ଅନ୍ୟ ଏକ ପ୍ରମୁଖ କାରଣ ହୋଇପାରେ। ଏହି ରୋଗରେ ହାତ ଓ ଗୋଡ ଥରିଥାଏ, ପାଟିରୁ ଲାଳ ମଧ୍ୟ ବୋହିଥାଏ। ମଣିଷ ଦୈନନ୍ଦିନ କାର୍ଯ୍ୟ କରିବାରେ ଅକ୍ଷମ ହୋଇପଡ଼େ।

ପୂର୍ବରୁ ଏହି ସମସ୍ୟାକୁ କେବଳ ଔଷଧ ମାଧ୍ୟମରେ ଚିକିତ୍ସା କରାଯାଉଥିବା ବେଳେ ଏବେ ଅସ୍ତ୍ରୋପଚାର ମାଧ୍ୟମରେ ଏହାର ଚିକିତ୍ସା କରାଯାଉଥିବା ପ୍ରଫେସର ମହାପାତ୍ର କହିଥିଲେ।
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଏହି ଡିପ୍ ବ୍ରେନ୍ ଷ୍ଟିମୁଲେସନ୍ ସର୍ଜରୀ ଓଡ଼ିଶାରେ ପ୍ରଥମ ଥର ପାଇଁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ କରାଯାଇଛି। ଅସ୍ତ୍ରୋପଚାର ପରେ ରୋଗୀ ଜଣକ ସୁସ୍ଥ ଥିବା ସେ କହିଛନ୍ତି।
ମହିଳା ଜଣକ ଦୀର୍ଘ ବର୍ଷ ଧରି ପାର୍କିନ୍‌ସନ୍‌ସ ବ୍ୟାଧିରେ ପୀଡ଼ିତ ଥିବା ବେଳେ ତାଙ୍କ ସମସ୍ୟା ଗଭୀର ହେବାକୁ ଲାଗିବାରୁ ତାଙ୍କର ମସ୍ତିଷ୍କରେ ଡିପ୍ ବ୍ରେନ୍ ଷ୍ଟିମୁଲେସନ୍ (ଡିବିଏସ୍‌) ଅସ୍ତ୍ରୋପଚାର କରାଯାଇ ତାଙ୍କ ଜୀବନ ଶୈଳୀକୁ ସରଳ କରାଯିବାର ପ୍ରଚେଷ୍ଟା କରାଯାଇଛି ବୋଲି କହିଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତଥା ସମ୍ ହସ୍ପିଟାଲ୍‌ର ନ୍ୟୁରୋ ମେଡିସିନ୍ ବିଭାଗର ପ୍ରଫେସର (ଡାକ୍ତର) ଲୁଲୁପ୍ କୁମାର ସାହୁ।

ରୋଗ ସମ୍ପର୍କରେ ଅଧିକ ସୂଚନା ଦେଇ ପାର୍କିନ୍‌ସନ୍‌ସ ଡିଜିଜ୍ ଆଣ୍ଡ ମୁଭ୍‌ମେଂଟ ଡିଜ୍‌ଅର୍ଡର ବିଶେଷଜ୍ଞ ପ୍ରଫେସର (ଡାକ୍ତର) ସାହୁ କହିଛନ୍ତି ଯେ ଏହି ସମସ୍ୟା ୪ ଓ ୫ ବର୍ଷ ରୁ ଅଧିକ ସମୟ ରହିଲେ ଔଷଧ ଆଉ କାମ କରି ନଥାଏ। ତେଣୁ ଅସ୍ତ୍ରୋପଚାର କରିବାକୁ ପଡ଼ିଥାଏ। ପ୍ରାୟତଃ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଦେଉଥିବା ବେଳେ ବର୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଏହି ସମସ୍ୟା ପରିଲକ୍ଷିତ ହେଉଛି ବୋଲି ପ୍ରଫେସର (ଡାକ୍ତର) ସାହୁ କହିଛନ୍ତି। ଯଦିଓ ଏହି ଅସ୍ତ୍ରୋପଚାର ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରି ନଥାଏ ତେବେ ଏହା ଜୀବନ ଶୈଳୀର ମାନକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ ବୋଲି ସେ କହିଥିଲେ।

ଅସ୍ତ୍ରୋପଚାର ସମ୍ପର୍କରେ ସୂଚନା ଦେଇ ସମ୍ ହସ୍ପିଟାଲ୍‌ର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୌଭାଗ୍ୟ ପାଣିଗ୍ରାହୀ କହିଥିଲେ ଯେ ଏହି ଅସ୍ତ୍ରୋପଚାର ପାଇଁ ପ୍ରାୟ ୭ ରୁ ୮ ଘଂଟା ସମୟ ଲାଗିଥାଏ। ଅସ୍ତ୍ରୋପଚାର ସମୟରେ ରୋଗୀ ଜଣକ ସଚେତନ ଥାଏ ବୋଲି ପ୍ରଫେସର (ଡାକ୍ତର) ପାଣିଗ୍ରାହୀ କହିଥିଲେ।

ମସ୍ତିଷ୍କର କୋଷିକାରେ ଡୋପାମାଇନ୍ ଉତ୍ପାଦନର ମାତ୍ରା କମିଗଲେ ଏହି ସମସ୍ୟା ଦେଖାଯାଏ ବୋଲି ସେ କହିଛନ୍ତି। ଏହି ସମସ୍ୟାରେ ମଣିଷ ଚାଲିପାରି ନଥାଏ, ଲେଖି ପାରି ନଥାଏ, ହାତ ଏବଂ ଗୋଡ ଥରିଥାଏ ଓ ସ୍ୱର କ୍ଷୀଣ ହୋଇଯାଇଥାଏ ବୋଲି ସେ କହିଥିଲେ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନ୍ୟୁରୋଲଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଶ୍ରୀକାନ୍ତ କୁମାର ସାହୁ ଏବଂ ନ୍ୟୁରୋ ସର୍ଜରୀ ବିଭାଗର ପ୍ରଫେସର (ଡାକ୍ତର) ରାମ ଚନ୍ଦ୍ର ଦେଓ ଉପସ୍ଥିତ ଥିଲେ।

ଓଡ଼ିଶାରେ ପ୍ରଥମ ପାର୍କିନ୍ସନ୍ ସମସ୍ୟା ମସ୍ତିଷ୍କ ଅସ୍ତ୍ରୋପଚାର
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026

ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି

June 27, 2026
Latest News

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026

ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି

June 27, 2026

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.