Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ରୁ-9 ମହାକାଶଚାରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

କ୍ରୁ-9 ମହାକାଶଚାରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

March 19, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ସମେତ କ୍ରୁ-9 ମହାକାଶଚାରୀଙ୍କ ସୁରକ୍ଷିତ ପୃଥବୀ ପ୍ରତ୍ୟାବର୍ତ୍ତନକୁ ନେଇ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କ୍ରୁ-9 ମହାକାଶ ଯାତ୍ରୀଙ୍କ ସାହସ, ଦୃଢ଼ ସଂକଳ୍ପ ଏବଂ ମହାକାଶ ଅନ୍ୱେଷଣରେ ସେମାନଙ୍କର ଯୋଗଦାନକୁ ପ୍ରଶଂସା କରିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ ମହାକାଶ ଅନ୍ୱେଷଣର ଅର୍ଥ ହେଉଛି ମାନବ ସାମର୍ଥ୍ୟର ସୀମାକୁ ଆଗକୁ ବଢ଼ାଇବା, ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନଗୁଡ଼ିକୁ ବାସ୍ତବତାରେ ପରିଣତ କରିବାର ସାହସ ରଖିବା। ସୁନୀତା ୱିଲିୟମ୍ସ ଜଣେ ପଥପ୍ରଦର୍ଶକ ଏବଂ ଆଦର୍ଶ ରୂପେ ନିଜ କ୍ୟାରିୟରରେ ଏହି ଭାବନାର ଚମତ୍କାର ଉଦାହରଣ ଦେଇଛନ୍ତି।

ଏକ୍ସରେ ନିଜର ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘କ୍ରୁ-9 ଆପଣମାନଙ୍କୁ ସ୍ୱାଗତ, ପୃଥିବୀବାସୀ ଆପଣଙ୍କୁ ଅପେକ୍ଷା କରି ରହିଥିଲେ।

ଏହା ସେମାନଙ୍କର ଧୈର୍ଯ୍ୟ, ସାହସ ଏବଂ ଅସୀମ ମାନବୀୟ ଭାବନାର ଏକ ପରୀକ୍ଷା ରହିଥିଲା। ଅଧ୍ୟବସାୟର ବାସ୍ତବ ଅର୍ଥ କ’ଣ ତାହା ସୁନୀତା ୱିଲିୟମ୍ସ ଏବଂ କ୍ରୁ-9 ମହାକାଶଚାରୀମାନେ ପୁଣିଥରେ ଆମକୁ ପ୍ରମାଣିତ କରି ଦେଖାଇଛନ୍ତି। ବିଶାଳ ଅଜ୍ଞାତ ବିଷୟ ସାମ୍ନାରେ ସେମାନଙ୍କର ଅବିଚଳିତ  ଦୃଢ଼ସଂକଳ୍ପ ସବୁବେଳେ ଅଗଣିତ ଲୋକଙ୍କୁ ପ୍ରେରଣା ଯୋଗାଇଦେବ।

ମହାକାଶ ଅନ୍ୱେଷଣର ଅର୍ଥ ମାନବୀୟ ସୀମାକୁ ଆଗକୁ ବଢ଼ାଇବା, ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନଗୁଡ଼ିକୁ ବାସ୍ତବତାରେ ପରିଣତ କରିବାର ସାହସ ରଖିବା। ସୁନୀତା ୱିଲିୟମକ୍ସ ଜଣେ ପଥପ୍ରଦର୍ଶକ ଏବଂ ଆଦର୍ଶ ରୂପେ ନିଜ କ୍ୟାରିୟରରେ ଏହି ଭାବନାର ଚମତ୍କାର ଉଦାହରଣ ଦେଇଛନ୍ତି।

ଆମେ ସେହି ସମସ୍ତଙ୍କୁ ନେଇ ଗର୍ବିତ ଯେଉଁମାନେ ସେମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ଲାଗି ଅବିଶ୍ରାନ୍ତ ପରିଶ୍ରମ କରିଥିଲେ। ସଠିକ୍‌ ପ୍ରୟାସ ଓ ଆବେଗ ସହିତ ପ୍ରଯୁକ୍ତି ଓ ଅଧ୍ୟବସାୟର ସାମଞ୍ଜସ୍ୟ ଘଟିଲେ କାର୍ଯ୍ୟ ସିଦ୍ଧି ହୋଇଥାଏ ବୋଲି ସେମାନେ ପ୍ରମାଣିତ କରି ଦେଖାଇଛନ୍ତି।’’

କ୍ରୁ-9 ମହାକାଶଚାରୀ ନରେନ୍ଦ୍ର ମୋଦୀ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.