Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଡ଼କ ସୁରକ୍ଷା ଉପରେ ପରିବହନ ମନ୍ତ୍ରୀଙ୍କ ଗୁରୁତ୍ୱ: ନିୟମିତ ଚେକିଂ ସହ ହେବ ଜୋରିମାନା ଆଦାୟ 
ଆଜିର ଖବର

ସଡ଼କ ସୁରକ୍ଷା ଉପରେ ପରିବହନ ମନ୍ତ୍ରୀଙ୍କ ଗୁରୁତ୍ୱ: ନିୟମିତ ଚେକିଂ ସହ ହେବ ଜୋରିମାନା ଆଦାୟ 

March 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସାରା ଦେଶରେ ଏବେ ରାସ୍ତା ଦୁର୍ଘଟଣା  ବଢ଼ିବା ସହ ଏଥି ଜନିତ ମୃତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି। ଦ୍ରୁତ ଗତିରେ ଗାଡି ଚାଳନା, ମଦ୍ୟପାନ, ବିନା ହେଲମେଟ ରେ ଗାଡି ଚଳାଇବା ଏବଂ ସଚେତନତା ଅଭାବ ଯୋଗୁଁ ବାରମ୍ବାର ଦୁର୍ଘଟଣା ହେବା ସହ  ଧନଜୀବନ ହାନି ଘଟୁଛି। ତେଣୁ ରାସ୍ତା ଦୁର୍ଘଟଣାର ସବୁ କାରଣକୁ ଖୋଜିବା ସହ ଏହାର ନିରାକରଣ ଏବଂ ସଚେତନତା ସୃଷ୍ଟି କରି ଦୁର୍ଘଟଣା ହାରକୁ କମ କରିବାକୁ ପଡିବ ବୋଲି ଇସ୍ପାତ ଓ ଖଣି ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତିଭୁଷଣ ଜେନା ମତବ୍ୟକ୍ତ କରିଛନ୍ତି।

ଲୋକସେବା ଭବନ ସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଡ଼କ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବା ସହ ମନ୍ତ୍ରୀ ଶ୍ରୀ ଜେନା ଯୋଗ ଦେଇଥିବା ଅଂଶୀଦାର ମାନଙ୍କ ଠାରୁ ସଡ଼କ ସୁରକ୍ଷା  ସଂପର୍କିତ ବିଭିନ୍ନ ବିଷୟକୁ ଅନୁଧ୍ୟାନ କରିବା  ସହ ସମସ୍ତଙ୍କ  ମଧ୍ୟରେ ସଚେତନତା ସୃଷ୍ଟି ସହ କଡ଼ା ଦଣ୍ଡ ବିଧାନ ଓ ଜୋରିମାନା ଆଦାୟ କଡାକଡି  କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକଟି ଜୀବନ ଆମ ପାଇଁ ମୁଲ୍ୟବାନ ହୋଇଥିବାରୁ  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କଥା ଅନୁଯାଇ ସୁରକ୍ଷିତ ଘର ବାହୁଡା ଲାଗି ଆମ ସମସ୍ତଙ୍କୁ ଉଦ୍ୟମ  କରିବାକୁ ପଡିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଲେ ଯେ, ବିନା ହେଲମେଟରେ ଗାଡି ଚାଳନା ଏବଂ ଓଭର ସ୍ପିଡ ଯୋଗୁଁ ଦୁର୍ଘଟଣା ବଢ଼ିବାରେ ଲାଗିଛି। ତେଣୁ  ସିସିଟିଭି ନେଟୱାର୍କ ବ୍ୟବସ୍ଥାର ସୁଦୃଢ଼ୀକରଣ ସହ ବେଆଇନ ପାର୍କିଂ ହଟାଇବା ଏବଂ ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ଉପରେ  ନିଜର ମତ ରଖିଥିଲେ।

ସେହିଭଳି ଉନ୍ନୟନ କମିଶନର ଅନୁ ଗର୍ଗ ଯୋଗଦେଇ କହିଥିଲେ ଯେ ବ୍ଲାକ ସ୍ପଟ ଚିହ୍ନଟ ସହ ୧୮ ବର୍ଷର କମ ବୟସର ପିଲାଙ୍କୁ  ଗାଡିଚାଳନାରୁ କ୍ଷାନ୍ତ କରିବା, ଗ୍ରାମାଞ୍ଚଳରେ ସଡ଼କ  ସଚେତନତା ସୃଷ୍ଟି  ଓ ରୋଡ଼ ସେଫଟି ପଲିସି ଉପରେ ନିଜର ମତ ରଖିଥିଲେ।
ଏହି ବୈଠକରେ  ଦେଶ ଓ ରାଜ୍ୟରେ ସଡ଼କ ଦୁର୍ଘଟଣାର ସ୍ଥିତି, ଦୁର୍ଘଟଣାର କାରଣ ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ, ଖରାପ ଥିବା ରାସ୍ତାର ମରାମତି, ମଦ୍ୟପାନ କରି ଗାଡି  ଚାଳନାକୁ ରୋକିବା, ସିସି ଟିଭି ନେଟୱାର୍କ, ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଦୁର୍ଘଟଣାକୁ କମ କରିବା ଦିଗରେ ନିଆଯିବାକୁ ଥିବା  ପଦକ୍ଷେପ  ବିଷୟରେ ଆଲୋଚନା ହୋଇଥିଲା।

୨୦୨୪ ରେ ଖୋର୍ଦ୍ଧା , ସୁନ୍ଦରଗଡ଼, କଟକ, ଗଞ୍ଜାମ ଏବଂ କେଉଁଝର ଜିଲ୍ଲାରେ ଅଧିକ ଦୁର୍ଘଟଣା ହୋଇଥିବା ରେକଡ ହୋଇଥିବା ବେଳେ ବିଭିନ୍ନ   ବିଦ୍ୟାଳୟ, ହସ୍ପିଟାଲ,  ମନ୍ଦିର ତଥା ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନରେ ଦୁର୍ଘଟଣାକୁ ରୋକିବା ପାଇଁ ପ୍ରତିହତ ବ୍ୟବସ୍ଥା ଗ୍ରହଣ କରିବାକୁ ବୈଠକରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁଲିସ ଡିଜି  ୱାଇବି ଖୁରାନିଆ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଊଷା ପାଢ଼ୀ, ଓଏସଆରଟିସି ସିଏମଡି, ଦିପ୍ତେଶ ପଟ୍ଟନାୟକ, ପରିବହନ  କମିଶନର ଅମିତାଭ ଠାକୁର, ଅତିରିକ୍ତ ପୁଲିସ କମିଶନର ନରସିଂହ ଭୋଳ,ଜାତୀୟ ରାଜପଥ ପ୍ରାଧିକରଣ କତ୍ତୃପକ୍ଷଙ୍କ  ସମେତ ବିଭିନ୍ନ  ବିଭାଗୀୟ ଅଧିକାରୀ ଏବଂ ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ବିଭିନ୍ନ ସଦସ୍ୟମାନେ ଯୋଗ ଦେଇଥିଲେ।

ଜୋରିମାନା ଆଦାୟ ସଡକ ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.