Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ମାତାମାନଙ୍କୁ ଉଚ୍ଚକୋଟୀର ବିଷୟବସ୍ତୁ ସୃଷ୍ଟି କରିବା ପାଇଁ ମଞ୍ଚ ପ୍ରଦାନ କରିବ ୱେଭ୍: କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ନିର୍ମାତାମାନଙ୍କୁ ଉଚ୍ଚକୋଟୀର ବିଷୟବସ୍ତୁ ସୃଷ୍ଟି କରିବା ପାଇଁ ମଞ୍ଚ ପ୍ରଦାନ କରିବ ୱେଭ୍: କେନ୍ଦ୍ର ମନ୍ତ୍ରୀ

March 14, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
ନୂଆଦିଲ୍ଲୀ: ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଯୋଗ ବୃଦ୍ଧି କରିବା ଲାଗି ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଭାରତ ସରକାର ‘ୱେଭସ୍ 2025’ ଉପରେ ଏକ ଉଚ୍ଚସ୍ତରୀୟ ଅଧିବେଶନ ଆୟୋଜନ କରିଛନ୍ତି। ଏହା ନୂଆଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ସୁଷମା ସ୍ୱରାଜ ଭବନରେ ଆୟୋଜିତ ହୋଇଥିଲା। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆସନ୍ତା ମଇ 1ରୁ 4 ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଅଡିଓ ଭିଜୁଆଲ୍ ଓ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍ସ) 2025ରେ ଅନ୍ତର୍ଜାତୀୟ ସମୁଦାୟକୁ ସାମିଲ କରିବାର ପ୍ରୟାସ ସ୍ୱରୂପ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର, କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ, ମହାରାଷ୍ଟ୍ର ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁସୁଜାତା ସୌନିକ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏହି ଅବସରରେ ଉପସ୍ଥିତ ଥିଲେ। ବିଭିନ୍ନ ଦେଶର ପ୍ରାୟ 100 ଜଣ ରାଷ୍ଟ୍ରଦୂତ ଏବଂ ଉଚ୍ଚାୟୁକ୍ତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ବିନିମୟ ହୋଇଥିଲା। ଏହା ଗଣମାଧ୍ୟମ, ମନୋରଞ୍ଜନ ଏବଂ ଡିଜିଟାଲ ପ୍ରସାର କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଲାଗି ଉଦ୍ଦିଷ୍ଟ।

ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ‘‘ସୃଜନଶୀଳତା, ଗଣମାଧ୍ୟମ ଓ ପ୍ରଯୁକ୍ତିବିଦ୍ୟାର ମିଶ୍ରଣ ବିଶ୍ୱର ଗଣମାଧ୍ୟମ ପରିଦୃଶ୍ୟକୁ ପରିବର୍ତ୍ତନ କରୁଛି ଏବଂ ସମନ୍ୱୟର ଏକ ନୂତନ ସ୍ତରରେ ପହଞ୍ଚାଇଛି। ମନ୍ତ୍ରୀ କହିଥିଲେ ଯେ, ସମସ୍ତ ବର୍ଗର ସୃଜନଶୀଳ ନିର୍ମାତା ବା କ୍ରିଏଟର୍‌ମାନେ ଉଚ୍ଚକୋଟୀର ବିଷୟବସ୍ତୁ ସୃଷ୍ଟି କରିପାରିବେ ଏବଂ ଏହା ହେଉଛି ୱେଭ୍ସ 2025ର ମୂଳ ଉଦ୍ଦେଶ୍ୟ। ‘‘ଆମେ ମଇ 1 ରୁ ମେ 4 ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ୱେଭ୍ସ 2025 ପାଇଁ ପ୍ରଯୁକ୍ତିବିଦ୍ୟା, ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଏବଂ ସଂସ୍ଥାମାନଙ୍କୁ ନିମନ୍ତ୍ରଣ କରୁଛୁ’’, ବୋଲି ମନ୍ତ୍ରୀ କହିଥିଲେ। ବିଶ୍ୱ ସ୍ତରରେ ବିଭିନ୍ନ ଭାରତୀୟ ପ୍ରୟାସ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରି ମନ୍ତ୍ରୀ ସମସ୍ତ ଅଂଶୀଦାରମାନଙ୍କୁ ୱେଭ୍ସ 2025ରେ ଅଂଶଗ୍ରହଣ କରିବା ଏବଂ ବିଶ୍ୱସ୍ତରୀୟ ନିର୍ମାତା ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଏକାଠି ହେବାକୁ ସେ ଆମନ୍ତ୍ରଣ କରିଥିଲେ।

ବିଦେଶ ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ତାଙ୍କ ଅଭିଭାଷଣରେ କହିଥିଲେ, ‘‘ୱେଭ୍ସ ଗଣମାଧ୍ୟମ ଏବଂ ମନୋରଞ୍ଜନ ଉଦ୍ୟୋଗ ପାଇଁ ଆଲୋଚନା, ସହଯୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ କାର୍ଯ୍ୟ କରିବ। ଏହି କାର୍ଯ୍ୟକ୍ରମ ଶିଳ୍ପ ଜଗତର ଶିଳ୍ପପତି, ଅଂଶୀଦାର ଓ ଉଦ୍ଭାବକମାନଙ୍କୁ ସୁଯୋଗ ଅନ୍ୱେଷଣ କରିବା, ଆହ୍ୱାନର ମୁକାବିଲା କରିବା ଏବଂ ଏହି କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବା ପାଇଁ ଏକଜୁଟ କରିବ। ବିଦେଶ ମନ୍ତ୍ରୀ କହିଲେ, ‘‘ଆର୍ଥିକ ଏବଂ ରାଜନୈତିକ ପୁନଃ ସନ୍ତୁଳନ ସାଂସ୍କୃତିକ ସନ୍ତୁଳନ ଦିଗରେ ଅଗ୍ରସର ହେଉଛି। ଯଦି ଆମେ ପ୍ରକୃତରେ ସ୍ଥାନୀୟ ହୋଇପାରିବା ନାହିଁ, ତେବେ ଆମେ ପ୍ରକୃତରେ ବିଶ୍ୱସ୍ତରୀୟ ମଧ୍ୟ ହେବା ନାହିଁ। ୱେଭସ୍ 2025 ଏହି ପ୍ରୟାସର ଭାବନାକୁ ପ୍ରତିଫଳିତ କରୁଛି ।’’ ଡକ୍ଟର ଜୟଶଙ୍କର ମଧ୍ୟ ରାଷ୍ଟ୍ରଦୂତ ଏବଂ ଉଚ୍ଚାୟୁକ୍ତମାନଙ୍କୁ ୱେଭ୍ସ 2025 ଅଧୀନରେ ବିଶ୍ୱସ୍ତରୀୟ ସହଯୋଗର ସୁଯୋଗ ବିଷୟରେ ସେମାନଙ୍କ ସରକାରଙ୍କୁ ଅବଗତ କରିବାକୁ ଅନୁରୋଧ କରିଛନ୍ତି।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ତାଙ୍କ ବିଶେଶ ବକ୍ତବ୍ୟରେ କହିଛନ୍ତି, ‘‘ଭାରତର ଆର୍ଥିକ ଏବଂ ମନୋରଞ୍ଜନ ରାଜଧାନୀ ମୁମ୍ବାଇ ୱେଭ୍ସ 2025 ପାଇଁ ଉପଯୁକ୍ତ ପୃଷ୍ଠଭୂମି ଭାବରେ କାର୍ଯ୍ୟ କରିବ। ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ସହଯୋଗ ଏବଂ ସାଂସ୍କୃତିକ କୂଟନୀତିକୁ ପ୍ରୋତ୍ସାହିତ କରିବା ସହିତ ପ୍ରାଚୀନ ଓ ଆଧୁନିକ ସାଂସ୍କୃତିକ ପ୍ରଭାବକୁ ନିରବଚ୍ଛିନ୍ନ ଭାବରେ ମିଶ୍ରଣ କରେ।’’ ସେ ଆହୁରି ମଧ୍ୟ କହିଛନ୍ତି, ‘‘ୱେଭସ୍ 2025 ହେଉଛି ଏକ ଆନ୍ଦୋଳନ ଯାହା ବୈଷୟିକ ପ୍ରଗତି ଏବଂ ସାମାଜିକ ପରିବର୍ତ୍ତନରେ ଗଣମାଧ୍ୟମର ବିକଶିତ ଭୂମିକାକୁ ରେଖାଙ୍କିତ କରେ। ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବା ଏବଂ ନବସୃଜନକୁ ପ୍ରୋତ୍ସାହିତ କରୁଥିବା ବୈଶ୍ୱିକ ଭାଗିଦାରୀ ନିର୍ମାଣ କରିବା ଲାଗି ମହାରାଷ୍ଟ୍ର ପ୍ରତିବଦ୍ଧ ରହିଛି।

ଉଦଯାପନୀ ବକ୍ତବ୍ୟରେ, କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ ମୁରୁଗନ କହିଥିଲେ, ୱେଭ୍ସ ସମ୍ମିଳନୀ ଯୌଥ ଉଦ୍ୟୋଗ, ସହପ୍ରଯୋଜନା ଏବଂ ବ୍ୟବସାୟ ବିସ୍ତାର ପାଇଁ ମାର୍ଗପ୍ରଶସ୍ତ କରିବ। ଏହା ବିଶ୍ୱ ଗଣମାଧ୍ୟମ କମ୍ପାନୀଗୁଡ଼ିକୁ ଭାରତର ସୃଜନଶୀଳ କ୍ଷେତ୍ର ସହିତ ଯୋଡ଼ି ହେବା ଲାଗି ସକ୍ଷମ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଭାରତ ସରକାର ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ର ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା, ବ୍ୟବସାୟିକ ସୁଗମତା ଆଣିବା, ସ୍ଥାନୀୟ ବିଷୟବସ୍ତୁ ବା କଣ୍ଟେଣ୍ଟ ସୃଷ୍ଟି କରିବା ଏବଂ ଭିତ୍ତିଭୂମି ବିକାଶକୁ ସମର୍ଥନ କରିବା ଦିଗରେ କାମ କରୁଛନ୍ତି।

ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ କହିଥିଲେ, ‘‘ସମଗ୍ର ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ର ପାଇଁ ୱେଭ୍ସ ହେଉଛି ବିଶ୍ୱର ପ୍ରଥମ ସମନ୍ୱୟ ପ୍ଲାଟଫର୍ମ। ଆମର ଲକ୍ଷ୍ୟ ହେଉଛି ପାରମ୍ପରିକ ଏବଂ ଆଧୁନିକ ଗଣମାଧ୍ୟମ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବା, ବିଶ୍ୱସ୍ତରୀ ଭାଗିଦାରୀ ନିର୍ମାଣ କରିବା ଏବଂ ବିଷୟବସ୍ତୁ ସୃଷ୍ଟି ତଥା ବୈଷୟିକ ନବସୃଜନରେ ଭାରତର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଉପଯୋଗ କରିବା।

ସେ ଆହୁରି ମଧ୍ୟ କହିଥିଲେ ଯେ ୱେଭ୍ସର ପ୍ରଥମ ସଂସ୍କରଣକୁ ଏକ ଅର୍ଥପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିବା ପାଇଁ ଏକାଧିକ ଟ୍ରାକ୍ ସହିତ ଡିଜାଇନ୍ କରାଯାଇଛି। ବିଶ୍ୱସ୍ତରୀୟ ଗଣମାଧ୍ୟମ ବାର୍ତ୍ତାଳାପରେ ମନ୍ତ୍ରୀ ଏବଂ ନୀତି ନିର୍ଦ୍ଧାରକମାନେ ଅଂଶଗ୍ରହଣ କରିବେ, ଯାହା ଏକ ମାର୍ଗଦର୍ଶକ ନୀତି ଦସ୍ତାବିଜ ଭାବେ ୱେଭ୍ସ ଘୋଷଣାନାମାରେ ପରିଣତ ହେବ। ‘‘ଥଟ୍ ଲିଡର୍ସ ଟ୍ରାକ୍’’ ଉଦ୍ୟୋଗ ବିଶେଷଜ୍ଞମାନଙ୍କ ସହିତ ଜ୍ଞାନ ଆଦାନପ୍ରଦାନ ଅଧିବେଶନ ଆୟୋଜନ କରିବ। ୱେଭ୍ସ ପ୍ରଦର୍ଶନୀରେ କାହାଣୀ କହିବାର ଅଭିନବତ୍ୱ, ଚିତ୍ତାକର୍ଷକ ଅନୁଭୂତି ଏବଂ ଏକ କ୍ରୀଡ଼ା କ୍ଷେତ୍ର ପ୍ରଦର୍ଶିତ ହେବ। ଭାରତ ପାଭିଲିଅନ ଭାରତର ଗଣମାଧ୍ୟମ ଐତିହ୍ୟ ଓ ଭବିଷ୍ୟତ ଉପରେ ଆଲୋକପାତ କରିବ। ସଚିବ ଶ୍ରୀ ଜାଜୁ ଏହା ମଧ୍ୟ କହିଛନ୍ତି ଯେ ୱେଭ୍ସ ବଜାର ବ୍ୟବସାୟିକ ନେଟୱର୍କିଂକୁ ସୁଗମ କରିବ, ଯେତେବେଳେ କି ୱେଭ ଏକ୍ସସେଲରେଟର ମିଡିଆ ଷ୍ଟାର୍ଟଅପଗୁଡ଼ିକୁ ପରାମର୍ଶଦାତା ଓ ପାଣ୍ଠି ସହିତ ସମର୍ଥନ କରିବ। ୱେଭ୍ସ ସାଂସ୍କୃତିକ ସମାରୋହରେ ଭାରତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଭାର ସମ୍ମିଶ୍ରଣ ସହିତ ବିବିଧ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ।

ଅଶ୍ୱିନୀ ବୈଷ୍ଣବ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ

December 26, 2025

କେନ୍ଦୁଝରରେ ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025

ଫରେଷ୍ଟରଙ୍କ ଘରୁ ମିଳିଲା ୧ କେଜି ସୁନା, ରହିଛି ୭ଟି ପ୍ଲଟ, ଭିଜିଲାନ୍ସର ବଡ ଚଢାଉ

December 26, 2025

ସମ୍ବଲପୁରରେ ପିଏମ ଆବାସ ଯୋଜନା କାର୍ଯ୍ୟାଦେଶ ବିତରଣ କଲେ ଧର୍ମେନ୍ଦ୍ର ପ୍ରଧାନ

December 26, 2025
Latest News

ରଣପୁରରେ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ

December 26, 2025

ଗୋନାସିକା କେନ୍ଦୁଝର ମହୋତ୍ସବ ୨୦୨୫ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025

କେନ୍ଦୁଝରରେ ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025

ଫରେଷ୍ଟରଙ୍କ ଘରୁ ମିଳିଲା ୧ କେଜି ସୁନା, ରହିଛି ୭ଟି ପ୍ଲଟ, ଭିଜିଲାନ୍ସର ବଡ ଚଢାଉ

December 26, 2025

ସମ୍ବଲପୁରରେ ପିଏମ ଆବାସ ଯୋଜନା କାର୍ଯ୍ୟାଦେଶ ବିତରଣ କଲେ ଧର୍ମେନ୍ଦ୍ର ପ୍ରଧାନ

December 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.