Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁନ୍ଦରଗଡ଼ ଜିଲ୍ଲାର ଚାରିଟି ସହରରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ: ଘରେ ଘରେ ମିଳୁଛି ବିଶୁଦ୍ଧ ପିଇବା ପାଣି
ଆଜିର ଖବର

ସୁନ୍ଦରଗଡ଼ ଜିଲ୍ଲାର ଚାରିଟି ସହରରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ: ଘରେ ଘରେ ମିଳୁଛି ବିଶୁଦ୍ଧ ପିଇବା ପାଣି

March 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାଉରକେଲା: ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତା ରହିଛି। ତେଣୁ ଗାଁ ଓ ସହରରେ ଲୋକଙ୍କ ଘରେ ଘରେ ପାଇପ୍ ଯୋଗେ ବିଶୁଦ୍ଧ ପିଇବା ପାଣି ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଫଳରେ ଆଦିବାସୀ ବହୁଳ ତଥା ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାର ଲୋକମାନେ ବିଶେଷ ଉପକୃତ ହେଉଛନ୍ତି।

ରାଜ୍ୟର ବିଭିନ୍ନ ସହରାଞ୍ଚଳ ବାସିନ୍ଦାଙ୍କ ସୁବିଧା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଳସାଥୀ ଓ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ ଲାଗୁ କରାଯାଇଛି। ଏହା ଅଧୀନରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁପରିଚାଳନା କରାଯାଉଛି। ଫଳରେ ଜଳର ମାନ ପରୀକ୍ଷା ସୁନିଶ୍ଚିତ ହେବା ସହ ଲୋକମାନେ ୨୪ ଘଣ୍ଟା ଦୁଆର ମୁହଁରେ ବିଶୁଦ୍ଧ ପାଣି ପାଉଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ଚାରିଟି ସହର – ରାଜଗାଙ୍ଗପୁର, ବୀରମିତ୍ରପୁର ଓ ସୁନ୍ଦରଗଡ଼ ପୌରପାଳିକା ସହିତ ରାଉରକେଲା ମହାନଗରରେ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ମିଶନ ଅଧୀନରେ ଲୋକଙ୍କ ସୁବିଧା ପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଇଛି। ଏହାର ପରିଚାଳନା ଦାୟିତ୍ୱରେ ୱାଟକୋ ରହିଛି। ଏହାଦ୍ୱାରା ୩୨ ହଜାରରୁ ଅଧିକ ପରିବାର ଉପକୃତ ହେଉଛନ୍ତି। ଏହି ପ୍ରକଳ୍ପ ପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ଆର୍ଥିକ ସହାୟତା ଯୋଗାଇ ଦେଉଛି।

‘ଡ୍ରିଙ୍କ ଫ୍ରମ ଟ୍ୟାପ’ ପ୍ରକଳ୍ପ ହେବା ଫଳରେ ରାଉରକେଲା ସହରର ୧୧ ହଜାର ପରିବାର ଉପକୃତ ହେଉଛନ୍ତି। ସେହିପରି ରାଜଗାଙ୍ଗପୁର, ବୀରମିତ୍ରପୁର ଓ ସୁନ୍ଦରଗଡ଼ ପୌରପାଳିକାରେ ୨୧ ହଜାର ପରିବାର ଟ୍ୟାପ ଯୋଗେ ପାନୀୟ ଜଳ ପାଉଛନ୍ତି।

ଓଡ଼ିଶାର ବିଭିନ୍ନ ସହରାଞ୍ଚଳରେ ଲୋକଙ୍କ ଦୁଆର ମୁହଁରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଏକ ଆହ୍ୱାନ ଥିଲା। ବିଶେଷକରି, ଖଣି ପ୍ରଭାବିତ ଅଞ୍ଚଳରେ ଭୂତଳ ଜଳରେ ଖଣିଜ ଲବଣ ଅଂଶ ରହିଥିବାରୁ ତାହା ଅନେକ ସମୟରେ ପିଇବା ଉପଯୋଗୀ ହେଉ ନଥିଲା। ତେଣୁ ଏହି ପ୍ରକଳ୍ପ ସ୍ଥାପନ ହେବା ଫଳରେ ଲୋକମାନେ ସୁବିଧାରେ ପାନୀୟ ଜଳ ପାଇପାରୁଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ଦେଇ ପ୍ରବାହିତ ବିଭିନ୍ନ ନଦୀରୁ ଇନଟେକ୍ ୱେଲ ମାଧ୍ୟମରେ ପାଣି ଉଠାଯାଉଛି। ରାଉରକେଲା ସହର ପାଇଁ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ପାଣି ଉଠାଯାଇ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ ଅଧୀନରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାରକରି ଏହାକୁ ବିଶୋଧନ କରାଯାଉଛି। ପରେ ଘରକୁ ଘର ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଫଳରେ ଲୋକମାନେ ଟ୍ୟାପରୁ ସିଧାସଳଖ ପାଣି ପିଇବା ସହ ଏହାକୁ ଘରୋଇ କାମରେ ବ୍ୟବହାର କରିପାରୁଛନ୍ତି।

‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ ଅଧୀନରେ ଘରେ ଘରେ ପହଞ୍ଚୁଥିବା ପାଣିର ମାନ ଜାଣିବା ପାଇଁ ମିଟର ଲଗାଯାଇଛି। ଏଥିଲାଗି ପ୍ରଶାସନ ପକ୍ଷରୁ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ‘ଜଳସାଥୀ’ ଭାବେ ନିୟୋଜିତ କରାଯାଇଛି। ସେମାନେ ଘରକୁ ଘର ବୁଲି ମିଟର ରିଡିଂ ଓ ପାଣି ବିଲ୍ ଆଦାୟ କରିବା ସହ ଜଳର ମାନ ପରୀକ୍ଷା କରୁଛନ୍ତି। ଏହାଫଳରେ ସହାରାଞ୍ଚଳ ଲୋକଙ୍କ ପାଣି ସମସ୍ୟା ଦୂର ହେବା ସହିତ ଏସଏଚଜି ସଦସ୍ୟା ଜୀବିକା ପାଉଛନ୍ତି।

ଏହି ପ୍ରକଳ୍ପ ହେବା ଦ୍ୱାରା ପ୍ରତି ଘରକୁ ଟ୍ୟାପ୍ ସଂଯୋଗ କରାଯାଇଛି। ଫଳରେ ଆଗରୁ ହେଉଥିବା ଜଳ ଅପଚୟକୁ ଏବେ ନିୟନ୍ତ୍ରଣ କରାଯାଇପାରୁଛି। ତା’ସହ ବିଭିନ୍ନ ଜଳବାହିତ ରୋଗ ନିୟନ୍ତ୍ରଣ କରିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେଉଛି। ସେହିପରି ସୁନ୍ଦରଗଡ଼ ଭଳି ୪ଟି ଖଣି ପ୍ରଭାବିତ ଜିଲ୍ଲାର ୧୪ଟି ସହରରେ ଓମ୍ବାଡସି ପାଣ୍ଠି ବିନିଯୋଗରେ ପ୍ରକଳ୍ପ କରାଯାଉଛି।

ଓମ୍ବାଡସି ବୀରମିତ୍ରପୁର ରାଉରକେଲା ରାଜଗାଙ୍ଗପୁର ସୁନ୍ଦରଗଡ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.