Categories
ଆଜିର ଖବର ଜାତୀୟ ଖବର

ଆଧାର ସହିତ ସଂଯୁକ୍ତ ଇମେଲ/ମୋବାଇଲ୍ ନମ୍ବର ଯାଞ୍ଚ କରିବାକୁ ଅନୁମତି ଦେଲା ୟୁଆଇଡିଏଆଇ

ଭୁବନେଶ୍ଵର: ଉପଭୋକ୍ତାଙ୍କ ସୁବିଧାକୁ ନଜରରେ ରଖି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଲୋକମାନଙ୍କୁ ସେମାନଙ୍କ ମୋବାଇଲ୍ ନମ୍ବର ଏବଂ ଆଧାର ସହିତ ସଂଯୁକ୍ତ ହୋଇଥିବା ଇମେଲ୍ ଆଇଡି ଯାଞ୍ଚ କରିବାକୁ ଅନୁମତି ଦେଇଛି।

ୟୁଆଇଡିଏଆଇ ର ନଜରକୁ ଏହା ଆସିଥିଲା ଯେ କେତେକ କ୍ଷେତ୍ରରେ, ସେମାନଙ୍କ ମୋବାଇଲ୍ ନମ୍ବର ମଧ୍ୟରୁ କେଉଁଟି ଆଧାରରେ ସଂଯୁକ୍ତ ହୋଇଛି ତାହା ବିଷୟରେ ଲୋକେ ଅବଗତ ନାହାନ୍ତି। ତେଣୁ ଆଧାର ଓଟିପି ଅନ୍ୟ ମୋବାଇଲ୍ ନମ୍ବରକୁ ଯାଇପାରେ ବୋଲି ଲୋକେ ଚିନ୍ତିତ ଥିଲେ। ବର୍ତ୍ତମାନ, ଏହି ସୁବିଧା ସହିତ, ଲୋକମାନେ ଏହାକୁ ଅତି ସହଜରେ ଯାଞ୍ଚ କରିପାରିବେ।

ଅଫିସିଆଲ୍ ୱେବସାଇଟ୍ (https://myaadhaar.uidai.gov.in/) କିମ୍ବା mAadhaar App ମାଧ୍ୟମରେ “ଭେରିଫାଏ ଇମେଲ୍‍ / ମୋବାଇଲ୍ ନମ୍ବର” ବୈଶିଷ୍ଟ୍ୟ ଅଧୀନରେ ଏହି ସୁବିଧା ଉପଲବ୍ଧ ହୋଇପାରିବ। ଲୋକଙ୍କ ପାଇଁ ସେମାନଙ୍କର ନିଜସ୍ୱ ଇମେଲ / ମୋବାଇଲ୍ ନମ୍ବର ସଂପୃକ୍ତ ଆଧାର ସହିତ ଯୋଡି ହୋଇଛି କି ନାହିଁ ଯାଞ୍ଚ କରିବା ପାଇଁ ଏହା ବିକଶିତ କରାଯାଇଛି।

ଏହି ବୈଶିଷ୍ଟ୍ୟ ଲୋକଙ୍କୁ ନିଶ୍ଚିତ କରିବ ଯେ ତାଙ୍କ ଜ୍ଞାତସାରରେ ଅନୁଯାୟୀ ଇମେଲ / ମୋବାଇଲ୍ ନମ୍ବର କେବଳ ସମ୍ପୃକ୍ତ ଆଧାରରେ ସଂଯୁକ୍ତ ହୋଇଛି। ଯଦି ଏକ ର୍ନିଦ୍ଦିଷ୍ଟ ମୋବାଇଲ୍ ନମ୍ବର ଲିଙ୍କ୍ ହୋଇନଥାଏ ତେବେ ଏହା ଲୋକଙ୍କୁ ସୂଚିତ କରିବ ଏବଂ ମୋବାଇଲ୍ ନମ୍ବରକୁ ଅପଡେଟ୍ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଲୋକଙ୍କୁ ସୂଚନା ଦେବ।

ଯଦି ମୋବାଇଲ୍ ନମ୍ବର ପୂର୍ବରୁ ଯାଞ୍ଚ ହୋଇସାରିଛି, ଲୋକମାନେ ଏକ ସ୍କ୍ରିନରେ ପ୍ରଦର୍ଶିତ ହୋଇଥିବା “ଆପଣ ଦେଇଥିବା ମୋବାଇଲ୍ ନମ୍ବର ଆମର ରେକର୍ଡ ସହିତ ଯାଞ୍ଚ ହୋଇସାରିଛି” ଭଳି ଏକ ସନ୍ଦେଶ ଦେଖିପାରିବେ।

ଯଦି କୌଣସି ବ୍ୟକ୍ତି ମୋବାଇଲ୍ ନମ୍ବରକୁ ମନେ ରଖି ନାହାନ୍ତି, ମାଇଁଆଧାର ପୋର୍ଟାଲ କିମ୍ବା mAadhaar App ବୈଶିଷ୍ଟ୍ୟରେ ପଞ୍ଜିକରଣ ସମୟରେ ସେ ଦେଇଥିବା ମୋବାଇଲର ଶେଷ ତିନି ଅଙ୍କ ଯାଞ୍ଚ କରିପାରିବେ।

ଯଦି ଜଣେ ବ୍ୟକ୍ତି ଇମେଲ / ମୋବାଇଲ୍ ନମ୍ବରକୁ ଆଧାର ସହିତ ଲିଙ୍କ୍ କରିବାକୁ ଚାହାଁନ୍ତି କିମ୍ବା ତାଙ୍କ ଇମେଲ୍ / ମୋବାଇଲ୍ ନମ୍ବରକୁ ଅପଡେଟ୍ କରିବାକୁ ଚାହାଁନ୍ତି, ତେବେ ସେ ନିକଟସ୍ଥ ଆଧାର କେନ୍ଦ୍ର ଯାଇ କରିପାରିବେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସେପ୍ଟେମ୍ବର ମାସରେ ଆଧାର ବ୍ୟବହାର କରି ହେଲା ୨୫ କୋଟି ଇ-କେୱାଇସି କାରବାର

ନୂଆଦିଲ୍ଲୀ: ଦେଶରେ ଆଧାର ଲାଗୁ ହେବା ପରେ ସାଧାରଣ ନାଗରିକମାନେ ଏହାକୁ ବେଶ ଉତ୍ସାହର ସହ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଆଧାର ଦେଶବାସୀଙ୍କ ସହଜ ଜୀବନଧାରଣରେ ସହାୟକ ହୋଇଛି ।

କେବଳ ସେପ୍ଟେମ୍ବର ମାସରେ, ଆଧାର ଉପଯୋଗ କରାଯାଇ ୨୫.୨୫ କୋଟି ଇ-କେୱାଇସି କାରବାର ହୋଇଛି । ଅଗଷ୍ଟ ତୁଳନାରେ ଏହି କାରବାରରେ ପ୍ରାୟ ୭.୭% ବୃଦ୍ଧି ଦେଖିବାକୁ ମିଳିଛି।

କେବଳ ଆଧାର କାର୍ଡଧାରୀଙ୍କର ସ୍ପଷ୍ଟ ସହମତି ମିଳିଲେ ଏକ ଇ-କେୱାଇସି କାରବାର ସମ୍ପୂର୍ଣ୍ଣ ହୋଇଥାଏ। ଏଥିରେ କେୱାଇସି ପାଇଁ ଭୌତିକ କାଗଜପତ୍ର କାର‌୍ୟ୍ୟ କିମ୍ବା ବ୍ୟକ୍ତିଗତ ଯାଞ୍ଚ ଦରକାର ପଡ଼ିନଥାଏ।

ବ୍ୟାଙ୍କିଙ୍ଗ ଏବଂ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସେବା ପାଇଁ ଆଧାର ଇ-କେୱାଇସି ସେବା ଦିନକୁ ଦିନ ଏକ ପ୍ରମୁଖ ଭୂମିକା ନିର୍ବାହ କରିବାରେ ଲାଗିଛି। ଏହା ଗ୍ରାହକମାନଙ୍କୁ ଉନ୍ନତ ଏବଂ ପାରଦର୍ଶୀ ଅନୁଭୂତି ପ୍ରଦାନ କରିବା ସହିତ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ଦେଉଛି।

ସେପ୍ଟେମ୍ବର ୨୦୨୨ ଶେଷ ସୁଦ୍ଧା ଆଧାର ଜରିଆରେ ଇ-କେୱାଇସି କାରବାର ବା ଟ୍ରାଞ୍ଜାକ୍ସନ ସଂଖ୍ୟା ୧୨୯୭.୯୩ କୋଟିକୁ ବୃଦ୍ଧି ପାଇଛି।

ସେହିପରି, ଆଧାର ସଂଯୁକ୍ତ ପେମେଣ୍ଟ ବ୍ୟବସ୍ଥା (ଏଇପିଏସ) ଆୟ ବର୍ଗର ସବୁଠୁ ନିମ୍ନ ଭାଗରେ ରହୁଥିବା ଲୋକମାନଙ୍କ ଆର୍ଥିକ ଅନ୍ତର୍ଭୂକ୍ତୀକରଣରେ ସହାୟକ ହୋଇଛି।

ଏଇପିଏସ ଏବଂ ମାଇକ୍ରୋ ଏଟିଏମ ନେଟୱର୍କ ଜରିଆରେ ସେପ୍ଟେମ୍ବର ୨୦୨୨ ସୁଦ୍ଧା ମୋଟ୍ ୧୫୪୯.୮୪ କୋଟି ଅନ୍ତିମ ଧାଡ଼ିର ବ୍ୟାଙ୍କିଙ୍ଗ କାରବାର ସମ୍ଭବ ହୋଇପାରିଛି। କେବଳ ସେପ୍ଟେମ୍ବର ମାସରେ ସାରା ଭାରତରେ ମୋଟ୍ ୨୧.୦୩ କୋଟି ସଂଖ୍ୟକ ଏଇପିଏସ କାରବାର ହୋଇଛି।

ଆଧାର ଜରିଆରେ ସେପ୍ଟେମ୍ବର ମାସରେ, ୧୭୫.୪୧ କୋଟି ପ୍ରମାଣିକରଣ ବା ଅଥେଣ୍ଟିକେସନ କାରବାର ହୋଇଛି। ଏହି ମାସିକ କାରବାର ମଧ୍ୟରୁ ଅଧିକାଂଶ କାରବାର ଟିପ ଚିହ୍ନ ବାୟୋମେଟ୍ରିକ ପ୍ରମାଣିକରଣ ବ୍ୟବହାର କରି କରାଯାଇଛି । ଅବଶିଷ୍ଟ କାରବାର ଜନସାଂଖ୍ୟିକ ଏବଂ ଓଟିପି ପ୍ରମାଣିକରଣ ଜରିଆରେ କରାଯାଇଛି।

ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ମୋଟ ୮୨୫୦.୩୬ କୋଟି ପ୍ରମାଣିକରଣ କାରବାର ସମ୍ପୂର୍ଣ୍ଣ ହୋଇଛି। ଏହା ଆଧାର ବ୍ୟବସ୍ଥାର ବିଶ୍ବସନୀୟତାକୁ ପ୍ରମାଣ କରୁଛି।

ଦେଶର ପ୍ରାପ୍ତ ବୟସ୍କ ଜନସଂଖ୍ୟା ମଧ୍ୟରେ ଆଧାର ସେଚୁରେସନ ବା ସମ୍ପୂର୍ଣ୍ଣତା ପ୍ରାୟ ସାର୍ବଜନୀନ ହେବା ନିକଟରେ ପହଞ୍ଚିଛି। ସବୁ ବୟସ ବର୍ଗଙ୍କ ମଧ୍ୟରେ, ସେପ୍ଟେମ୍ବର ଶେଷ ସୁଦ୍ଧା ଆଧାର ସେଚୁରେସନ ୯୩.୯୨%ରେ ପହଞ୍ଚିଛି।

ସେପ୍ଟେମ୍ବର ମାସରେ, ବାସିନ୍ଦାମାନେ ୧.୬୨ କୋଟି ଆଧାର ସଂଶୋଧନ କାର‌୍ୟ୍ୟ ସଫଳତା ପୂର୍ବକ ସମ୍ପାଦନ କରିଥିଲେ। ଅଗଷ୍ଟ ମାସରେ ଏହି ସଂଶୋଧନ ସଂଖ୍ୟା ୧.୪୬ କୋଟି ଥିଲ।

ବାସିନ୍ଦାମାନଙ୍କ ଅନୁରୋଧକ୍ରମେ ଏବେ ସୁଦ୍ଧା, (ସେପ୍ଟମ୍ବର ଶେଷ) ମୋଟ୍ ୬୬.୬୩ କୋଟିରୁ ଅଧିକ ଆଧାର ନମ୍ବର ସଂଶୋଧନ କରାଯାଇସାରିଛି।

ଉଭୟ ଭୌତିକ ଆଧାର କେନ୍ଦ୍ର ଠାରେ ଏବଂ ଅନଲାଇନ ଆଧାର ପ୍ଲାଟଫର୍ମର ଉପଯୋଗ କରାଯାଇ ଏହିସବୁ ଜନସାଂଖ୍ୟିକ ତଥା ବାୟୋମେଟ୍ରିକ ସଂଶୋଧନଗୁଡ଼ିକ କରାଯାଇଛି।

ଅନ୍ତିମ ଧାଡ଼ିରେ ବ୍ୟାଙ୍କିଙ୍ଗ ସେବା ପହଞ୍ଚାଇବା ଲାଗି ଏଇପିଏସ ହେଉ କିମ୍ବା ଇକେୱାଇସି, ଅଥବା ଆଧାର ସଂଯୁକ୍ତ ଡିବିଟି କିମ୍ବା ପ୍ରମାଣିକରଣ, ଆଧାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ସଂକଳ୍ପକୁ ସାକାର କରିବା ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରୁଛି।

ଉତ୍ତମ ପ୍ରଶାସନ ପାଇଁ ଏକ ଡିଜିଟାଲ ଭିତ୍ତିଭୂମି ଭାବେ, ଆଧାର ଉଭୟ ବ୍ୟବସାୟିକ ସୁଗମତା ଏବଂ ସହଜ ଜୀବନ ଧାରଣକୁ ପ୍ରୋତ୍ସାହନ ଦେଉଛି । ଏହି ଡିଜିଟାଲ ପରିଚୟପତ୍ର କେନ୍ଦ୍ର ଏବଂ ରାଜ୍ୟର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗକୁ ଦକ୍ଷତାରେ ସୁଧାର ଆଣିବା, ପାରଦର୍ଶିତା ସୁନିଶ୍ଚିତ କରିବା ଏବଂ ନିର୍ଦ୍ଦିଷ୍ଟ ହିତାଧିକାରୀଙ୍କ ନିକଟରେ କଲ୍ୟାଣମୂଳକ ସେବା ପହଞ୍ଚାଇବା କ୍ଷେତ୍ରରେ ସହାୟକ ହେଉଛି।

ଏବେ ସୁଦ୍ଧା, ଦେଶରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ପ୍ରାୟ ୧୦୦୦ କଲ୍ୟାଣମୂଳକ ଯୋଜନାରେ ଆଧାର ବ୍ୟବହାର ପାଇଁ ବିଜ୍ଞପିତ କରାଯାଇଛି।

Categories
ବିଶେଷ ଖବର

ପାନ୍ କାର୍ଡକୁ ଆଧାର ସହିତ ସଂଯୋଗ କରିବାରେ କୌଣସି ଅସୁବିଧା ଅଛି କି?, ଏହି ପଦ୍ଧତିକୁ ଅନୁସରଣ କରନ୍ତୁ

ନୂଆଦିଲ୍ଲୀ: ଆଜିକାଲି ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟରୁ ଆଧାର କାର୍ଡ ଏବଂ ପାନ୍ କାର୍ଡ ଅନ୍ୟତମ। ଏହି ଦୁଇଟି ଡକ୍ୟୁମେଣ୍ଟ୍ ପ୍ରାୟ ସବୁ ସ୍ଥାନରେ ବ୍ୟବହୃତ ହୁଏ। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା କିମ୍ବା କୌଣସି ସ୍ଥାନରେ ବିନିଯୋଗ କରିବା, ବିଦ୍ୟାଳୟରେ ଆଡମିଶନ ଠାରୁ ଆରମ୍ଭ କରି ଅଳଙ୍କାର କିଣିବା, ଘର କିଣିବା କିମ୍ବା ଦୋକାନ ଇତ୍ୟାଦିରେ ଆଧାର ଏବଂ ପାନ୍ କାର୍ଡ ଆବଶ୍ୟକ। ଆୟକର ବିଭାଗର ନିୟମ ଅନୁଯାୟୀ, 31 ମାର୍ଚ୍ଚ 2022 ପୂର୍ବରୁ ପାନ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ କରିବା ବାଧ୍ୟତାମୂଳକ କରାଯାଇଛି। ନଚେତ ଆପଣଙ୍କ ପାନ୍ କାର୍ଡକୁ ଅବୈଧ ହେବ। ଏହା ସହିତ, ଆପଣଙ୍କୁ ଅନେକ କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ, ପୁଞ୍ଜି ବିନିଯୋଗ, PF ଉପରେ ଅଧିକ TDS କାଟିବା। ଏପରି ପରିସ୍ଥିତିରେ, ମାର୍ଚ୍ଚ 31 ପୂର୍ବରୁ ପାନ୍ ଏବଂ ଆଧାରକୁ ଲିଙ୍କ୍ କରନ୍ତୁ। ମାର୍ଚ୍ଚ 31 ପରେ ଆପଣଙ୍କୁ ଏହି କାମ ପାଇଁ 10,000 ଟଙ୍କା ଜରିମାନା ଦେବାକୁ ପଡିପାରେ।

କିନ୍ତୁ, ଅନେକ ଥର ପାନ୍ ଏବଂ ଆଧାରକୁ ସଂଯୋଗ କରିବାରେ ଅନେକ ଲୋକ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏହି ସମସ୍ୟାର ସମାଧାନ କିପରି ହେବ ଆସନ୍ତୁ ଜାଣିବା…

ପାନ୍-ଆଧାରକୁ ସଂଯୋଗ କରିବାରେ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ବ୍ୟକ୍ତିଙ୍କ ନାମ, ବୟସ, ଠିକଣା, ମୋବାଇଲ୍ ନମ୍ବର ଭଳି ମୌଳିକ ସୂଚନା ପାନ୍ କାର୍ଡ ଏବଂ ଆଧାର କାର୍ଡରେ ପୃଥକ ଭାବରେ ରେକର୍ଡ କରାଯାଇଛି। ଏହି କାରଣରୁ ଉଭୟ ପରସ୍ପର ସହିତ ଲିଙ୍କ୍ କରିବାକୁ ସକ୍ଷମ ନୁହଁନ୍ତି। ଯଦି ଆପଣ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ଏହାକୁ ସହଜରେ ସମାଧାନ କରିପାରିବେ।

ଏହି ପରି ଭୁଲ୍ ଠିକ କରନ୍ତୁ:

ଯଦି ଆପଣଙ୍କର ଆଧାରରେ ଭୁଲ ତଥ୍ୟ ପ୍ରବିଷ୍ଟ ହୁଏ, ତେବେ ଆପଣ ଆପଣଙ୍କର ନିକଟତମ ଆଧାର କେନ୍ଦ୍ରକୁ ଯାଇ ଭୁଲ ତଥ୍ୟକୁ ସଂଶୋଧନ କରିପାରିବେ। ଏହା ବ୍ୟତୀତ, ଆପଣ UIDAI ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ସୂଚନା ମଧ୍ୟ ସଂଶୋଧନ କରିପାରିବେ। ଏକାସାଙ୍ଗରେ, ପ୍ୟାନରେ ଥିବା ଭୁଲ ତଥ୍ୟକୁ ସଂଶୋଧନ କରିବା ପାଇଁ, ଆପଣ ଆୟକର ବିଭାଗର ୱେବସାଇଟରେ କ୍ଲିକ୍ କରି ଏହାକୁ ସଂଶୋଧନ କରିପାରିବେ। ଏହା ପରେ ଆପଣ ଉଭୟକୁ ଲିଙ୍କ୍ କରିପାରିବେ।

ଏହିପରି କରନ୍ତୁ ଆଧାର ଏବଂ ପାନ୍ ଲିଙ୍କ୍-

1: ଆଧାର ଏବଂ ପାନ୍ ଲିଙ୍କ୍ କରିବାକୁ, ଆୟକର ୱେବସାଇଟ୍ https://www.incometaxindia.gov.in/pages/pan.aspx ପରିଦର୍ଶନ କରନ୍ତୁ।

2: ଲିଙ୍କ୍ ଆଧାରର ବିକଳ୍ପ ଚୟନ କରନ୍ତୁ।

3: ଆଧାର ଏବଂ ପାନ୍ ନମ୍ବର ପାଇଁ ପଚାରିଥିବା ବିବରଣୀଗୁଡିକ ପ୍ରବେଶ କରନ୍ତୁ।

4: ତା’ପରେ କ୍ୟାପଚା ପ୍ରବେଶ କରନ୍ତୁ।

5: ତା’ପରେ ଲିଙ୍କ୍ ଆଧାରର ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ।

6: ଏହା ପରେ ଆପଣଙ୍କର ଆଧାର ଏବଂ ପାନ୍ ଲିଙ୍କ୍ ହେବ।