
ବ୍ରହ୍ମପୁର: ଆଜି ପୂର୍ବାହ୍ନ ଘ.୧୦.୩୦ ମିନିଟ ସମୟରେ ଛତ୍ରପୁର ସ୍ଥିତ ସ୍ପୋର୍ଟସ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଏହା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡିଶା ସରକାର ଏବଂ ଜିଲ୍ଲା ପ୍ରଶାସନ, ଗଞ୍ଜାମର ମିଳିତ ଆନୁକୁଲ୍ଯରେ ଆୟୋଜିତ ହେବାକୁ ଯାଉଛି। ଦକ୍ଷତା ବିକାଶ ଓ ନିୟୋଜନ, ଗଞ୍ଜାମର ଉପ ନିର୍ଦ୍ଦେଶକ ଏହି ମେଗା ନିଯୁକ୍ତି ମେଳାର ପ୍ରସ୍ତୁତି ନେଇ ବିସ୍ତୃତ ସୂଚନା ଦେଇଛନ୍ତି।
୧୮ ରୁ ୩୫ ବର୍ଷ ବୟସ୍କ ୫ମ ରୁ ଉର୍ଦ୍ଧ୍ଵ /ଆଇ.ଟି.ଆଇ /ଡିପ୍ଲୋମା /ଗ୍ରାଜୁଏସନ ଶିକ୍ଷାଗତ ରଖିଥିବା ଯୁବକ ଓ ଯୁବତୀ ମାନେ ଏହି ମେଳାରେ ଯୋଗଦାନ କରି ୬୦ରୁ ଉର୍ଦ୍ଧ୍ଵ କମ୍ପାନୀ ଏବଂ PIA ମାନଙ୍କୁ ସାକ୍ଷାତକାର ଦେଇ କର୍ମ ନିଯୁକ୍ତି ବା ତାଲିମ ଭିତ୍ତିକ ନିଯୁକ୍ତି ପାଇପାରିବେ।
ଏହି ସମ୍ବନ୍ଧରେ ଯଥେଷ୍ଟ ପ୍ରଚାର ପ୍ରସାର କରିବାକୁ ସମସ୍ତ ବିଡିଓ ,ବି .ଏମ . ସି କୁ କୁହାଯାଇଛି। ଜିଲ୍ଲାର କୋଣ ଅନୁକୋଣରୁ ବିପୁଳ ପରିମାଣରେ ଆଶାୟୀ ଯୁବକ ଯୁବତୀ ଏହି ମେଳାରେ ଯୋଗଦାନ କରି ଲାଭବାନ ହୋଇପାରିବେ। ଏଥିରେ ଜିଲ୍ଲାର ତିନି ହଜାର ପ୍ରାର୍ଥୀ ଅଂଶ ଗ୍ରହଣ କରିବାର ଲକ୍ଷ୍ୟ ରଖାଯାଇଛି।