Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଜେଟ୍ ସଂଖ୍ୟାର ଚିତ୍ର ନୁହଁ, ଏକ ସରକାରର ବିକାଶ ଆଭିମୁଖ୍ୟକୁ ସୂଚାଇଥାଏ: ଆଇନମନ୍ତ୍ରୀ ପୃଥୀରାଜ
ଆଜିର ଖବର

ବଜେଟ୍ ସଂଖ୍ୟାର ଚିତ୍ର ନୁହଁ, ଏକ ସରକାରର ବିକାଶ ଆଭିମୁଖ୍ୟକୁ ସୂଚାଇଥାଏ: ଆଇନମନ୍ତ୍ରୀ ପୃଥୀରାଜ

March 7, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରାଜ୍ୟର ସବୁଠାରୁ ବଡ଼ ଜିଲ୍ଲା। ଅତୀତରେ କଂଗ୍ରେସ ଓ ବିଜେଡିର ଗଡ଼ ଥିବା ଏହି ଜିଲ୍ଲା ଚଳିତ ନିର୍ବାଚନରେ ବିଜେପିକୁ ୧୧ଟି ବିଧାୟକ ଦେଇ ଏକ ମାଇଲଖୁଣ୍ଟ ଭାବେ ଛିଡ଼ା ହୋଇଛି ବୋଲି ରାଜ୍ୟ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି।

ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ସଂଧ୍ୟାରେ ସ୍ଥାନୀୟ ଗଞ୍ଜାମ କଳାପରିଷଦ ଠାରେ ଦଳ ପକ୍ଷରୁ ଅନୁଷ୍ଠିତ ବୁଦ୍ଧିଜୀବୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀହରିଚନ୍ଦନ ଚଳିତ ବଜେଟ୍‌କୁ ସମସ୍ତେ ଜାଣିବା ସହ ଲୋକଙ୍କୁ ସଚେତନ କରାଇବା ଆମ ସରକାରର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ। ବଜେଟ୍ କେବଳ ଏକ ସଂଖ୍ୟାର ଚିତ୍ର ନୁହଁ, ଏହା ସରକାରଙ୍କ ବିକାଶର ଆଭିମୁଖ୍ୟକୁ ସୂଚାଇ ଥାଏ। ସରକାର କ’ଣ କରିଛନ୍ତି, କ’ଣ କରିବାକୁ ଯାଉଛନ୍ତି, ଚିନ୍ତାଧାରା, ଅଙ୍ଗୀକାରବଦ୍ଧତା ଓ ଭବିଷ୍ୟତ ଯୋଜନାର ଦୃଶ୍ୟ ବଜେଟ୍‌ରେ ପ୍ରତିଫଳନ ହେଉଛି। ଦୁଇଟି ଶବ୍ଦରେ କହିଲେ ଚଳିତ ବଜେଟ୍‌ଟି ବିକଶିତ ଭାରତ ଓ ବିକଶିତ ଓଡ଼ିଶାକୁ ଲକ୍ଷ୍ୟ ରଖାଯାଇଛି। ଗଞ୍ଜାମ ଜିଲ୍ଲାର ଅବଦାନ ପାଇଁ ମୋହନ ମାଝୀଙ୍କ ସରକାର ନିଜ ଗୋଡ଼ରେ ଛିଡ଼ା ହୋଇଛି ବୋଲି ମନ୍ତ୍ରୀ ଶ୍ରୀହରିଚନ୍ଦନ ମତବ୍ୟକ୍ତ କରିଥିଲେ।

ଗଂଜାମ ଜିଲ୍ଲା ବିଜେପି ସଭାପତି ସରୋଜ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବରିଷ୍ଠ ନେତା କାହ୍ନୁ ଚରଣ ପତି ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ଆଇନଜୀବୀ, ଡାକ୍ତର, ଅଧ୍ୟାପକ, ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ସମେତ ଦଳର ସମସ୍ତ ବର୍ଗର ନେତା ଓ କର୍ମୀ ଉପସ୍ଥିତ ଥିଲେ।

କଂଗ୍ରେସ ଗଞ୍ଜାମ ଜିଲ୍ଲା ପୃଥୀରାଜ ହରିଚନ୍ଦନ ବଜେଟ୍ ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ସପ୍ତାହରେ ତିନି ଦିନ ଚାଲିବ ଉଧନା–ବ୍ରହ୍ମପୁର–ଉଧନା ଅମୃତ ଭାରତ ଏକ୍ସପ୍ରେସ୍‌

November 17, 2025

ପୂର୍ବତଟ ରେଳପଥରେ ୪୭ତମ ସର୍ବଭାରତୀୟ ରେଲୱେ ବ୍ରିଜ୍ ଚାମ୍ପିଅନସିପ୍ ଉଦଘାଟିତ

November 17, 2025

୨୦୨୬ ଆଇପିଏଲର ମିନି- ନିଲାମ କେବେ ଏବଂ କେଉଁଠି ଅନୁଷ୍ଠିତ ହେବ?: ଜାଣନ୍ତୁ ସମସ୍ତ ବିବରଣୀ

November 17, 2025

ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ ହେବ କି?: ଦେଖନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ସମ୍ଭାବ୍ୟ ODI ଦଳ 

November 17, 2025
Latest News

ଏବେ ସପ୍ତାହରେ ତିନି ଦିନ ଚାଲିବ ଉଧନା–ବ୍ରହ୍ମପୁର–ଉଧନା ଅମୃତ ଭାରତ ଏକ୍ସପ୍ରେସ୍‌

November 17, 2025

ପୂର୍ବତଟ ରେଳପଥରେ ୪୭ତମ ସର୍ବଭାରତୀୟ ରେଲୱେ ବ୍ରିଜ୍ ଚାମ୍ପିଅନସିପ୍ ଉଦଘାଟିତ

November 17, 2025

ଅନାଥ ଆଶ୍ରମରେ ‘ଉତ୍ତର ମୂଖୀ ଫାଉଣ୍ଡେସନ’ ର ସମାଜସେବା ଉଦ୍ୟମ

November 17, 2025

୨୦୨୬ ଆଇପିଏଲର ମିନି- ନିଲାମ କେବେ ଏବଂ କେଉଁଠି ଅନୁଷ୍ଠିତ ହେବ?: ଜାଣନ୍ତୁ ସମସ୍ତ ବିବରଣୀ

November 17, 2025

ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ ହେବ କି?: ଦେଖନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ସମ୍ଭାବ୍ୟ ODI ଦଳ 

November 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.