Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ୟୁଥ୍ କନକ୍ଲେଭ’: ‘‘ନାରୀମାନଙ୍କୁ ଉଚିତ ସୁଯୋଗ, ସମ୍ମାନ ଓ ସମାନତା ପ୍ରଦାନ ଉପରେ ଗୁରୁତ୍ୱ’’
ଆଜିର ଖବର

‘ୟୁଥ୍ କନକ୍ଲେଭ’: ‘‘ନାରୀମାନଙ୍କୁ ଉଚିତ ସୁଯୋଗ, ସମ୍ମାନ ଓ ସମାନତା ପ୍ରଦାନ ଉପରେ ଗୁରୁତ୍ୱ’’

March 9, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନାରୀ ହେଉଛନ୍ତି ଆମ ସମାଜର ଶକ୍ତି। ତେଣୁ ସେମାନଙ୍କୁ ଉଚିତ ସୁଯୋଗ ଓ ସମ୍ମାନ ଦେବା ସହ ସେମାନଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସମାନତା ସୃଷ୍ଟି କରିବା ଗୁରୁତ୍ୱପୂର୍ଣ୍ଣ। ଏ ଦିଗରେ ଆଜି ସମାଜରେ ଯେଉଁସବୁ ଆହ୍ୱାନ ଓ ପ୍ରତିବନ୍ଧକ ରହିଛି ତାକୁ ଆମେ ସମସ୍ତେ ମିଳିମିଶି ଦୂର କରିବା ଆବଶ୍ୟକ ବୋଲି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ଯୁବ ସମ୍ମିଳନୀରେ ମତ ପ୍ରକାଶ ପାଇଛି।

ମାର୍ଚ୍ଚ ୮, ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏନଏଚଆରଡି ନେଟୱର୍କ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ନେଟୱର୍କ ସହ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ବିଶେଷ କାର୍ଯ୍ୟକ୍ରମ ହୋଇଥିଲା। ବିଶ୍ୱବିଦ୍ୟାଳୟର ଆଇକ୍ୟୁଏସି ଏବଂ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସହଭାଗିତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ୍) ଇକୋସିଷ୍ଟମ ପାର୍ଟନର୍ ଭାବେ ଯୋଡ଼ି ହୋଇଥିଲା।

ଏହି ମେଗା ‘ୟୁଥ୍ କନକ୍ଲେଭ’ରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ୮୦୦ରୁ ଅଧିକ ଛାତ୍ରୀଙ୍କ ସମେତ ଅତିଥି, ଯୁବ ଉଦ୍ୟୋଗୀ ଏବଂ କର୍ପୋରେଟ୍ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଏତେ ସଂଖ୍ୟାରେ ମହିଳାଙ୍କ ଉପସ୍ଥିତିରେ ଚଳିତବର୍ଷ ମହିଳା ଦିବସର ଥିମ ‘ଆକ୍ସିଲିରେଟ୍ ଆକ୍ସନ’କୁ ନେଇ ଏକ ସଂକଳ୍ପ ଘୋଷଣା କରାଯାଇଥିଲା।

‘‘ନାରୀ ହେଉଛି ସମୃଦ୍ଧିର ବାର୍ତ୍ତାବହ। ସେମାନେ ସଶକ୍ତ ହେଲେ ହିଁ ରାଜ୍ୟ ତଥା ଦେଶର ବିକାଶ ହୋଇପାରିବ। ତେଣୁ ପରିବାର ହେଉ ବା ସମାଜ, ସବୁଠି ମହିଳାମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ନାରୀଙ୍କୁ ସବୁ କ୍ଷେତ୍ରରେ ଉଚିତ ସୁଯୋଗ ଓ ସମ୍ମାନ ମିଳିଲେ ସେମାନେ ଏକ ପୂର୍ଣ୍ଣ ବିକଶିତ ଦେଶ ଗଠନରେ ସହାୟକ ହେବେ,’’ କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ଯୋଗଦେଇ କହିଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଚଣ୍ଡୀ ଚରଣ ରଥ।

ଏହି ଅଧିବେଶନରେ ଓଡ଼ିଶାଲାଇଭର ନିର୍ଦ୍ଦେଶିକା ତଥା ସ୍ୱାସ୍ଥ୍ୟପ୍ଲସ୍ ନେଟୱର୍କର ସହ-ପ୍ରତିଷ୍ଠାତା ପ୍ରଣତି ପରିଡ଼ା ସ୍ୱାଗତ ଭାଷଣ ଦେଇଥିଲେ। ସେହିପରି ବିଶ୍ୱବିଦ୍ୟାଳୟର ଆଇକ୍ୟୁଏସିର ନିର୍ଦ୍ଦେଶିକା ପ୍ରଫେସର ଶିଖା ସିଂ କହିଥିଲେ ଯେ, ନାରୀମାନଙ୍କ ଭିତରେ ଯେଉଁ ଅନନ୍ୟ ପ୍ରତିଭା ରହିଛି ତାହାକୁ ପୂର୍ଣ୍ଣ ପରିସ୍ଫୁଟନ କରିବାର ସମୟ ଆସିଛି।

‘‘ମହିଳାମାନେ ଆଜି ବିଭିନ୍ନ କ୍ଷେତ୍ରରେ ନିଜ ନିଜର ଦକ୍ଷତା ଓ ପାରଦର୍ଶିତା ଦେଖାଉଛନ୍ତି। ବିଶେଷକରି ଶିଳ୍ପ ଓ ଉଦ୍ୟୋଗ କ୍ଷେତ୍ରକୁ କିପରି ଅଧିକରୁ ଅଧିକ ମହିଳା ଆସିପାରିବେ ତାହା ବର୍ତ୍ତମାନ ସମୟରେ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସେମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି। ଏଭଳି କାର୍ଯ୍ୟକ୍ରମ ସେମାନଙ୍କୁ ନିଶ୍ଚୟ ପ୍ରେରଣା ଦେବ,‘‘ କହିଛନ୍ତି ଏନଏଚଆରଡି ନେଟୱର୍କ ଭୁବନେଶ୍ୱର ଶାଖାର ସଭାନେତ୍ରୀ ବବି ପଟ୍ଟନାୟକ।

ଏହି ‘ୟୁଥ୍ କନକ୍ଲେଭ’ ଅବସରରେ ‘ଉଦ୍ୟୋଗ ବିକାଶ କ୍ଷେତ୍ରରେ ମହିଳାଙ୍କ ଭୂମିକା’ ଉପରେ ଏକ ବିଶେଷ ଅଧିବେଶନ ହୋଇଥିଲା। ଏଥିରେ ଇନଫୋସିସର ଉପସଭାପତି ତଥା ସିନିୟର ଗ୍ରୁପ ମ୍ୟାନେଜର ରଶ୍ମି ବିଶ୍ୱକର୍ମା, କୋଜେଣ୍ଟସ୍ ଟେକ୍ନୋଲୋଜିସର ସହପ୍ରତିଷ୍ଠାତା ତଥା ଚିଫ୍ ଗ୍ରୋଥ ଅଫିସର ରୋଜାଲିନ ମହାନ୍ତି, ଅରାସିଓରର ସହପ୍ରତିଷ୍ଠାତା ତଥା ସିଇଓ ଆକାଂକ୍ଷା ପ୍ରିୟଦର୍ଶିନୀ ଯୋଗ ଦେଇଥିଲେ। ଭୁବନେଶ୍ୱର ରିଜିଓନାଲ କଲେଜ ଅଫ୍ ମ୍ୟାନେଜମେଣ୍ଟର ଉପନିର୍ଦ୍ଦେଶିକା ତଥା ଏନଏଚଆରଡିର କାର୍ଯ୍ୟନିର୍ବାହୀ ସଦସ୍ୟା ପ୍ରଫେସର ଶ୍ରଦ୍ଧାଞ୍ଜଳି ପାଢ଼ୀ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଜେଣ୍ଡର ଷ୍ଟଡିଜ୍ ବିଭାଗର ପ୍ରଫେସର ଜ୍ୟୋତିର୍ମୟୀ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ।

ସେହିପରି ‘ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ’ ବିଷୟରେ ଆଉ ଏକ ଅଧିବେଶନ ହୋଇଥିଲା। ଏଥିରେ ବିଶିଷ୍ଟ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶିବ ପ୍ରସାଦ ଚକ୍ରବର୍ତ୍ତିଙ୍କ ସହ ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ପ୍ରଫେସର ସସ୍ମିତା ମହାନ୍ତି ଯୋଗଦେଇ ମାନସିକ ସ୍ୱାସ୍ଥ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟପ୍ଲସର କଣ୍ଟେଣ୍ଟ ଆସୋସିଏଟ୍ ପ୍ରିୟଙ୍କା ସୁଚରିତା ଅଧିବେଶନ ସଂଚାଳନ କରିଥିଲେ।

ଏହି ଅବସରରେ ଓଡ଼ିଶାଲାଇଭ୍ ଓ ଏନଏଚଆରଡି ନେଟୱର୍କ ମିଳିତ ଆନୁକୂଲ୍ୟରେ ’ଏମପାୱରିଂ ଓମେନ, ଫୋଷ୍ଟରିଂ ଅନ୍ତ୍ରପ୍ରିନ୍ୟୁରସିପ୍’ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଅତିଥିମାନେ ଏହାର ଲୋଗୋ ଉନ୍ମୋଚନ କରିଥିଲେ। ଏଥିରେ ଓଡ଼ିଶାଲାଇଭର ସିଇଓ ନୀଳାମ୍ବର ରଥ, ନିର୍ଦ୍ଦେଶକ ଭବାନୀ ପ୍ରସାଦ ମହାନ୍ତି ଏବଂ ଏନଏଚଆରଡି ନେଟୱର୍କ, ଭୁବନେଶ୍ୱର ଶାଖାର ସମ୍ପାଦିକା ପଦ୍ମାଳୟା ମାନ୍ଧାତା ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡକ୍ଟର ଅମ୍ବିକା ଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ବିଶ୍ୱାଳ, ନରସିଂହ ମାଝୀ, ଆହନା ମାନସାଇଙ୍କ ସମେତ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପିକା ଅଧ୍ୟାପକ, କର୍ମକର୍ତ୍ତା ଏବଂ ଛାତ୍ରୀମାନେ ଯୋଗ ଦେଇଥିଲେ। ଆୟୋଜକ ଅନୁଷ୍ଠାନ ପକ୍ଷରୁ ଶୁଭଶ୍ରୀ ନାୟକ ଏବଂ ସ୍ମୃତିରେଖା ବାରିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୟୁଜିସି ନେଟ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଚାରି ଜଣ ପୂର୍ବତନ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୟୁସିସିଆଇଏଲ୍ ଲେଡିଜ ଫୋରମ ପକ୍ଷରୁ ସେମାନଙ୍କୁ ସ୍ୱତନ୍ତ୍ର ଉପହାର ଦିଆଯାଇଥିଲା।

ଚଳିତବର୍ଷ ଅନ୍ତର୍ଜାତୀୟ ମହିଳା ଦିବସର ଥିମ୍ ରହିଛି ‘ଆକ୍ସେଲିରେଟ୍ ଆକ୍ସନ’। ଅର୍ଥାତ, ନାରୀ ସଶକ୍ତିକରଣ ପାଇଁ ଆବଶ୍ୟକ ପ୍ରତ୍ୟେକ ପଦକ୍ଷେପକୁ ଆମେ ମିଳିତ ଭାବେ କିପରି ଆହୁରି ତ୍ୱରାନ୍ୱିତ କରିବା। ତେଣୁ ପରିବାର ସ୍ତରରୁ କର୍ମକ୍ଷେତ୍ର ଏବଂ ସମାଜର ପ୍ରତ୍ୟେକ ପାହାଚରେ ସେମାନଙ୍କ ପାଇଁ କିପରି ସମାନତା ସୃଷ୍ଟି କରାଯାଇ ପାରିବ ତା’ ଉପରେ ଏହି ୟୁଥ୍ କନକ୍ଲେଭ ଅବସରରେ ଗୁରୁତ୍ୱ ଦିଆଯାଇଥିଲା।

ଅନ୍ତର୍ଜାତୀୟ ମହିଳା ଦିବସ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା କାର୍ଯ୍ୟ ପାଇଁ ଟ୍ରେନ ସେବା ବାତିଲ

September 10, 2025

ଗାଡ଼ିରେ ବିକଟାଳ ଶବ୍ଦ କରୁଥିଲେ ହୋଇଯା’ନ୍ତୁ ସାବଧାନ: ଗଣିବେ ମୋଟା ଅଙ୍କର ଜରିମାନା

September 10, 2025

ଟ୍ରମ୍ପଙ୍କ ଶୁଳ୍କ ପରେ ଭାରତ ଉପରେ କ’ଣ ପଡିଛି ପ୍ରଭାବ?, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ

September 10, 2025

ଶିକ୍ଷୟତ୍ରୀ ସୁର୍ଯ୍ୟମଣି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

September 10, 2025
Latest News

ସୁରକ୍ଷା କାର୍ଯ୍ୟ ପାଇଁ ଟ୍ରେନ ସେବା ବାତିଲ

September 10, 2025

ଗାଡ଼ିରେ ବିକଟାଳ ଶବ୍ଦ କରୁଥିଲେ ହୋଇଯା’ନ୍ତୁ ସାବଧାନ: ଗଣିବେ ମୋଟା ଅଙ୍କର ଜରିମାନା

September 10, 2025

ଟ୍ରମ୍ପଙ୍କ ଶୁଳ୍କ ପରେ ଭାରତ ଉପରେ କ’ଣ ପଡିଛି ପ୍ରଭାବ?, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ

September 10, 2025

ଶିକ୍ଷୟତ୍ରୀ ସୁର୍ଯ୍ୟମଣି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

September 10, 2025

ଆଜିଠାରୁ ଭାରତର ଏସିଆ କପ ଅଭିଯାନ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.