Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୋଟର କାର୍ଡ ସହ ଲିଙ୍କ ହେବ ଆଧାର
ଆଜିର ଖବର

ଭୋଟର କାର୍ଡ ସହ ଲିଙ୍କ ହେବ ଆଧାର

March 21, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
voter aadhar
voter aadhar

ବ୍ରହ୍ମପୁର: ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ଲିଙ୍କ୍ କରାଯିବା ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ନିର୍ବାଚନ ଅଧିକାରୀ ଗଞ୍ଜାମ ମତଦାତାଙ୍କୁ ନିଜ ଭୋଟର କାର୍ଡ ସହିତ ଆଧାର ଲିଙ୍କ୍ କରିବାକୁ ନିବେଦନ କରିଛନ୍ତି। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ କମିଶନ କହିଛନ୍ତି ଯେ, ବର୍ତ୍ତମାନ ପ୍ରଚଳିତ ଆଇନ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭୋଟର କାର୍ଡ ସହ ଆଧାର ଲିଙ୍କ୍ କରାଯିବ।

ତେବେ ଏହା ବାଧ୍ୟତା ମୂଳକ ଭାବେ ନୁହେଁ, ସମ୍ପୂର୍ଣ୍ଣ ଇଚ୍ଛାଧୀନ ଭାବେ କରାଯିବ ବୋଲି କମିଶନ କହିଛନ୍ତି। ନିର୍ବାଚନ କମିଶନଙ୍କ କହିବାନୁଯାୟୀ ସମ୍ବିଧାନର ଧାରା ୩୨୬ ଅନୁସାରେ ମତଦାନର ଅଧିକାର କେବଳ ଭାରତୀୟ ନାଗରିକଙ୍କୁ ମିଳିଥାଏ। କିନ୍ତୁ ଆଧାର ହେଉଛି କେବଳ ଜଣେ ବ୍ୟକ୍ତିଙ୍କ ପରିଚୟ। ସେଥିପାଇଁ ଭୋଟର ପରିଚୟ ପତ୍ର ସହିତ ଆଧାର ନମ୍ବର ଲିଙ୍କ୍ କରାଇବା ଲାଗି ସମସ୍ତ ଆଇନ ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଭୋଟର କାର୍ଡ ସହ ଆଧାର ଲିଙ୍କ୍ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା, ପାରଦର୍ଶିତା ଓ ସମାବେଶିତାକୁ ପ୍ରୋତ୍ସାହିତ କରିବା। ଏଥିପାଇଁ ନିର୍ବାଚନ କମିଶନ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ତରରେ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଭୋଟର କାର୍ଡ ସହିତ ଆଧାର ଲିଙ୍କ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏଥି ନିମନ୍ତେ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ। ଯେଉଁମାନେ ନିଜର ଭୋଟର କାର୍ଡକୁ ଆଧାର ସହ ଯୋଡିବେ ନାହିଁ, ସେମାନଙ୍କ ନାମ ଭୋଟର ତାଲିକାରୁ କଟିବ ନାହିଁ। ଏଥିସହ ନିର୍ବାଚନ କମିଶନ ମଧ୍ୟ ଏହି ମାମଲାରେ ସମସ୍ତ ଜାତୀୟ ଓ ରାଜ୍ୟ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳମାନଙ୍କ ଠାରୁ ଏପ୍ରିଲ ୩୦ ସୁଦ୍ଧା ଆବଶ୍ୟକ ପରାମର୍ଶ ମାଗିଛନ୍ତି।

ଆଧାର ଭୋଟର ପରିଚୟ ପତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବୋଚ୍ଚ ନ୍ୟାୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲା: ଆସନ୍ତା ୧୬କୁ ଶୁଣାଣି ସ୍ଥଗିତ

September 10, 2025

ଏସିଆ କପରେ ଭାରତର ଚମତ୍କାର ବିଜୟ, ସହଜରେ ଜିତିଲା ସୁପର-୪ର ପ୍ରଥମ ମ୍ୟାଚ୍

September 10, 2025

୬୯ କେଜି ଗଞ୍ଜେଇ ଜବତ, ୩ ଗିରଫ

September 10, 2025

ବାଙ୍ଗାଲୋର ୟୁନିଭର୍ସିଟିରେ ପ୍ରଶିକ୍ଷଣ ନେଲେ ନୟାଗଡ଼ ଜିଲ୍ଲାର ୫ ପ୍ରଧାନ ଶିକ୍ଷକ

September 10, 2025
Latest News

ସର୍ବୋଚ୍ଚ ନ୍ୟାୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲା: ଆସନ୍ତା ୧୬କୁ ଶୁଣାଣି ସ୍ଥଗିତ

September 10, 2025

ଏସିଆ କପରେ ଭାରତର ଚମତ୍କାର ବିଜୟ, ସହଜରେ ଜିତିଲା ସୁପର-୪ର ପ୍ରଥମ ମ୍ୟାଚ୍

September 10, 2025

୬୯ କେଜି ଗଞ୍ଜେଇ ଜବତ, ୩ ଗିରଫ

September 10, 2025

ଆବୁଧାବିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ପ୍ରବାସୀ ଭାରତୀୟଙ୍କୁ କଲେ ସାକ୍ଷାତ, କହିଲେ….

September 10, 2025

ବାଙ୍ଗାଲୋର ୟୁନିଭର୍ସିଟିରେ ପ୍ରଶିକ୍ଷଣ ନେଲେ ନୟାଗଡ଼ ଜିଲ୍ଲାର ୫ ପ୍ରଧାନ ଶିକ୍ଷକ

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.