Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶାସନ ବାଡିରେ ପଡ଼ିଚ଼ରଚ଼ିଲେ ମା’ସାଆନ୍ତାଣୀ ଭଗବତୀ, ଆଠ ଶାସନ ଉତ୍ସବ ମୁଖର
ଆଜିର ଖବର

ଶାସନ ବାଡିରେ ପଡ଼ିଚ଼ରଚ଼ିଲେ ମା’ସାଆନ୍ତାଣୀ ଭଗବତୀ, ଆଠ ଶାସନ ଉତ୍ସବ ମୁଖର

March 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଶ୍ରୀକ୍ଷେତ୍ରର ଷୋଳ ଶାସନ ପରି ବଙ୍କାଡ଼ଗଡ଼ ରାଜବଂଶଙ୍କ ଦ୍ଵାରା ପ୍ରତିଷ୍ଠିତ ବାଣପୁରର ଆଠ ଶାସନର ଇଷ୍ଟଦେବୀ ମା’ ଭଗବତୀ ବରଷକେ ଥରେ ଶାସନ ବାଡ଼ିର ପ୍ରତି ବ୍ରାହ୍ମଣଙ୍କ ଘରେ ଶଙ୍କୁଡ଼ି ଭୋଗ ଲାଗି ହେବାର ପରମ୍ପରା ସମଗ୍ର ଉତ୍କଳରେ ମାନବୀୟ ଲୀଳାର ଏକ ସ୍ୱତନ୍ତ୍ର ପରମ୍ପରା। ଫାଲଗୁନ ଶୁକ୍ଳ ତ୍ରୟୋଦଶୀରେ ଆଠ ଶାସନର ଆରାଧ୍ୟ ଠାକୁରମାନେ ସମ୍ମିଳିତ ଭାବରେ ବାଜା, ବାଣ, ରୋଷଣୀ ଥାଟ ପଟୁଆରରେ ଆସି ମା’ ଭଗବତୀଙ୍କୁ ଚ଼ାଚ଼େରୀ ଭୋଗ ଖିଆକୁ ନିମନ୍ତ୍ରଣ କରି ଯାଇଥିଲେ।

ସକଳ ଦେବତାଙ୍କ ନିମନ୍ତ୍ରଣ ରକ୍ଷା କରି ମା’ ଚତୁର୍ଦ୍ଦଶୀ ତିଥିର ମଧ୍ୟରାତ୍ରରେ ବାଲୁଗାଁର ଆରାଧ୍ୟ ଠାକୁର ଶ୍ରୀ ଉମାମହେଶ୍ୱର ଦେବଙ୍କୁ ନିଜ ପିତ୍ରାଳୟ ଦକ୍ଷ ପ୍ରଜାପତି ମନ୍ଦିରର ଦାୟିତ୍ୱ ଦେଇ ମନ୍ଦିର କୁଢ଼ୁଆ ଦ୍ଵାରପାଖରେ ଜଗାଇ ଦେଇ ଘଣ୍ଟା, ଘଣ୍ଟ, କାହାଳୀ, ଆଲଟ ଚ଼ାମର, ଛତ୍ର ତରାଶ ,ମଶାଲ ,ବାଣରୋଷଣିରେ ଥାଟ ପଟୁଆର ଧରି ନିଯୋଗୀ ସେବାୟତଙ୍କ ସହିତ ବାହାରିଥିଲେ ଶାସନ ବାଡ଼ି।

ପ୍ରଥମେ ବଙ୍କାଡ଼ ରାଜବଂଶର ରାଜା ଅଚ୍ୟୁତ ମାନସିଂହ ମର୍ଦ୍ଦରାଜ ହରିଚ଼ନ୍ଦ୍ରଙ୍କ ନାମରେ ନାମିତ ଅଚ୍ୟୁତରାଜପୁର ଶାସନ ଗ୍ରାମବାସୀ ପ୍ରତି ବ୍ରାହ୍ମଣ ପରିବାର ଘରେ ଘରେ ଖେଚଡ଼ି, ଡାଲି, ମାଛମହୁର, ମାଛ ଗୁଣ୍ଡି ଭଜା, କ୍ଷୀରି,ନାନାଦି ପ୍ରକାରର ସ୍ଵାଦିଷ୍ଟ ପିଠାପଣା, ମୁଆଁ ଶାକର, ଫଳ ମୂଳ ସହିତ ଶାଢି ଛୁଡ଼ି ଅଳତା,ଲାଗି କରାଇ ଆନନ୍ଦ ଉଲ୍ଲାସର ସହିତ ମା’ଙ୍କୁ ବାଜାରୋଷଣିରେ ବିଦାୟ ଦେଇଥିଲେ। ପରେ ସେହି ରାଜବଂଶର ଶ୍ରୀନିବାସ ମାନସିଂମର୍ଦ୍ଦରାଜ ହରିଶ୍ଚନ୍ଦ୍ରଙ୍କ ନାମରେ ନାମିତ ଶ୍ରୀନିବାସପୁର ଶାସନର ବ୍ରାହ୍ମଣମାନେ ମା’ଙ୍କୁ ପାଛୋଟି ନେଇ ନିଜ ନିଜ ଦୁଆରେ ସେହିଭଳି ଶଙ୍କୁଡ଼ି ନିଶଙ୍କୁଡ଼ି ଭୋଗ ଲାଗି କରାଇ ଥାଟ ପଟୁଆରରେ ବିଦାୟ ଦେଇଥିଲେ ।ସେହି ରାଜବଂଶର ପାଟରାଣୀ ତୁଳସୀ ମଞ୍ଜରୀ ପାଟମହାଦେଇଙ୍କ ନାମରେ ନାମିତ ତୁଳସୀଦେଇପୁର ଶାସନର ଗ୍ରାମବାସୀ ଆନନ୍ଦ ଉଲ୍ଲାସର ସହିତ ମା’ଙ୍କୁ ପାଛୋଟି ନେଇ ପ୍ରତି ଘରେ ଘରେ ପ୍ରସ୍ତୁତ ଶଙ୍କୁଡ଼ି ନିଶଙ୍କୁଡ଼ି ଭୋଗ ଲାଗି କରାଇବା ପରେ ମହାନ୍ତି ସାହି କୋଠଦୁଆରେ ଭୋଗ ଲାଗି ପରେ କାଠିନାହାକ (ମା’ କାଠି ଠାକୁରାଣିଙ୍କୁ କାନ୍ଧରେ ଧରି ନେଉଥିବା ସେବାୟତ)ଙ୍କ ଦୁଆରେ ଗଜାମୁଆଁ ଲାଗି ପରେ ଶ୍ରୀ ରଙ୍କନାଥ ଓ ଶ୍ରୀ ଉମାମହେଶ୍ୱରଦେବ, ଶ୍ରୀ ଦକ୍ଷେଶ୍ଵରଦେବଙ୍କୁ ସାଥିରେ ଧରି ବାପଘର ପରିଛା ସାଆନ୍ତଙ୍କ ଦୁଆରେ ବିଭିନ୍ନଶଙ୍କୁଡ଼ି, ନିଶଙ୍କୁଡ଼ି ଭୋଗ ସହିତ ପଖାଳ ତୋରାଣି ମାଛ ଗୁଣ୍ଡି ଭଜା ଖାଇ ଅଗିରା ପଡ଼ିଆକୁ ବିଜେ କରି ଅଗ୍ନି ଉତ୍ସବ ପରେ ଶ୍ରୀ ଉମା ମହେଶ୍ଵରଙ୍କୁ ବିଦାୟ ନେବା ପରେ ମନ୍ଦିରକୁ ବାହୁଡ଼ିବେ। ଦୋଳ ପୂର୍ଣ୍ଣମୀରେ ଦୋଳି ଖେଳିବେ ମା ସାଆନ୍ତାଣୀ।

ବରଷକେ ଥରେ ଦୋଳ ପୁନିଅରେ ନିଜର ଇଷ୍ଟଦେବୀ ମହାମାଇ ମା’ଭଗବତୀଙ୍କୁ ନିଜ ନିଜ ଘରେ ପଡ଼ିଚରଚିବା ପାଇଁ ନାନାଦି ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଲାଗି କରାଇବାକୁ ଅତି ପୂର୍ଣ୍ୟକାର୍ଯ୍ୟ ମନେକରି ଛୁଟି ନେଇ ଦୂର ଦୂରାନ୍ତରରେ ରହୁଥିବା ପ୍ରତି ବ୍ରାହ୍ମଣ ପରିବାର ମଧ୍ୟ ଗାଁଙ୍କୁ ଛୁଟି ଆସିଥାନ୍ତି। ଏହି ଦିନ ପ୍ରତି ଘରମାନଙ୍କରେ ପୁଅବୋହୁ ,ଝୀଅ ଜ୍ୱାଇଁ ବନ୍ଧୁବାନ୍ଧବ କୁଣିଆମାନଙ୍କ ସମାଗମରେ ଭୋଜିଭାତ ମଜାମଜଲିସ୍ ରେ ଗାଁଦାଣ୍ଡ ଉଚ୍ଛୁଳିପଡୁଛି।

ଫାଲଗୁନ ଶୁକ୍ଳ ଦଶମୀରୁ ଓଡ଼ିଶାର ଶ୍ରୀକ୍ଷେତ୍ରଠାରୁ ଆରମ୍ଭ କରି ପ୍ରତିପୁରପଲ୍ଲୀରେ ଦୋଳଗୋବିନ୍ଦଙ୍କ ସହିତ ଅନ୍ୟ ଦେବତାମାନେ ଚ଼ାଚେରୀ ଭୋଗରେ ଗ୍ରାମ ପରିକ୍ରମା କରୁଥିବା ବେଳେ କେବଳ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀ ଦେବୀ ଏକା ଏକା ଗ୍ରାମମାନଙ୍କରେ ଚାଚେରୀରେ ଆମିଷ ଭୋଗ ସେବନ କରିବାର ବିଧି ପରମ୍ପରା ସଂପୂର୍ଣ୍ଣ ନିଆରା। ମା’ଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ, ପରିଚାଳନା କମିଟି ଓ କର୍ମଚାରୀ ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର, ଅଶ୍ୱିନୀ ମିଶ୍ର,କମଳମିଶ୍ର ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରିଥିବା କଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ।

ବାଣପୁର ମା’ ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ ହଁ, ଓଡ଼ିଶାରେ ନାଁ: ବନ୍ଦ ସମର୍ଥନକୁ ନେଇ ବଦଳିଲା ବିଜେଡିର ନିଷ୍ପତ୍ତି

October 7, 2026

ଚେକ୍ ବାଉନ୍ସ ମାମଲାରେ ସୁପ୍ରିମକୋର୍ଟରେ ହାଜର ହେଲେ ରାଜପାଲ ଯାଦବ

October 7, 2026

ସେବା ଏବଂ ସମର୍ପଣର ୨୫ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଅମିତ ଶାହଙ୍କ ଅଭିନନ୍ଦନ

October 7, 2026

୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନର ଲକ୍ଷ୍ୟ: ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

October 7, 2026
Latest News

ଦିଲ୍ଲୀରେ ହଁ, ଓଡ଼ିଶାରେ ନାଁ: ବନ୍ଦ ସମର୍ଥନକୁ ନେଇ ବଦଳିଲା ବିଜେଡିର ନିଷ୍ପତ୍ତି

October 7, 2026

ଚେକ୍ ବାଉନ୍ସ ମାମଲାରେ ସୁପ୍ରିମକୋର୍ଟରେ ହାଜର ହେଲେ ରାଜପାଲ ଯାଦବ

October 7, 2026

ସେବା ଏବଂ ସମର୍ପଣର ୨୫ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଅମିତ ଶାହଙ୍କ ଅଭିନନ୍ଦନ

October 7, 2026

୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନର ଲକ୍ଷ୍ୟ: ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

October 7, 2026

ଅନିଲ ଅମ୍ବାନୀଙ୍କୁ ସରକାରୀ ଝଟକା: ପ୍ରତ୍ୟାହାର ହେଲା ରିଲାଏନ୍ସ କମ୍ୟୁନିକେସନ୍ସର ସ୍ପେକ୍ଟ୍ରମ୍

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.