Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଣାର୍କ ସୂର୍ଯ୍ୟମନ୍ଦିରରେ ପହଞ୍ଚିଲେ ସିଆଇଏସଏଫ୍ ସାଇକେଲ ଚାଳକ ଦଳ, ମିଳିଲା ଭବ୍ୟ ସମ୍ବର୍ଦ୍ଧନା
ଆଜିର ଖବର

କୋଣାର୍କ ସୂର୍ଯ୍ୟମନ୍ଦିରରେ ପହଞ୍ଚିଲେ ସିଆଇଏସଏଫ୍ ସାଇକେଲ ଚାଳକ ଦଳ, ମିଳିଲା ଭବ୍ୟ ସମ୍ବର୍ଦ୍ଧନା

March 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସିଆଇଏସଏଫ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ୍ କୈଥକୋଲାଠାରୁ ୧୨୫ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ୨୦୨୫ ମାର୍ଚ୍ଚ ୧୧ ତାରିଖରେ ପାରାଦୀପରେ ପହଞ୍ଚିଥିଲା। ଉପକୂଳ ସୁରକ୍ଷା, ପରିବେଶ ସଂରକ୍ଷଣ ଏବଂ ଗୋଷ୍ଠୀ ନିୟୋଜନ ପାଇଁ ମିଳିତ ପ୍ରତିଶ୍ରୁତିକୁ ସୁଦୃଢ଼ କରିବା ସହ ସାଇକେଲ ଚାଳକମାନଙ୍କୁ ସ୍ଥାନୀୟ ଜନସାଧାରଣ ଉତ୍ସାହର ସହ ସ୍ୱାଗତ କରିଥିଲେ।

ମାର୍ଚ୍ଚ ୧୩ ତାରିଖରେ ପାରାଦୀପସ୍ଥିତ ସମୁଦ୍ର କୂଳ ସ୍ମାରକୀରେ ଏକ ଭବ୍ୟ ପତାକା ଉତ୍ତୋଳନ ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଡିଆଇଜି/ସିଆଇଏସ୍ଏଫ୍ ଏନଇଜେଡ୍-୩ (ଏମ୍) ଡ. ମହମ୍ମଦ ଶୈକ୍ ଅବଦୁଲ୍ଲା, ପାରାଦୀପ ପୋର୍ଟ ଅଥରିଟି (ପିପିଏ) ଅଧ୍ୟକ୍ଷ ପିଏଲ୍ ହରନାଥ, ପିପିଏର ଉପାଧ୍ୟକ୍ଷ ଶ୍ରୀ ନୀଳଭ୍ର ଦାସଗୁପ୍ତା, ଡିଆଇଜି/କୋଷ୍ଟଗାର୍ଡ ଶ୍ରୀ ସଞ୍ଜୟ ନେଗି, ପାରାଦୀପ ଡିଏସପି ଶ୍ରୀ ସ୍ମୃତି ରଞ୍ଜନ କର, ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପରମ ଜ୍ୟୋତି କଳା କ୍ଷେତ୍ର ପକ୍ଷରୁ ଓଡ଼ିଶୀ, ଭାରତ ନାଟ୍ୟମ୍ ଭଳି ଆକର୍ଷଣୀୟ ସାଂସ୍କୃତିକ ନୃତ୍ୟ ପରିବେଷଣ ଓ ସିଆଇଏସଏଫ୍ ଓ୍ଵାର୍ଡ ପକ୍ଷରୁ ଦେଶାତ୍ମବୋଧକ ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଡଗ୍ ସୋ’ , ଅଗ୍ନି ନିରାପତ୍ତା ପ୍ରଦର୍ଶନ ଏବଂ ସ୍ଥାନୀୟ ବ୍ୟାଣ୍ଡ /ସହ ଏକ ଭବ୍ୟ ପରେଡ୍ ଆଦି ଆକର୍ଷଣୀୟ ପ୍ରଦର୍ଶନ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ମୁଖ୍ୟ ଆକର୍ଷଣ ଥିଲା ସାନ୍ଧକୁଦା, ବିଜୟଚନ୍ଦ୍ରପୁର ଓ ଭିତରାଗଡ଼ର ସମ୍ପ୍ରଦାୟର ଉତ୍ସାହଜନକ ଅଂଶଗ୍ରହଣ, ଯେଉଁଥିରେ ଉପକୂଳ ସୁରକ୍ଷା ଓ ବିପର୍ଯ୍ୟୟ ପ୍ରସ୍ତୁତି ଅଭିଯାନକୁ ସମର୍ଥନ ଜଣାଇଥିଲେ। ବାଟରେ ସାଇକେଲ ଚାଳକମାନେ କୁଜଙ୍ଗ, ଜଗତସିଂହପୁର, ନୂଆଗାଁ ଓ ଗୋପରେ ସ୍ଥାନୀୟ ଲୋକଙ୍କ ସହ ମିଶି ସାମୁଦ୍ରିକ ନିରାପତ୍ତା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ।

ଏହା ପରେ ସାଇକ୍ଲୋଥନ ନିଜର ଯାତ୍ରା ଆରମ୍ଭ କରି କୋଣାର୍କରେ ପହଞ୍ଚିଥିଲା । କୋଣାର୍କରେ ପହଞ୍ଚିବା ପରେ ସାଇକେଲ ଚାଳକମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଯାହା ସ୍ଥାନୀୟ ଲୋକଙ୍କ ପ୍ରଶଂସା ଓ ଉତ୍ସାହକୁ ପ୍ରତିଫଳିତ କରିଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏସବିଆଇ, ଓଡ଼ିଶା ସର୍କଲ, ଭୁବନେଶ୍ବରର ଜିଏମ୍ ଶ୍ରୀ କୌଶଲ, ଏଏଆଇର ଏପିଡି ପ୍ରସନ୍ନ ପ୍ରଧାନ, ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ତଥା ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ, ଜାତୀୟ ଭଲିବଲ୍ ଖେଳାଳି ଶ୍ରୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ମାର୍ଚ୍ଚ ୧୩ ତାରିଖ ସନ୍ଧ୍ୟାରେ ସ୍ୱାଗତ ନୃତ୍ୟ, ଦେଶାତ୍ମବୋଧକ ସଙ୍ଗୀତ, ଓଡ଼ିଶୀ ଓ ସମ୍ବଲପୁରୀ ଲୋକକଳା ପରିବେଷଣ ସହ ବୃତ୍ତିଗତ ଦଳମାନେ ଆକର୍ଷଣୀୟ ସାଂସ୍କୃତିକ ପରିବେଷଣ କରିଥିଲେ। ସ୍ଥାନୀୟ ସମୁଦାୟ, ସ୍ୱେଚ୍ଛାସେବୀ ସଂଗଠନ, ଏନସିସି କ୍ୟାଡେଟ୍ ଏବଂ ସ୍କୁଲ ପିଲାଙ୍କ ସକ୍ରିୟ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମର ଭବ୍ୟତାକୁ ଆହୁରି ବଢ଼ାଇଥିବା ବେଳେ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ନିରବଚ୍ଛିନ୍ନ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ମାର୍ଚ୍ଚ ୭, ୨୦୨୫ରେ ଉଦଘାଟିତ ହୋଇଥିବା ସିଆଇଏସଏଫ କୋଷ୍ଟାଲ ସାଇକ୍ଲୋଥନର ଲକ୍ଷ୍ୟ ହେଉଛି ଉପକୂଳବର୍ତ୍ତୀ ସମୁଦାୟଙ୍କୁ ସଚେତନ କରିବା ଏବଂ ଭାରତର ସାମୁଦ୍ରିକ ଭିତ୍ତିଭୂମିର ସୁରକ୍ଷାରେ ସିଆଇଏସଏଫର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା। ଏହା ମାଧ୍ୟମରେ ପଶ୍ଚିମ ଓ ପୂର୍ବ ଉପକୂଳରେ ଦୁଇଟି ଟିମ୍ ଯାତ୍ରା କରି ୧୧ଟି ରାଜ୍ୟ ପରିକ୍ରମା କରି ଗୁରୁତ୍ୱପୂର୍ଣ୍ଣ ଉପକୂଳ କେନ୍ଦ୍ର ଓ ଶିଳ୍ପାଞ୍ଚଳକୁ ଅନ୍ତର୍ଭୁକ୍ତ କରୁଛନ୍ତି। ଏହି ରାଲିରେ ସାଧାରଣ ଜନତାଙ୍କ ଯୋଗଦାନକୁ ପ୍ରେତ୍ସାହିତ କରାଯାଉଛି। ଏ ସଂପର୍କରେ ଅଧିକ ବିବରଣୀ ଓ ସୂଚନା ଓ ଅଂଶଗ୍ରହଣ ସୁଯୋଗ ପାଇଁ ସେମାନେ www.cisfcyclothon.com ଦେଖିପାରିବେ । ଏହି ଦଳ ଓଡ଼ିଶା ଦେଇ ଆଗକୁ ବଢ଼ୁଥିବା ବେଳେ ସେମାନଙ୍କ ବାର୍ତ୍ତା ସ୍ପଷ୍ଟ ରହିଛି: ‘ସୁରକ୍ଷିତ ଉପକୂଳ, ସମୃଦ୍ଧ ଭାରତ”।

କୋଣାର୍କ ପାରାଦୀପ ସିଆଇଏସଏଫ୍ ସୂର୍ଯ୍ୟମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଖ୍ୟାତ ସାହିତ୍ୟିକ ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର, ଦୁଇଜଣଙ୍କୁ କଳା ସମ୍ମାନ

September 15, 2025

ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରସ୍ତାବିତ ସମ୍ ଲାଇଫ୍‌ସାଇନ୍‌ସେସ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

September 15, 2025

ପୂର୍ବତଟ ରେଳପଥର ହିନ୍ଦୀ ପଖୱାଡା 2025 ପାଳନ

September 15, 2025

ଆଲୋଚନା ଟେବୁଲକୁ ଆସୁଛି ‘ଭାରତ’: ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କ ବଡ଼ ବୟାନ

September 15, 2025
Latest News

ପ୍ରଖ୍ୟାତ ସାହିତ୍ୟିକ ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର, ଦୁଇଜଣଙ୍କୁ କଳା ସମ୍ମାନ

September 15, 2025

ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରସ୍ତାବିତ ସମ୍ ଲାଇଫ୍‌ସାଇନ୍‌ସେସ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

September 15, 2025

ପୂର୍ବତଟ ରେଳପଥର ହିନ୍ଦୀ ପଖୱାଡା 2025 ପାଳନ

September 15, 2025

ଆଲୋଚନା ଟେବୁଲକୁ ଆସୁଛି ‘ଭାରତ’: ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କ ବଡ଼ ବୟାନ

September 15, 2025

୧୬ତମ ମିଳିତ କମାଣ୍ଡର ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.