Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ନକ୍ସଲମାନଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି: ଅମିତ ଶାହ
ଆଜିର ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ନକ୍ସଲମାନଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି: ଅମିତ ଶାହ

March 21, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ନକ୍ସଲଙ୍କ ବିରୋଧରେ କଠୋର ଆଭିମୁଖ୍ୟ ନେଇ ଆଗକୁ ବଢ଼ୁଛନ୍ତି।

ସୁରକ୍ଷା ବାହିନୀ ଦୁଇଟି ପୃଥକ ଅପରେସନରେ ୨୨ ଜଣ ନକ୍ସଲଙ୍କୁ ନିପାତ କରିବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଆମର ଯବାନମାନେ ‘ନକ୍ସଲ ମୁକ୍ତ ଭାରତ ଅଭିଯାନ” ରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ କହିଥିଲେ ଯେ, ଛତିଶଗଡ଼ର ବିଜାପୁର ଏବଂ କଙ୍କେରରେ ଆମ ସୁରକ୍ଷା ବାହିନୀ ଦ୍ୱାରା ଦୁଇଟି ଭିନ୍ନ ଭିନ୍ନ ଅପରେସନରେ ୨୨ ଜଣ ନକ୍ସଲ ନିହତ ହୋଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ମୋଦୀ ସରକାର ନକ୍ସଲମାନଙ୍କ ବିରୋଧରେ ଏକ କେଠାର ଆଭିମୁଖ୍ୟ ନେଇ ଆଗକୁ ବଢ଼ୁଛନ୍ତି ଏବଂ ଆତ୍ମସମର୍ପଣ ଠାରୁ ଆରମ୍ଭ କରି ଅନ୍ତର୍ଭୂକ୍ତୀକରଣ ପର୍ଯ୍ୟନ୍ତ ସମସ୍ତ ସୁବିଧା ପ୍ରଦାନ କରାଯିବା ସତ୍ତ୍ୱେ ଆତ୍ମସମର୍ପଣ କରୁନଥିବା ନକ୍ସଲମାନଙ୍କ ବିରୋଧରେ ଶୂନ୍ୟ-ସହନଶୀଳତା ନୀତି ଗ୍ରହଣ କରୁଛନ୍ତି। ଶ୍ରୀ ଶାହ କହିଥିଲେ, ଆସନ୍ତା ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଦେଶ ନକ୍ସଲ ମୁକ୍ତ ହେବାକୁ ଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ନକ୍ସଲବାଦ ବିରୋଧରେ ଶୂନ୍ୟ-ସହନଶୀଳତା ନୀତିର ଅଂଶବିଶେଷ ସ୍ୱରୂପ, ୨୦୨୫ ମସିହାରେ ଏପର୍ଯ୍ୟନ୍ତ ୯୦ ଜଣ ନକ୍ସଲ ନିହତ ହୋଇଛନ୍ତି, ୧୦୪ ଜଣ ଗିରଫ ହୋଇଛନ୍ତି ଏବଂ ୧୬୪ ଜଣ ଆତ୍ମସମର୍ପଣ କରିଛନ୍ତି। ୨୦୨୪ ମସିହାରେ ୨୯୦ ଜଣ ନକ୍ସଲଙ୍କୁ ନିପାତ କରା ଯାଇଥିଲା, ୧୦୯୦ ଜଣ ଗିରଫ ହୋଇଥିଲେ ଏବଂ ୮୮୧ ଜଣ ଆତ୍ମସମର୍ପଣ କରିଥିଲେ। ଏପର୍ଯ୍ୟନ୍ତ ମୋଟ ୧୫ ଜଣ ଶୀର୍ଷ ନକ୍ସଲ ନେତାଙ୍କୁ ମାରି ଦିଆଯାଇଛି।

୨୦୦୪ ରୁ ୨୦୧୪ ମଧ୍ୟରେ ମୋଟ ୧୬,୪୬୩ ଟି ନକ୍ସଲ ହିଂସା ଘଟଣା ଘଟିଥିଲା। ତେବେ ୨୦୧୪ ରୁ ୨୦୨୪ ପର୍ଯ୍ୟନ୍ତ ମୋଦୀ ସରକାରଙ୍କ କାର୍ଯ୍ୟକାଳରେ ହିଂସାତ୍ମକ ଘଟଣା ସଂଖ୍ୟା ୫୩ ପ୍ରତିଶତ ହ୍ରାସ ପାଇ ୭୭୪୪ ରେ ପହଞ୍ଚିଛି। ସେହିଭଳି, ସୁରକ୍ଷା ବାହିନୀର ମୃତ୍ୟୁ ସଂଖ୍ୟା ୭୩ ପ୍ରତିଶତ ହ୍ରାସ ପାଇଛି, ୧୮୫୧ ରୁ ୫୦୯ କୁ, ଏବଂ ନାଗରିକ ମୃତ୍ୟୁ ସଂଖ୍ୟା ୭୦ ପ୍ରତିଶତ ହ୍ରାସ ହୋଇ ୪୭୬୬ ରୁ ୧୪୯୫ କୁ ହ୍ରାସ ପାଇଛି।

୨୦୧୪ ସୁଦ୍ଧା ମୋଟ ୬୬ଟି ସୁରକ୍ଷିତ ପୋଲିସ ଷ୍ଟେସନ ଥିଲା, କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ କାର୍ଯ୍ୟକାଳରେ ସେମାନଙ୍କ ସଂଖ୍ୟା ୬୧୨କୁ ବୃଦ୍ଧି ପାଇଛି। ସେହିଭଳି ୨୦୧୪ରେ ଦେଶର ୧୨୬ଟି ଜିଲ୍ଲା ନକ୍ସଲବାଦ ଦ୍ୱାରା ପ୍ରଭାବିତ ହୋଇଥିଲା, କିନ୍ତୁ ୨୦୨୪ ସୁଦ୍ଧା ଏଭଳି ଜିଲ୍ଲା ସଂଖ୍ୟା ହ୍ରାସ ପାଇ ମାତ୍ର ୧୨ରେ ପହଞ୍ଚିଛି। ବିଗତ ୫ ବର୍ଷ ମଧ୍ୟରେ, ମୋଟ ୩୦୨ଟି ନୂତନ ସୁରକ୍ଷା ଶିବିର ଏବଂ ୬୮ଟି ରାତ୍ରିକାଳୀନ ଅବତରଣ ହେଲିପ୍ୟାଡ ପ୍ରତିଷ୍ଠା କରାଯାଇଛି।

ଛତିଶଗଡ ନକ୍ସଲ ମୁକ୍ତ ଭାରତ ଅଭିଯାନ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Latest News

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025

ବାଣପୁର ବ୍ଲକରେ ଯୋଗଦେଲେ ନୂତନ ବିଡ଼ିଓ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.