Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରିଲା ବାଣପୁର ଐତିହାସିକ ମେଳଣ ପର୍ବ: ଏକାଠି ହେଲେ ୭୮ ବିମାନ ୧୬୭ ଦେବାଦେବୀ
ଆଜିର ଖବର

ସରିଲା ବାଣପୁର ଐତିହାସିକ ମେଳଣ ପର୍ବ: ଏକାଠି ହେଲେ ୭୮ ବିମାନ ୧୬୭ ଦେବାଦେବୀ

March 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ବୁଧବାର ଓ ଗୁରୁବାର ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଐତିହାସିକ ପଲଟଣ ପଡିଆ ଠାରେ ଦୁଇଦିନ ଧରି ପଞ୍ଚୁଦୋଳ ଓ ମେଳଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଲୋକମାନେ ଖୁବ ଧୂମଧାମରେ ପାଳନ କରିଛନ୍ତି ମେଳଣ ପର୍ବ। କାହିଁ କେଉଁ ଅନାଦି କାଳରୁ ବାଣପୁରରେ ଏହି ପର୍ବ ପାଳନ କରାଯାଉଛି।

ଚୈତ୍ର କୃଷ୍ଣପକ୍ଷ ପ୍ରତିପଦା ଠାରୁ ପାଞ୍ଚଦିନ ପରେ ବୁଧବାର ମାହେନ୍ଦ୍ର ବେଳା ରାତ୍ର ୧୧ ଘଟିକା ୩୫ ମିନିଟ ପରେ ସ୍ଥାନାଧିପତି ଚରଣ ଚକାଦେବ ଓ ମା ଭଗବତୀଙ୍କ ନିମନ୍ତ୍ରଣ କ୍ରମେ ଠାକୁର ମାନେ ମେଳଣ ପଡିଆକୁ ଆସିଥିଲେ। ପ୍ରଥମେ ମା’ ଭଗବତୀ ଓ ଚକାଦେବ ମେଳଣ ପଡିଆରେ ପଦାର୍ପଣ କରି ଆସନ ଗ୍ରହଣ କଲା ପରେ ବାଣପୁର ଅଞ୍ଚଳର ଗାଁ ସହର ଓ ପୁରପଲ୍ଲୀର ଦେବଦେବୀ ମାନେ ସୁସଜ୍ଜିତ ଦୋଳ ବିମାନରେ ବିଭିନ୍ନ ଥାଟ ପାଟ ଓ ପଟୁଆରରେ ଆସି ମେଳଣ ପଡିଆରେ ନିଜ ନିଜର ଅସ୍ଥାନରେ ଅଭିଷିକ୍ତ ହୋଇଥିଲେ।

ସନ୍ଧ୍ୟା ସମୟରୁ ପଲଟନ ପଡିଆର ଛାୟା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମିଥିଲା। ବିଭିନ୍ନ ଗ୍ରାମର ଦେବା ଦେବୀ ମାନେ ପ୍ରତିଯୋଗିତା ମୁଲକ ପଟୁଆରରେ ଆସିଥିବା ବେଳେ ମୁଖ୍ୟତଃ ଭେଟେଶ୍ୱର ଗ୍ରାମର ଭେଟିନାଥ ଦେବ, ଗାଲୁଆର ଗୁପ୍ତେଶ୍ୱର ଦେବ, ବାଲିପଦର ଗ୍ରାମର ପଟୁଆରକୁ ଦେଖିବାକୁ ଲୋକଙ୍କ ଭିତରେ ଉତ୍କଣ୍ଠା ଜାତ ହୋଇଥିଲା।

ଚଳିତ ବର୍ଷ ପ୍ରଶାସନ ତରଫରୁ ବାଣ ନିଷେଧ କରାଯାଇଥିଲେ ସୁଦ୍ଧା ବହୁ ଗ୍ରାମବାସୀଙ୍କର ଆତସବାଜିରେ ମେଳଣ ପଡିଆ ଆଚ୍ଛାଦିତ ହୋଇଥିବା ଦେଖାଯାଇଥିଲା। ଗୁରୁବାର ମେଳଣ ପର୍ବରେ ପଞ୍ଚୁଦୋଳ କମିଟି ତରଫରୁ ପଟୁଆର ପାଇଁ ଗାଲୁଆ ଗୁପ୍ତେଶ୍ୱର ଦେବଙ୍କୁ ପ୍ରଥମ, ବାଲିପଦର ଲୋକନାଥ ଦେବଙ୍କୁ ଦ୍ୱିତୀୟ, ଭେଟେଶ୍ୱର ଭେଟିନାଥ ଦେବଙ୍କୁ ତୃତୀୟ ପୁରସ୍କାର ଦେବାକୁ ପଞ୍ଚୁଦୋଳ କମିଟି ସ୍ଥିର କରିଥିବା ବେଳେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ ସମ୍ବିତ ପାତ୍ର, ଜିଲ୍ଲାପାଳ ଚଞ୍ଚଳ ରଣା, ଏସପି ସାଗରୀକା ନାଥ, ଡିଏଫଓ ପୂର୍ଣ୍ଣିମା ପାଣ୍ଡିଆନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଳକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା,ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ପଞ୍ଚୁଦୋଳ କମିଟି ସଭାପତି ତଥା ତହସିଲଦାର ଟି.ପଦ୍ମନାଭ ଦୋରା, ପଞ୍ଚୁଦୋଳ କମିଟି ସମ୍ପାଦକ ମାଧବ ବାରିକିଙ୍କଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା।

ତେବେ ବିଗତ ଦୁଇ ଦିନ ଧରି ଖୋର୍ଦ୍ଧା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଅହରହ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଜାରି ରହିଥିବାରୁ ଚଳିତ ବର୍ଷ ପଞ୍ଚୁଦୋଳ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥି ନିମନ୍ତେ ବାଣପୁର ବାସି ଆଇନ ମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲାପାଳ, ଏସପି, ବାଲୁଗାଁ ଏସଡିପିଓ, ବାଣପୁର, ବାଲୁଗାଁ ଓ ନାଚୁଣୀ ଆଇଆଇସିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଅନୁରୂପ ଭାବେ ପଞ୍ଚୁଦୋଳ କମିଟିର ଦୀର୍ଘ ଦିନର ଅକ୍ଲାନ୍ତ ପରିଶ୍ରମ ଲାଗି ଚଳିତ ବର୍ଷ ଯାତ୍ରା ସଫଳ ଭାବେ ଶେଷ ହୋଇଛି।

ପଞ୍ଚୁଦୋଳ ବାଣପୁର ମେଳଣ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରମ କୋଡକୁ ବିରୋଧ କରୁଥିବା ଶ୍ରମିକ ସଂଗଠନର ନେତାମାନଙ୍କୁ ସମାଲୋଚନା କଲା ବିଜେପି

February 12, 2026

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026
Latest News

Modi Meets Rolls-Royce CEO: ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ କଲେ ରୋଲ୍ସ-ରଏସ୍ କଂପାନୀ ସିଇଓ

February 12, 2026

ଶ୍ରମ କୋଡକୁ ବିରୋଧ କରୁଥିବା ଶ୍ରମିକ ସଂଗଠନର ନେତାମାନଙ୍କୁ ସମାଲୋଚନା କଲା ବିଜେପି

February 12, 2026

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.