Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ରୁ-9 ମହାକାଶଚାରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

କ୍ରୁ-9 ମହାକାଶଚାରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

March 19, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ନାସାରୁ ଅବସର ନେଲେ ସୁନିତା ୱିଲିୟମ୍ସ: ଜାଣନ୍ତୁ ସେ ଏବେ କେତେ ପାଇବେ ପେନସନ?
ନାସାରୁ ଅବସର ନେଲେ ସୁନିତା ୱିଲିୟମ୍ସ: ଜାଣନ୍ତୁ ସେ ଏବେ କେତେ ପାଇବେ ପେନସନ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ସମେତ କ୍ରୁ-9 ମହାକାଶଚାରୀଙ୍କ ସୁରକ୍ଷିତ ପୃଥବୀ ପ୍ରତ୍ୟାବର୍ତ୍ତନକୁ ନେଇ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କ୍ରୁ-9 ମହାକାଶ ଯାତ୍ରୀଙ୍କ ସାହସ, ଦୃଢ଼ ସଂକଳ୍ପ ଏବଂ ମହାକାଶ ଅନ୍ୱେଷଣରେ ସେମାନଙ୍କର ଯୋଗଦାନକୁ ପ୍ରଶଂସା କରିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ ମହାକାଶ ଅନ୍ୱେଷଣର ଅର୍ଥ ହେଉଛି ମାନବ ସାମର୍ଥ୍ୟର ସୀମାକୁ ଆଗକୁ ବଢ଼ାଇବା, ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନଗୁଡ଼ିକୁ ବାସ୍ତବତାରେ ପରିଣତ କରିବାର ସାହସ ରଖିବା। ସୁନୀତା ୱିଲିୟମ୍ସ ଜଣେ ପଥପ୍ରଦର୍ଶକ ଏବଂ ଆଦର୍ଶ ରୂପେ ନିଜ କ୍ୟାରିୟରରେ ଏହି ଭାବନାର ଚମତ୍କାର ଉଦାହରଣ ଦେଇଛନ୍ତି।

ଏକ୍ସରେ ନିଜର ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘କ୍ରୁ-9 ଆପଣମାନଙ୍କୁ ସ୍ୱାଗତ, ପୃଥିବୀବାସୀ ଆପଣଙ୍କୁ ଅପେକ୍ଷା କରି ରହିଥିଲେ।

ଏହା ସେମାନଙ୍କର ଧୈର୍ଯ୍ୟ, ସାହସ ଏବଂ ଅସୀମ ମାନବୀୟ ଭାବନାର ଏକ ପରୀକ୍ଷା ରହିଥିଲା। ଅଧ୍ୟବସାୟର ବାସ୍ତବ ଅର୍ଥ କ’ଣ ତାହା ସୁନୀତା ୱିଲିୟମ୍ସ ଏବଂ କ୍ରୁ-9 ମହାକାଶଚାରୀମାନେ ପୁଣିଥରେ ଆମକୁ ପ୍ରମାଣିତ କରି ଦେଖାଇଛନ୍ତି। ବିଶାଳ ଅଜ୍ଞାତ ବିଷୟ ସାମ୍ନାରେ ସେମାନଙ୍କର ଅବିଚଳିତ  ଦୃଢ଼ସଂକଳ୍ପ ସବୁବେଳେ ଅଗଣିତ ଲୋକଙ୍କୁ ପ୍ରେରଣା ଯୋଗାଇଦେବ।

ମହାକାଶ ଅନ୍ୱେଷଣର ଅର୍ଥ ମାନବୀୟ ସୀମାକୁ ଆଗକୁ ବଢ଼ାଇବା, ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନଗୁଡ଼ିକୁ ବାସ୍ତବତାରେ ପରିଣତ କରିବାର ସାହସ ରଖିବା। ସୁନୀତା ୱିଲିୟମକ୍ସ ଜଣେ ପଥପ୍ରଦର୍ଶକ ଏବଂ ଆଦର୍ଶ ରୂପେ ନିଜ କ୍ୟାରିୟରରେ ଏହି ଭାବନାର ଚମତ୍କାର ଉଦାହରଣ ଦେଇଛନ୍ତି।

ଆମେ ସେହି ସମସ୍ତଙ୍କୁ ନେଇ ଗର୍ବିତ ଯେଉଁମାନେ ସେମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ଲାଗି ଅବିଶ୍ରାନ୍ତ ପରିଶ୍ରମ କରିଥିଲେ। ସଠିକ୍‌ ପ୍ରୟାସ ଓ ଆବେଗ ସହିତ ପ୍ରଯୁକ୍ତି ଓ ଅଧ୍ୟବସାୟର ସାମଞ୍ଜସ୍ୟ ଘଟିଲେ କାର୍ଯ୍ୟ ସିଦ୍ଧି ହୋଇଥାଏ ବୋଲି ସେମାନେ ପ୍ରମାଣିତ କରି ଦେଖାଇଛନ୍ତି।’’

ନରେନ୍ଦ୍ର ମୋଦୀ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଦାନବୀର: ଗ୍ରାମ ପଞ୍ଚାୟତର ଡିଜିଟାଲ୍ ଭିତ୍ତିଭୂମି ସୁଦୃଢ଼ ପାଇଁ ଜନସହଭାଗିତାକୁ ଆହ୍ୱାନ

August 27, 2026

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ: ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

August 27, 2026

ମାଲଦା ମେଡିକାଲ କଲେଜରେ ଗୋଟିଏ ଦିନରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ

August 27, 2026

ଆମେରିକାରେ ମୋହନ ଭାଗବତଙ୍କ କାର୍ଯ୍ୟକ୍ରମ ପୂର୍ବରୁ କାର୍ଯ୍ୟାନୁଷ୍ଠାନ: X ଆକାଉଣ୍ଟ ସସପେଣ୍ଡ

August 27, 2026
Latest News

ଦାନବୀର: ଗ୍ରାମ ପଞ୍ଚାୟତର ଡିଜିଟାଲ୍ ଭିତ୍ତିଭୂମି ସୁଦୃଢ଼ ପାଇଁ ଜନସହଭାଗିତାକୁ ଆହ୍ୱାନ

August 27, 2026

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ: ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

August 27, 2026

ମାଲଦା ମେଡିକାଲ କଲେଜରେ ଗୋଟିଏ ଦିନରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ

August 27, 2026

ଆମେରିକାରେ ମୋହନ ଭାଗବତଙ୍କ କାର୍ଯ୍ୟକ୍ରମ ପୂର୍ବରୁ କାର୍ଯ୍ୟାନୁଷ୍ଠାନ: X ଆକାଉଣ୍ଟ ସସପେଣ୍ଡ

August 27, 2026

ଆରଏସଏସ ତରଫରୁ ବାଣପୁରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.